Hindi News >>Home >>Odisha LifeStyle and Others

Air JioFiber: ଜାଣନ୍ତୁ ଏହା କଣ? ଟେଲିଫୋନ୍ ଜଗତ ପାଇଁ ଆଣିବ ନୂଆ ବିପ୍ଳବ

Jio AirFiber: ରିଲାଏନ୍ସ କମ୍ପାନୀ ବିଭିନ୍ନ ସୟରେ ନିଜ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ନେଇ ଆସିଥାଏ। ଏବେ ଆଉ ଏକ ଘୋଷଣା କରିଛି କମ୍ପାନୀ। ସୋମବାର ଦିନ ରିଲାଏନ୍ସ ଏଜିଏମ-୨୦୨୨ 'ଜିଓ ଏୟାର ଫାଇବର' (Jio AirFiber) ଘୋଷଣା କରିଛନ୍ତି। 

Advertisement
ପ୍ରତୀକାତ୍ମକ
Stop
Zee Odisha Desk|Updated: Aug 30, 2022, 09:02 PM IST

Jio AirFiber: ରିଲାଏନ୍ସ କମ୍ପାନୀ ବିଭିନ୍ନ ସୟରେ ନିଜ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଆଣିଥାଏ। ଏହି କ୍ରମରେ ବର୍ତ୍ତମାନ କମ୍ପାନୀ ଆଉ ଏକ ଘୋଷଣା କରିଛି। ସୋମବାର ଦିନ ରିଲାଏନ୍ସ ଏଜିଏମ-୨୦୨୨ ବୈଠକରେ 'ଜିଓ ଏୟାର ଫାଇବର' (Jio AirFiber) ସର୍ଭିସ୍ ବିଷୟରେ ଘୋଷଣା କରାଯାଇଛି। ରିଲାଏନ୍ସ ଜିଓର ନୂତନ ଅଧ୍ୟକ୍ଷ ଆକାଶ ଆମ୍ବାନୀଙ୍କ ଦ୍ବାରା ଏହି ଘୋଷଣା କରାଯିବା ପରେ ଗ୍ରାହକଙ୍କ ମନରେ ଏକ ପ୍ରକାରର ଖୁସିର ଲହରୀ ଖେଳିଯାଇଛି। ଆକାଶ ନିଜ ସମ୍ବୋଧନରେ କହିଛନ୍ତି, ''ଏହା ହେଉଛି 5G ଅଲଟ୍ରା ହାଇସ୍ପିଡ ଫିକ୍ସ ବ୍ରଡବ୍ୟାଣ୍ଡ ହଟସ୍ପଟ୍। ଏହା ବିନା ତାରରେ ଚାଲିଥାଏ ଓ ଫାଇବର ପରି ସ୍ପିଡ୍ ପ୍ରଦାନ କରିବାରେ ସକ୍ଷମ ହେବ।'' ରିଲାଏନ୍ସ ଜିଓର ନୂତନ ଅଧ୍ୟକ୍ଷ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ଡିଭାଇସ ଗିଗାବାଇଟ ସ୍ପିଡ ଇଣ୍ଟରନେଟ ବିତରଣ କରିବାରେ ସକ୍ଷମ ଥିବାରୁ ଏହାକୁ ଘରେ କିମ୍ବା ଅଫିସରେ ରଖାଯାଇ ପାରିବ। 

ଜିଓ ଏୟାର ଫାଇବର ହେଉଛି ଏକ ଓୟାରଲେସ ପ୍ଲଗ ଓ ପ୍ଲେ ୫-ଜି ହଟସ୍ପଟ୍ ଡିଭାଇସ୍, ଯାହା ଫିକ୍ସଡ ବ୍ରଡବ୍ୟାଣ୍ଡ ପରି ଗତି ବିତରଣ କରିବ। ଜିଓ ଏୟାର ଫାଇବର (Jio AirFiber) ହେଉଛି ଏକ ସରଳ ପ୍ଲଗ୍ ଆଣ୍ଡ ପ୍ଲେ ଡିଭାଇସ, ଯାହା କ୍ଲାଉଡ୍ ଗେମିଂ, ଇମର୍ସିଭ୍ ସ୍ପୋର୍ଟସ୍ ବ୍ୟୁଇଙ୍ଗ ଏବଂ ଆହୁରି ଅନେକ କାର୍ଯ୍ୟ ପାଇଁ ବେତାର 5G କନେକ୍ସନ ଡେଲିଭରୀ କରିବ।

ଏହା ଏପରି ଏକ ବେତାର (wireless) ଯାହା ଏୟାର ଫାଇବର ରେଡିଓ ଆଧାରିତ ସମସ୍ୟାର ସମାଧାନ କରିଥାଏ। ଏହା ସ୍ଥିର ବ୍ରଡବ୍ୟାଣ୍ଡ ପରି ହାଇ ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବାରେ ସକ୍ଷମ। କିନ୍ତୁ, ଏଥିରେ କୌଣସି ତାର ବ୍ୟବହାର କରାଯିବ ନାହିଁ । ଏଥିସହ ଘରେ କିମ୍ବା ଅଫିସରେ ଅନେକ ଉପକରଣକୁ ସଂଯୋଗ କରିବା ପାଇଁ ଏୟାର ଫାଇବରରେ ପର୍ଯ୍ୟାପ୍ତ ବ୍ୟାଣ୍ଡୱିଡଥ୍ ମଧ୍ୟ ରହିବ।

ଯେକୌଣସି ଏୟାର ଫାଇବର ପାଇଁ ଏକ ଛୋଟ ଆଣ୍ଟେନା ବ୍ୟବହାରକାରୀଙ୍କ ବିଲ୍ଡିଂରେ ଲଗାଯିବ। ଏହା ସିଧାସଳଖ ନିକଟସ୍ଥ ରିଲାଏନ୍ସ ଟାୱାରରୁ ସିଗନାଲ ପାଇବ। ଏହଥିରେ ଆହୁରି ଦ୍ରୁତ ଗତିରେ ବେତାର ସଂଯୋଗ ମିଳିପାରିବ। ଏପରି ପରିସ୍ଥିତିରେ ଏଥିରେ ଓ୍ବାଇଡ ଇଣ୍ଟରନେଟ୍ ସଂଯୋଗ ତୁଳନାରେ ଏହି ନେଟୱାର୍କରେ କୌଣସି ପ୍ରକାରର ସମସ୍ୟାର ସମ୍ଭାବନା ମଧ୍ୟ ହ୍ରାସ ପାଇବ।

AGM ବୈଠକ ସମୟରେ, ଜିଓ ଏୟାରଫାଇବର ଶକ୍ତି ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ଉପଭୋକ୍ତା UHDରେ IPL ମ୍ୟାଚକୁ ଅନେକ କ୍ୟାମେରା ଆଙ୍ଗେଲରୁ ମଧ୍ୟ ଦେଖିପାରିବେ। କେବଳ ଏତିକି ନୁହେଁ, ଉପଭୋକ୍ତା ମାନେ ଯେକୌଣସି କ୍ୟାମେରା ଆଙ୍ଗେଲ ମଧ୍ୟ ପରିବର୍ତ୍ତନ କରିବାକୁ ସକ୍ଷମ ହେବେ। ଏହାସହିତ ଗେମିଂ ପାଇଁ ଏଥିରେ ଅଲ୍ଟ୍ରା-ଲୋ ଲିଟେଂସି ମଧ୍ୟ ମିଳିବ।

ବର୍ତ୍ତମାନ Jio AirFiber 5G Hotspot ଉପକରଣ ରିଲିଜ୍ ପାଇଁ Jio କୌଣସି ତାରିଖ ଦେଇନାହିଁ। ଜିଓ ତରଫରୁ ଦିପାବଳୀ ସୁଦ୍ଧା ମନୋନୀତ କେତେବ ସହର ଗୁଡିକରେ 5G ସେବା ଆରମ୍ଭ କରାଯିବ। ଧିରେଧିରେ 5G ବାକି ଲୋକଙ୍କ ପାଖରେ ମଧ୍ୟ ପହଞ୍ଚି ଯିବ। 

Read More
{}{}