Hindi News >>Home >>Odisha LifeStyle and Others

Trigrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

Trigrahi Yog 2024:  ବୃଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ଓ ମଙ୍ଗଳ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୭ଟା ୪୦ ମିନିଟ୍ ସମୟରେ  ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ଶୁକ୍ର-ମଙ୍ଗଳଙ୍କ ଚଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଏହି ତ୍ରିଗ୍ରାହୀ ଯୋଗ(Trigrahi Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Advertisement
Trigrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!
Stop
Narmada Behera|Updated: Jun 04, 2024, 05:47 PM IST

Trigrahi Yog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଜୁନ୍ ମାସକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କାହିଁକିନା ଏହି ମାସରେ ଏକାଧିକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରନ୍ତି । ଏହି କ୍ରମରେ ବୃଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ଓ ମଙ୍ଗଳ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୭ଟା ୪୦ ମିନିଟ୍ ସମୟରେ  ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ଶୁକ୍ର-ମଙ୍ଗଳଙ୍କ ଚଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଏହି ତ୍ରିଗ୍ରାହୀ ଯୋଗ(Trigrahi Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ALSO READ: Shani Surya Yuti 2024: ଶନି ଜୟନ୍ତୀ ପୂର୍ବରୁ ଶନି-ସୂର୍ଯ୍ୟଙ୍କ ମିଳନ, ଲାଭବାନ୍ ହେବେ ଏହି ସବୁ ରାଶି

ଲାଭରେ ରହିବେ ଏହି ସବୁ ରାଶି:

ବୃଷ : ବୃହସ୍ପତି-ଶୁକ୍ର-ମଙ୍ଗଳଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବ।  ଏହି ଅବଧି ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଳିବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବାର ସମ୍ଭାବନା ରହିଛି। ଆପଣ ହୁଏତ ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇପାରନ୍ତି। ସନ୍ତାନ ସୁଖ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ବୈବାହିତ ଜୀବନ ସୁଖମୟ ହେବ।  ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ରଖିଛନ୍ତି। ତେବେ, ତାହାକୁ ଏବେ କାର୍ଯ୍ୟକାରୀ କରନ୍ତୁ, ଲାଭବାନ୍ ହେବେ।  ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବ । 

ମେଷ : ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କ ପାଇଁ ଭଲ ଚାକିରି ଅଫର ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ ଭଲ ହେବ। 

କର୍କଟ ରାଶି: ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସମୟ ରହିଛି। ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ। ଏହା ବ୍ୟତୀତ ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଆଶାୟୀମାନେ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ପ୍ରଗତିର ରାସ୍ତା ଖୋଲିବ । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

କୁମ୍ଭ ରାଶି:  ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଅଗ୍ରଗତି କରିବେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଅଟକି ରହିଥିବା ଧନ ଆପଣଙ୍କୁ ମିଳିବ। କିନ୍ତୁ ମନେ ରଖନ୍ତୁ ଯେ, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ଚାପଗ୍ରସ୍ତ ଅନୁଭବ କରିବେ । ପୌତୃକ ସମ୍ପତ୍ତିରୁ ଲାଭ ପାଇବା ସହ ନୂଆ ଜମି କିଣିବାର ମଧ୍ୟ ସମ୍ଭାବନା ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

{}{}