Hindi News >>Home >>Odisha LifeStyle and Others

Chaturgrahi Yog 2024: ଚତୁଃଗ୍ରାହୀ ଯୋଗ ଆଣୁଛି ଶୁଭବେଳା, ଆସନ୍ତମାସରୁ ଏହି ସବୁ ରାଶି ହେବେ କୋଟିପତି!

Chaturgrahi Yog 2024:  ବୁଧ ମେ ୩୧ ତାରିଖ ସକାଳ ୧୦ଟା ୯ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ସୂର୍ଯ୍ୟ-ଶୁକ୍ର-ବୃହସ୍ପତି ବିରାଜ ମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ର -ବୁଧ- ବୃହସ୍ପତିଙ୍କ ମିଳନ  ଚତୁଃଗ୍ରାହୀ ଯୋଗ  (Chaturgrahi Yog) ସୃଷ୍ଟି କରୁଛି। ଏହି  ଚତୁଃଗ୍ରାହୀ ଯୋଗ  ବିଶେଷକରି, ତିନି ରାଶିଙ୍କ ଭାଗ୍ୟ ବଦଳାଇବ । 

Advertisement
Chaturgrahi Yog 2024: ଚତୁଃଗ୍ରାହୀ ଯୋଗ ଆଣୁଛି ଶୁଭବେଳା, ଆସନ୍ତମାସରୁ ଏହି ସବୁ ରାଶି ହେବେ କୋଟିପତି!
Stop
Narmada Behera|Updated: May 27, 2024, 04:34 PM IST

Chaturgrahi Yog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ବୁଧଙ୍କୁ ଧନ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଗ୍ରହମାନଙ୍କର ରାଜକୁମାର ବୁଧ ମେ ୩୧ ତାରିଖ ସକାଳ ୧୦ଟା ୯ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ସୂର୍ଯ୍ୟ-ଶୁକ୍ର-ବୃହସ୍ପତି ବିରାଜ ମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ର -ବୁଧ- ବୃହସ୍ପତିଙ୍କ ମିଳନ  ଚତୁଃଗ୍ରାହୀ ଯୋଗ  (Chaturgrahi Yog) ସୃଷ୍ଟି କରୁଛି। ଏହି  ଚତୁଃଗ୍ରାହୀ ଯୋଗ  ବିଶେଷକରି, ତିନି ରାଶିଙ୍କ ଭାଗ୍ୟ ବଦଳାଇବ । ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ..

ALSO READ: Guru Uday 2024: ଏହି ସବୁ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ହେବ ଟଙ୍କାର ବର୍ଷା!

ଧନବାନ୍ ହେବେ ଏହି ସବୁ ରାଶି: 

ମେଷ: ଚତୁଃଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କଠିନ ପରିଶ୍ରମର ଫଳ ପାଇବେ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। ତାହାକୁ କାର୍ଯ୍ୟକାରୀ କରନ୍ତୁ । ଦେଖିବେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ଯଦି ଆପଣ କୌଣସି ଜାଗାରେ ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି। ତେବେ,ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କରନ୍ତୁ। ପୁରୁଣା ବିନିଯୋଗରୁ ଲାଭପାଇବା ସହ ଆର୍ଥିକ ସ୍ଥିତି ମଜବୁତ୍ ରହିବ। କିନ୍ତୁ ସଂକ୍ରମଣ ଜନିତ ରୋଗର ଶୀକାର ହୋଇପାରନ୍ତି । ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ବୃଷ: ଏହି ରାଶିଙ୍କ ପାଇଁ ଶୁଭଦିନ ଆଣିବ ଚତୁଃଗ୍ରାହୀ ଯୋଗ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବା ସହ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହେବ। ପ୍ରେମ ଜୀବନରେ ମଧୁରତା ଭରିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପସନ୍ଦ କରୁଥିବା କିମ୍ବା ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହେବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଏହି ସମୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ।  କର୍ମକ୍ଷେତ୍ରରେ ଥିବା ଲୋକେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ।

କର୍କଟ: ଚତୁଃଗ୍ରାହୀ ଯୋଗ ଏହି ରାଶିର ଲୋକଙ୍କ ପାଇଁ କୌଣସି ଖୁସି ଖବର ଆଣିପାରେ। କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ସରକାରୀଙ୍କ ଚାକିରିଆମାନେ ପଦୋନ୍ନତି ପାଇବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ବେକାରୀମାନେ ଚାକିରି ପାଇବେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ପରିବାର ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହେବ। ନୂଆ କରି ବିବାହ କରିଥିବା ବ୍ୟକ୍ତି ସନ୍ତାନ ପ୍ରାପ୍ତିର ଖୁସି ପାଇବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Read More
{}{}