Hindi News >>Home >>Odisha LifeStyle and Others

Rajyog 2024: ତିନି ରାଶିଙ୍କ ଭାଗ୍ୟ ବଦଳଇବ ସୂର୍ଯ୍ୟ-ବୃହସ୍ପତିଙ୍କ ମିଳନ, ହେବ ଧନର ବର୍ଷା!

Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି।  ଏ-ହି କ୍ରମରେ  ଦେବଗୁରୁ ବୃହସ୍ପତି ମେଷ ରାଶିରେ ଥିବା ବେଳେ ମାର୍ଚ୍ଚ ୨୨ ତାରିଖରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମିଳନ ରାଜଯୋଗ ସୃଷ୍ଟି କରୁଛି। ଦିର୍ଘ ୧୯ ବର୍ଷ ପରେ ଏହି ରାଜଯୋଗ ସୃଷ୍ଟି ହେଉଛି । ତେବେ, ଏହି ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା କେଉଁ ସବୁ ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ...

Advertisement
Rajyog 2024: ତିନି ରାଶିଙ୍କ ଭାଗ୍ୟ ବଦଳଇବ ସୂର୍ଯ୍ୟ-ବୃହସ୍ପତିଙ୍କ ମିଳନ, ହେବ ଧନର ବର୍ଷା!
Stop
Zee Odisha Desk|Updated: Mar 20, 2024, 10:18 AM IST

Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି।  ଏ-ହି କ୍ରମରେ  ଦେବଗୁରୁ ବୃହସ୍ପତି ମେଷ ରାଶିରେ ଥିବା ବେଳେ ମାର୍ଚ୍ଚ ୨୨ ତାରିଖରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମିଳନ ରାଜଯୋଗ ସୃଷ୍ଟି କରୁଛି। ଦିର୍ଘ ୧୯ ବର୍ଷ ପରେ ଏହି ରାଜଯୋଗ ସୃଷ୍ଟି ହେଉଛି । ତେବେ, ଏହି ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା କେଉଁ ସବୁ ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ....

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର ,ଜାଣନ୍ତୁ ଆଜିର ରାଶିଫଳ

ଧନବାନ୍ ହେବେ ଏହି ସବୁ ରାଶି:

କୁମ୍ଭ ରାଶି: ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମିଳନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ଚାକିରିରେ ପଦୋନ୍ନତି ମିଳିବା ସହ ଆୟ ବଢିବ। ଏହି ସମୟରେ ଆପଣ ଏକ ନୂତନ ଯାନ କ୍ରୟ କରିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ଆପଣଙ୍କୁ ନିଜ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡିବ।

ମେଷ ରାଶି:  ରାଜଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ଅତୁଳନୀୟ ସଫଳତା ପ୍ରାପ୍ତ କରିବେ। ଆୟ ବଢିବା ସହ ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନକୂଳ ରହିଛି। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ଅଫର ମିଳିବ। ବିଦେଶ ଯାତ୍ରା କରିବାର ମଧ୍ୟ ଚଳିତ ବର୍ଷ ସୁଯୋଗ ମିଳିପାରେ। 

ସିଂହ ରାଶି:  ଚଳିତ ମାସ ଶେଷ ସପ୍ତାହରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

{}{}