Hindi News >>Home >>Odisha LifeStyle and Others

Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭ ଯୋଗ!

Kendra Trikon Rajyog:  ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଜୁନ୍ ୬ ତାରିଖ ସକାଳ ୬ଟା ୩୬ ମିନିଟ୍ ସମୟରେ କନ୍ୟା ରାଶିରେ ଅସ୍ତ ହେବେ। ତେବେ, ଦେବଗୁରୁଙ୍କ ଏହି ଅସ୍ତ ଦିର୍ଘ ୫୦ ବର୍ଷ ପରେ ହେବାକୁ ଯାଇଛି। ଯାହା ଫଳରେ କେନ୍ଦ୍ର ତ୍ରିକୋନ୍ ରାଜଯୋଗ (kedra Trikon Rajyog) ସୃଷ୍ଟି ହେବ। ଏହି କେନ୍ଦ୍ର ତ୍ରିକୋନ୍ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଶୁଭଫଳ ପ୍ରଦାନ କରିବ।...

Advertisement
Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ,  ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭ ଯୋଗ!
Stop
Narmada Behera|Updated: May 15, 2024, 06:50 AM IST

Kendra Trikon Rajyog: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ନଅଟି ଗ୍ରହ ମଧ୍ୟରୁ ଦେବଗୁରୁ ବୃହସ୍ପତିଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଦେବଗୁରୁ ବୃହସ୍ପତିଙ୍କୁ (Devguru Jupiter) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି କୁହାଯାଏ। ଏହି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ୧୩ ମାସ ସମୟ ନେଇଥାଆନ୍ତି।  ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଜୁନ୍ ୬ ତାରିଖ ସକାଳ ୬ଟା ୩୬ ମିନିଟ୍ ସମୟରେ କନ୍ୟା ରାଶିରେ ଅସ୍ତ ହେବେ। ତେବେ, ଦେବଗୁରୁଙ୍କ ଏହି ଅସ୍ତ ଦିର୍ଘ ୫୦ ବର୍ଷ ପରେ ହେବାକୁ ଯାଇଛି। ଯାହା ଫଳରେ କେନ୍ଦ୍ର ତ୍ରିକୋନ୍ ରାଜଯୋଗ (kedra Trikon Rajyog) ସୃଷ୍ଟି ହେବ। ଏହି କେନ୍ଦ୍ର ତ୍ରିକୋନ୍ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଶୁଭଫଳ ପ୍ରଦାନ କରିବ।...

ଧନବାନ୍ ହେବେ ଏହି ସବୁ ରାଶି:

ମେଷ: କେନ୍ଦ୍ର ତ୍ରିକୋନ୍ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଇଛି। ବେପାର-ବାଣିଜ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ । କୌଣସି ନୂତନ ଡିଲ୍ ଫାଇନାଲ୍ ହୋଇପାରେ।  ଯାହା ଆପଣଙ୍କୁ ଅଧିକ ଲାଭ ଦେବ।  ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ବଦଳିବ। ଅଟକି ଥିବା ଟଙ୍କା ପ୍ରାପ୍ତ ହେବ। ଦୀର୍ଘ ଦିନ ଧରି ଲାଗି ରହିଥିବା ରୋଗରୁ ମୁକ୍ତିପାଇବେ। ବିଶେଷକରି,କ୍ୟାରିୟର ପାଇଁ ସମୟ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କିନ୍ତୁ ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ। 

କନ୍ୟା: ଦେବଗୁରୁ ବୃହସ୍ପତିଙ୍କ ଅସ୍ତ ଏହି ରାଶିର ଭାଗ୍ୟ ଚମକାଇବ। ଯେଉଁମାନେ ବିବାହ କରିନାହାଁନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଆର୍ଥିକ ସ୍ଥିତି ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନରେ ଆସୁଥିବା ଅସୁବିଧା ଦୂର ହେବ। ଯାହା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ଆଣିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। କୌଣସି କାର୍ଯ୍ୟ ଆରମ୍ଭ କଲେ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ । ସଫଳତା ନିଶ୍ଚୟ ପାଇବେ।  ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି । କଠିନ ପରିଶ୍ରମର ଫଳ ପାଇବେ।

ଧନୁ : କେନ୍ଦ୍ର ତ୍ରିକୋନ୍ ରାଜଯୋଗ ଧନୁ  ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପରିବର୍ତ୍ତନ। ବିଶେଷକରି, କର୍ମକ୍ଷେତ୍ରରେ ଉତ୍ତମ ଫଳ ପାଇବେ। ପଦୋନ୍ନତି ସହିତ ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ। ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିବ, ଭବିଷ୍ୟତରେ ଶୁଭ ଫଳ ମିଳିପାରେ। ଏହି ଅବଧି ମଧ୍ୟରେ କୌଣସି ନୂଆ ଗାଡି କିମ୍ବା ସମ୍ପତ୍ତି କିଣିପାରିବେ। ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ପାରିବାରିକ ସମ୍ପର୍କ ମଜବୁତ ହେବ । ପିତାମାତାଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}