Hindi News >>Home >>Odisha LifeStyle and Others

Chaturgrahi Yog 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଧନବାନ୍ ହେବେ ୪ ରାଶି!

Chaturgrahi Yog 2024: ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ମୀନ ରାଶିରେ ସୂର୍ଯ୍ୟ  ଓ ଶୁକ୍ର ଏକାସାଙ୍ଗରେ ପ୍ରବେଶ କରିବେ । ଯେଉଁ ରାଶିରେ କି ପୂର୍ବରୁ ରାହୁ ଓ କେତୁ ବିରାଜମାନ ଅଛନ୍ତି ।  ଗୋଟିଏ ରାଶିରେ ଚାରିଗ୍ରହଙ୍କ ମିଳନ ଚତୁଃଗ୍ରାହୀ ଯୋଗ (Chaturgrahi Yoga) ସୃଷ୍ଟି କରୁଛି । ତେବେ, ଏହି  ଚତୁଃଗ୍ରାହୀ ଯୋଗ (Chaturgrahi Yoga) ୪ ରାଶିକୁ ଶୁଭଫଳ ପ୍ରଦାନ କରିବ। 

Advertisement
Chaturgrahi Yog 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଧନବାନ୍ ହେବେ ୪ ରାଶି!
Stop
Zee Odisha Desk|Updated: Apr 07, 2024, 06:07 AM IST

Chaturgrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡିଥାଏ। ଏହି କ୍ରମରେ ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ମୀନ ରାଶିରେ ସୂର୍ଯ୍ୟ  ଓ ଶୁକ୍ର ଏକାସାଙ୍ଗରେ ପ୍ରବେଶ କରିବେ । ଯେଉଁ ରାଶିରେ କି ପୂର୍ବରୁ ରାହୁ ଓ କେତୁ ବିରାଜମାନ ଅଛନ୍ତି ।  ଗୋଟିଏ ରାଶିରେ ଚାରିଗ୍ରହଙ୍କ ମିଳନ ଚତୁଃଗ୍ରାହୀ ଯୋଗ (Chaturgrahi Yoga) ସୃଷ୍ଟି କରୁଛି । ତେବେ, ଏହି  ଚତୁଃଗ୍ରାହୀ ଯୋଗ (Chaturgrahi Yoga) ୪ ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡି଼କ ବିଷୟରେ...

ALSO READ: Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ..

ଧନବାନ୍ ହେବେ ଏହି ସବୁ ରାଶି:

ମିଥୁନ: ଚତୁଃଗ୍ରାହୀ ଯୋଗ (Chaturgrahi Yoga) ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏହି ରାଶିର ଲୋକେ ପ୍ରତ୍ୟକ କ୍ଷେତ୍ରରେ  ଶୁଭଫଳ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପ୍ରମୋସନ୍ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଏହି ସମୟରେ କୌଣସି ବ୍ୟବସାୟ ଆରମ୍ଭ କଲେ। ପ୍ରଚୁର ପରିମାଣର ଲାଭ ପାଇବେ। ପୁରୁଣାରୋଗରୁ ମୁକ୍ତି ମିଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ବ୍ୟାପାରରେ ବି ସଫଳତା ପ୍ରାପ୍ତ କରିବେ। 

କର୍କଟ : ଚତୁଃଗ୍ରାହୀ ଯୋଗର ସୁପ୍ରଭାବ ଏହି ରାଶି ଉପରେ ବି ରହିବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ। ଆଇଟି କ୍ଷେତ୍ରେର ଜଡିତ ଲୋକେ ବିଦେଶରୁ ମନ ପସନ୍ଦର ଅଫର ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। 

କନ୍ୟା: ଚତୁଃଗ୍ରାହୀ ଯୋଗ ଏହି ରାଶିକୁ ମାଲେମାଲ୍ କରିଦେବ।  ବିଶେଷକରି, କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଆୟର ଉତ୍ସ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିଛି । ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । 

ଧନୁ: ଚତୁଃଗ୍ରାହୀ ଯୋଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବ । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}