Hindi News >>Home >>Odisha LifeStyle and Others

Budh Guru Yuti 2024: ବୁଧ-ବୃହସ୍ପତିଙ୍କ ମହାମିଳନ, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ

Budh Gochar 2024: ବୁଧ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ଆଜି ସକାଳ ୮ଟା ୪୫ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ।  ଅପ୍ରିଲ୍ ୨ରେ ଏହି ରାଶିକୁ ଦେବଗୁରୁ ବୃହସ୍ପତି ମଧ୍ୟ ଗମନ କରିବେ। ଗୋଟିଏ ରାଶିରେ ବୁଧ- ବୃହସ୍ପତିଙ୍କ ମିଳନ ବୁଧ-ଗୁରୁ ୟୁତି (Budh Guru Yuti 2024) ବା ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଏହି ବୁଧ-ଗୁରୁ ୟୁତି ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ...

Advertisement
Budh Guru Yuti 2024: ବୁଧ-ବୃହସ୍ପତିଙ୍କ ମହାମିଳନ, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ
Stop
Zee Odisha Desk|Updated: Mar 26, 2024, 06:40 AM IST

Budh Gochar 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ବୁଧଙ୍କୁ ଧନ, ବୃଦ୍ଧି, ବାଣୀ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ବୁଧଙ୍କ ସ୍ଥିତି ମଣିଷକୁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ।  ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ଆଜି ସକାଳ ୮ଟା ୪୫ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ।  ଅପ୍ରିଲ୍ ୨ରେ ଏହି ରାଶିକୁ ଦେବଗୁରୁ ବୃହସ୍ପତି ମଧ୍ୟ ଗମନ କରିବେ। ଗୋଟିଏ ରାଶିରେ ବୁଧ- ବୃହସ୍ପତିଙ୍କ ମିଳନ ବୁଧ-ଗୁରୁ ୟୁତି (Budh Guru Yuti 2024) ବା ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଏହି ବୁଧ-ଗୁରୁ ୟୁତି ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ...

ALSO READ: Weather Update: ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

ALSO READ: Today Horoscope: ଏହି ସବୁ ରାଶି ପାଇଁ ମଙ୍ଗଳମୟ ରହିବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

ଲାଭବାନ୍ ହେବେ ଏହି ସବୁ ରାଶି:

କର୍କଟ ରାଶି : ବୁଧ- ବୃହସ୍ପତିଙ୍କ ମହା ମିଳନ ଯୋଗୁଁ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ। ନୂଆ ନିଯୁକ୍ତି ଅଫର ବି ଆସିପାରେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

ସିଂହ ରାଶି:  ବୁଧ-ବୃହସ୍ପତିଙ୍କ ମିଳନ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଭାଗ୍ୟ ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କ ସାଥ୍ ଦେବ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ। କୌଣସି ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି।

ମକର ରାଶି:   ବୃହସ୍ପତି ଓ ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ଦୀର୍ଘ ଦିନ ଧରି ଲାଗିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । କ୍ୟାରିୟରରେ ନୂତନ ସୁଯୋଗ ଏବଂ ପଦୋନ୍ନତିର ସମ୍ଭାବନା ଅଛି । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂତନ ଯାନ ଏହି ଅବଧି ମଧ୍ୟରେ କ୍ରୟ କରିପାରନ୍ତି। ବିଶେଷ କରି ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}