Hindi News >>Home >>Odisha LifeStyle and Others

ହଳଦୀ- କ୍ଷୀରରେ ମିଶାନ୍ତୁ ଏହି ଯାଦୁକରୀ ପାଉଡର, ଶକ୍ତିଶାଳୀ ହେବେ..ପାଖ ଛୁଇଁବନି ରୋଗ !

Health Care: ହଳଦୀ - କ୍ଷୀର କେବଳ ଥଣ୍ଡା ଏବଂ କାଶ ପାଇଁ ଲାଭଜନକ ନୁହେଁ ବରଂ ଏହା ଅନେକ ସଂକ୍ରାମକ ରୋଗର ବିପଦରୁ ମଧ୍ୟ ରକ୍ଷା କରିଥାଏ ।

Advertisement
ହଳଦୀ- କ୍ଷୀରରେ ମିଶାନ୍ତୁ ଏହି ଯାଦୁକରୀ ପାଉଡର, ଶକ୍ତିଶାଳୀ ହେବେ..ପାଖ ଛୁଇଁବନି ରୋଗ !
Stop
Soubhagya Ranjan Mishra|Updated: Sep 14, 2023, 08:01 PM IST

Health Care: ହଳଦୀ ଓ କ୍ଷୀର ବହୁତ ଶକ୍ତିଶାଳୀ ପାନୀୟ । କ୍ଷୀରରେ ସମ୍ପୂର୍ଣ୍ଣ ପୁଷ୍ଟିକର ଉପାଦାନ (Nutrients) ମିଳିଥାଏ, ଯେତେବେଳେ କି ହଳଦୀ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଏବଂ କର୍କୁମିନ୍ କମ୍ପାଉଡ୍ (Antioxidant and Curcumin Compound) କାରଣରୁ ଏହା ଔଷଧ ବର୍ଦ୍ଧକ ହୋଇଯାଏ । କିନ୍ତୁ ଯଦି ଆପଣ ଏଥିରେ ଏକ ଚାମଚ ଗୋଲମରିଚ ପାଉଡର ମିଶାନ୍ତି, ତେବେ ଏହା ଆପଣଙ୍କୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିବ । ଆପଣଙ୍କୁ ଏହା କରିବାକୁ ପଡ଼ିବ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀର- ହଳଦୀ ପିଅନ୍ତି, ତେବେ ଏଥିରେ ଏକ ଚାମଚ ଗୋଲ ମରିଚ ପାଉଡର ମିଶାନ୍ତୁ, ତା’ହେଲେ ଏହାର ଔଷଧୀୟ ଗୁଣ ବହୁଗୁଣିତ ହେବ । ହଳଦୀ - କ୍ଷୀର କେବଳ ଥଣ୍ଡା ଏବଂ କାଶ ପାଇଁ ଲାଭଜନକ ନୁହେଁ ବରଂ ଏହା ଅନେକ ସଂକ୍ରାମକ ରୋଗର ବିପଦରୁ ମଧ୍ୟ ରକ୍ଷା କରିଥାଏ । ଯଦି ଏଥିରେ ଗୋଲମରିଚ ମିଶାଯାଏ, ତେବେ ଏହା ଅନ୍ୟାନ୍ୟ ରୋଗରୁ ମଧ୍ୟ ରକ୍ଷା କରିବ । ଆସନ୍ତୁ ଜାଣିବା ହଳଦୀ କ୍ଷୀର (turmaric milk) ସହିତ ଗୋଲମରିଚ ପାଉଡର ମିଶାଇ ଖାଇଲେ, ଏହାର ଲାଭ କେତେ ବୃଦ୍ଧି ପାଇବ ।

ହଳଦୀ-କ୍ଷୀରରେ ଗୋଲମରିଚ କାହିଁକି ମିଶ୍ରିତ ହେବା ଉଚିତ୍?
ଏନଡିଟିଭିରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଗୋଟିଏ ପଟେ କ୍ଷୀର ଏବଂ ହଳଦୀ ଗୋଲ୍ଡ ମିଲ୍କରେ ପରିଣତ ହୋଇଯାଏ , ସେମିତି ଏଥିରେ ଗୋଲମରିଚ ମିଶାଇବାର ମଧ୍ୟ ଅନେକ କାରଣ ଅଛି । ବାସ୍ତବରେ, ହଳଦୀର ସବୁଠାରୁ ଔଷଧୀୟ ଗୁଣ ଏଥିରେ ଥିବା କର୍କୁମିନ୍ କମ୍ପାଉଡ କାରଣରୁ ହୋଇଥାଏ । କିନ୍ତୁ ଶରୀର କର୍କୁମିନ୍ କମ୍ପାଉଡକୁ ସଠିକ୍ ଭାବରେ ଗ୍ରହଣ କରିବାରେ ଅସମର୍ଥ ହୁଏ । ଅନ୍ୟ ପଟେ, ପାଇପରିନ କମ୍ପାଉଡ ଗୋଲମରିଚ ରହିଥାଏ । ଏହି ପାଇପେରାଇନ୍ କମ୍ପାଉଡ କର୍କୁମିନକୁ ଭଲ ଭାବରେ ଶୋଷିବାରେ ସାହାଯ୍ୟ କରେ । ଏହାର ଅର୍ଥ ହେଉଛି ଯେତେବେଳେ ଆପଣ ହଳଦୀ କ୍ଷୀରରେ ଗୋଲମରିଚ ପାଉଡର ମିଶାଇବେ, ଏହାର ଲାଭ ବହୁଗୁଣିତ ହେବ ।

ହଳଦୀ-କ୍ଷୀର ଏବଂ ଗୋଲମରିଚ ପିଇବାର ଉପକାରିତା

ହଳଦୀ ଓ କ୍ଷୀର ସହିତ ଗୋଲମରିଚ ଖାଇବା ଦ୍ୱାରା କେବଳ ଥଣ୍ଡା, କାଶ, ଜ୍ୱରରୁ ମୁକ୍ତି ମିଳିନଥାଏ ବରଂ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । ହଳଦୀ - କ୍ଷୀରରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରେ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ । ଅକ୍ସିଡେଟିଭ୍ ଚାପ ହ୍ରାସ ହେତୁ ଶରୀରରେ ସଂକ୍ରମଣ ସହ ଜଡିତ କୌଣସି ରୋଗ ହେବା କଷ୍ଟକର । ଏଥି ସହିତ, ଅକ୍ସିଡେଟିଭ୍ ଚାପ ହ୍ରାସ କାରଣରୁ କୋଷ ଗୁଡ଼ିକରେ ଫ୍ରୀ ରେଡିକାଲ୍ ଗଠନ ହେବ, ଯାହା ଜୀବନଶୈଳୀ (Lifestyle) ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିବ । ଦ୍ୱିତୀୟତଃ, କର୍କୁମିନ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଅଟେ, ଯେଉଁ କାରଣରୁ ଏହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ । ହଳଦୀ, କ୍ଷୀର ଓ ଗୋଲ ମରିଚ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ଏବଂହାର୍ଟ ହେଲ୍ଥକୁ ବଢାଇଥାଏ। 

କିଛି ଲୋକ ହଳଦୀ ଏବଂ କ୍ଷୀରରେ ଅଦା ଏବଂ ଡାଲଚିନି ପାଉଡର ମଧ୍ୟ ମିଶାନ୍ତି, କିନ୍ତୁ ଏହାର ଲାଭ ସେତେ ଅଧିକ ମିଳିନଥାଏ ,ତେଣୁ ଏହା ସହିତ ନିଶ୍ଚିତ ଭାବରେ ଗୋଲମରିଚ ପାଉଡର ମିଶାନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ହଳଦୀ, କ୍ଷୀର ଏବଂ ଗୋଲମରିଚ ସହିତ ମହୁ (Honey) ମିଶାଇ ପିଇପାରିବେ । ଅର୍ଥାତ୍ ପ୍ରଥମେ କ୍ଷୀରରେ ଅଦା ଏବଂ ଡାଲଚିନି ପକାଇ ଫୁଟାନ୍ତୁ। ତା’ପରେ ଏଥିରେ ହଳଦୀ, ଗୋଲମରିଚ ଏବଂ ମହୁ ମିଶାନ୍ତୁ । ଏହା ବେଷ୍ଟ ଗୋଲ୍ଡ ମିଲ୍କରେ ପରିଣତ ହେବ ।

Also Read- Hibiscus Flower: ଆପଣଙ୍କ ବାଡିରେ ଫୁଟୁଥିବା ମନ୍ଦାର ଫୁଲ ୪ଟି ରୋଗ ପାଇଁ ଖୁବ ପ୍ରଭାବଶାଳୀ

{}{}