Hindi News >>Home >>Odisha LifeStyle and Others

Budh Guru Yuti 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧ-ଗୁରୁ ୟୁତି, ମିଳିବ ନୂଆ ଚାକିରି ସାଙ୍ଗକୁ ପୁଳା ପୁଳା ଟଙ୍କା !

Budh Guru Yuti 2024: ଗ୍ରହମାନଙ୍କର ରାଜକୁମାର ବୁଧ ଆଜି ସକାଳ ୧୦ଟା ୨୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ବୁଧ-ଦେବଗୁରୁ ବୃହସ୍ପତିଙ୍କ  ମିଳନ ବୁଧ-ଗୁରୁ ୟୁତି ଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି ।  ଏହି ୨ ଗ୍ରହଙ୍କ ମହା ମିଳନ କିଛି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। 

Advertisement
Budh Guru Yuti 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧ-ଗୁରୁ ୟୁତି, ମିଳିବ ନୂଆ ଚାକିରି ସାଙ୍ଗକୁ ପୁଳା ପୁଳା ଟଙ୍କା !
Stop
Narmada Behera|Updated: May 12, 2024, 10:50 AM IST

Budh Guru Yuti 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଆଜି ସକାଳ ୧୦ଟା ୨୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ବୁଧ-ଦେବଗୁରୁ ବୃହସ୍ପତିଙ୍କ  ମିଳନ ବୁଧ-ଗୁରୁ ୟୁତି ଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ବୁଧଙ୍କୁ ବୁଦ୍ଧି, ବକ୍ତବ୍ୟ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଉଥିବା ବେଳେ ଦେବଗୁରୁ ବୃହସ୍ପତିଙ୍କୁ  ଜ୍ଞାନ, ଦାନ, ଧର୍ମ ଓ ଧନ ବୃଦ୍ଧିର କାରକ ବୋଲି କୁହାଯାଏ। ଏହି ୨ ଗ୍ରହଙ୍କ ମହା ମିଳନ କିଛି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Today Horoscope: ଏହି ରାଶିଙ୍କର ଆକସ୍ମିକ ଧନଲାଭ ସହ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ, ଜାଣନ୍ତୁ ଆଜିର ରାଶିଫଳ

ମାଲେମାଲ୍ ହେବେ ଏହି ସବୁ ରାଶି:

ମେଷ  ବୁଧ-ଗୁରୁ ୟୁତି ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ଅଫର ମିଳିବ। ଏବଂ ଚାକିରିରେ ପଦୋନ୍ନତି ପାଇବାର ସମ୍ଭାବନା ରହିବ। ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଧନ ଏବଂ ସମ୍ପତ୍ତି ଲାଭର ଯୋଗ ରହିଛି । ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ସରକାରୀ ଚାକିରିଆମାନଙ୍କର  ଟ୍ରାନ୍ସଫର ହେବାର ସମ୍ଭାବାନ ରହିଛି। ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବା ସହ ସ୍ବାସ୍ଥ୍ୟ ଭଲ ରହିବ। 

ସିଂହ :  ଦେବଗୁରୁ ବୃହସ୍ପତି ଓ ବୁଧଙ୍କ କୃପା ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ। ସମସ୍ତ କାର୍ଯ୍ୟରେ ଭଗ୍ୟ ଆପଣଙ୍କ ପୂର୍ଣ୍ଣସାଥ୍ ଦେବ। ଅର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଆଶା କରୁଥିବା ଦିଗରୁ ଧନ ଲାଭ ନେଇ ଯୋଗ ରହିଛି । ଶତ୍ରୁଙ୍କ ଚକ୍ରାନ୍ତରୁ ରକ୍ଷା ପାଇବେ । ପ୍ରେମ ସମ୍ପର୍କ ମଜବୁତ୍ ହେବା ସହ କୌଣସି ଉପହାର ନିଜ ଜୀବନ ସାଥୀଙ୍କ ଠାରୁ ମିଳିପାରେ ।  ବିଶେଷକରି କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ପାଇପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ହେବାର ଖବର ବି ପାଇପାରନ୍ତି। 

ମକର :  ବୁଧ-ଗୁରୁ ୟୁତି  ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଖାସ୍ କରି, କ୍ୟାରିୟରରେ ନୂତନ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜବୁତ୍ ହେବ। ପରିବାରରେ ଦେଖାଦେଇଥିବା ବିବାଦ ଦୂର ହେବା ସହ  ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ। କ୍ୟାରିୟର ସହିତ ଜଡିତ କୌଣସି ଏକ ଭଲ ଖବର ପାଇପାରିବେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ। ପୁଞ୍ଜି ନିବେଶ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}