Hindi News >>Home >>Odisha LifeStyle and Others

Gajalakshmi Raja Yoga 2024: ବୃହସ୍ପତିଙ୍କ କୃପାରୁ ଧନବାନ୍ ହେବେ ଏହି ୪ ରାଶି

Gajalakshmi Raja Yoga 2024: ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କର ବିଶେଷ ଗୁରୁତ୍ୱ ରହିଛି । ମାର୍ଚ୍ଚ ୮ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବେ । ଏହାପରେ ମେ ୧ରେ ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ମେ ୩ରେ ସେହି ରାଶିରେ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ୪ ରାଶିକୁ (zodiac sign) ଧନବାନ କରିବ ଏହି ଓଲଟା ଚଳନ ।

Advertisement
Gajalakshmi Raja Yoga 2024: ବୃହସ୍ପତିଙ୍କ କୃପାରୁ ଧନବାନ୍ ହେବେ ଏହି ୪ ରାଶି
Stop
Zee Odisha Desk|Updated: Mar 03, 2024, 07:56 AM IST

Gajalakshmi Raja Yoga 2024: ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କର ବିଶେଷ ଗୁରୁତ୍ୱ ରହିଛି । ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି କୁହାଯାଏ। ତେବେ, ବୃହସ୍ପତିଙ୍କ ଚଳନ ବା ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁଯାୟୀ, ଆସନ୍ତା  ମାର୍ଚ୍ଚ ୮ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବେ । ଏହାପରେ ମେ ୧ରେ ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ମେ ୩ରେ ସେହି ରାଶିରେ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ୪ ରାଶିକୁ (zodiac sign) ଧନବାନ କରିବ ଏହି ଓଲଟା ଚଳନ ।

ALSO READ: Today Horoscope: ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜିର ରାଶିଫଳ

ଧନୁ ରାଶି: ଗଜକେସରୀ ରାଜଯୋଗ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ। ବୃହସ୍ପତି ଚଳନ ଫଳରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସଂପର୍କରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନ ସୁଖମୟ ହେବ।

ମେଷ ରାଶି: ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ଚଳନ ଯୋଗୁଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ। ଯାହା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ । ବୃହସ୍ପତିଙ୍କର ଶୁଭ ପ୍ରଭାବ ଯୋଗୁଁ, ଚାକିରିରେ କ୍ଷେତ୍ରରେ ପଦୋନ୍ନତି ସହ ପ୍ରସଂଶା ମିଳିବ । ବେରୋଜଗାରୀମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ହଠାତ୍ ଲାଭ ମିଳିବ ।

କର୍କଟ ରାଶି: ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ରହିବ । ଗଜକେସରୀ ଯୋଗ ଫଳରେ ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକେ ବିବାହ ନେଇ ପ୍ରସ୍ତାବ ପାଇପାରନ୍ତି । ବିନିଯୋଗରୁ ଆର୍ଥିକ ଭାବେ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ ।

ସିଂହ ରାଶି: ଏହି ସମୟରେ ସିଂହ ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}