Hindi News >>Home >>Odisha LifeStyle and Others

International Millet Year 2023: ଡାଇବେଟିସ୍ ଓ ହୃଦରୋଗ ପାଇଁ ରାମବାଣ ମିଲେଟ, ଜାଣନ୍ତୁ ଶରୀର ପାଇଁ କେତେ ଉପକାରୀ ମିଲେଟ

International Millet Year 2023:ମିଲେଟଗୁଡିକ(Millet) ଏକ ପୁଷ୍ଟିକର ସହିତ କଠିନ ଶସ୍ୟ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍,(Protine) ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର(Fiber) ଭରି ରହିଥାଏ ।ଅନ୍ୟ ଶସ୍ୟ ପରି ମିଲେଟକୁ ମଧ୍ୟ ଉର୍ବର ଭୂମିରେ ଚାଷ କରାଯାଏ ଏବଂ ଏହା ଖୁବ୍ କମ୍ ପାଣି ଆବଶ୍ୟକ କରିଥାଏ । ମିଲେଟ ଖୁବ୍ ସୁଲଭ ମୂଲ୍ୟରେ ମିଳୁଥିବାରୁ ଏହାକୁ ଜଣେ ଧନୀ ବ୍ୟକ୍ତିଠୁ ଆରମ୍ଭ କରି ଗରିବ ଲୋକଟିଏ ମଧ୍ୟ ଖାଇପାରିବ। 

Advertisement
ସାଙ୍କେତିକ ଫଟୋ: Best health benefits of millet
Stop
Updated: Jul 30, 2023, 04:22 PM IST

International Millet Year 2023: ମିଲେଟଗୁଡିକ(Millet) ଏକ ପୁଷ୍ଟିକର ସହିତ କଠିନ ଶସ୍ୟ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍,(Protine) ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର(Fiber) ଭରି ରହିଥାଏ ।ଅନ୍ୟ ଶସ୍ୟ ପରି ମିଲେଟକୁ ମଧ୍ୟ ଉର୍ବର ଭୂମିରେ ଚାଷ କରାଯାଏ ଏବଂ ଏହା ଖୁବ୍ କମ୍ ପାଣି ଆବଶ୍ୟକ କରିଥାଏ । ମିଲେଟ ଖୁବ୍ ସୁଲଭ ମୂଲ୍ୟରେ ମିଳୁଥିବାରୁ ଏହାକୁ ଜଣେ ଧନୀ ବ୍ୟକ୍ତିଠୁ ଆରମ୍ଭ କରି ଗରିବ ଲୋକଟିଏ ମଧ୍ୟ ଖାଇପାରିବ। ସରକାର ମିଲେଟ ଜାତୀୟ ଶସ୍ୟ ଓ ମିଲେଟ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାକର ପଦକ୍ଷେପ ନେଉଛନ୍ତି। ଏମିତି କି ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ(Millet Year 2023) ଭାବରେ ପାଳନ କରାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ମିଲେଟକୁ ଖାଇବା ଦ୍ୱାରା ଆମକୁ କେଉଁ ସବୁ ଲାଭ ମିଳିଥାଏ ବା ଏହାକୁ ଖାଇବାର ଫାଇଦା କ’ଣ..

1. ଓଜନ ହ୍ରାସ-

ମିଲେଟ ପ୍ରୋଟିନ୍ ଏବଂ ଫାଇବରରେ ଭରପୂର।ଏହା ଓଜନ ହ୍ରାସ ପାଇଁ ଦୁଇଟି ଜରୁରୀ ପୋଷକ ତତ୍ତ୍ୱ ଧାରଣ କରିଥାଏ । ଅଧିକ ସମୟ ପର୍ଯ୍ୟନ୍ତ ମିଲେଟ ଜାତୀୟ ଖାଦ୍ୟ ପେଟକୁ ପୂର୍ଣ୍ଣ ରଖିବାରେ ସାହାଯ୍ୟ କରିଥାଏ ଏବଂ ଭୋଜନ ମଧ୍ୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅଭ୍ୟାସକୁ ମଦ୍ୟ ହ୍ରାସ କରିବାରେ ମଧ୍ୟ ସାଦାଯ୍ୟ କରିଥାଏ ।

2. ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ-

ମେଟା-ଆନାଲିସିସ୍ ଅନୁଯାୟୀ, ମିଲେଟ ବ୍ୟବହାର ଦ୍ୱାରା ରକ୍ତରେ ଶର୍କରା ପରିବର୍ତ୍ତନ ହେବାର ସମ୍ଭାବନା କମିଯାଏ। ମିଲେଟଗୁଡିକର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ।ତେଣୁ ମିଲେଟ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା କମ୍ ହୋଇଥାଏ।  ଏହା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ବା ନିୟନ୍ତ୍ରଣ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

3. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି-

ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ମିଲେଟ ବ୍ୟବହାର, ଉଭୟ ବଡ଼ ବଡ଼ ଏବଂ ଛୋଟ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଲାଭଦାୟକ ଅଟେ ।ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଯେତିକି ପ୍ରୋଟିନର ଆବଶ୍ୟକତା ରହିଥାଏ ତାହା ମିଲେଟ ଖାଇବା ଦ୍ୱାରା ପୂରଣ ହୋଇଥାଏ।

ମିଲେଟ ଜାତୀୟ ଖାଦ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗର ସମ୍ଭାବନାକୁ କମ୍ କରିଥାଏ।

4. ହୃଦ୍ରୋଗକୁ ନିୟନ୍ତ୍ରଣ-

ମିଲେଟରେ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଏହା ଅତ୍ୟଧିକ ଚର୍ବି ସଂରକ୍ଷଣକୁ ରୋକିଥାଏ ଏବଂ ଉଚ୍ଚ କୋଲେଷ୍ଟ୍ରଲ, ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ହୃଦଘାତର ବିପଦକୁ ମଧ୍ୟ ନିୟନ୍ତ୍ରଣକୁ ଆଣିଥାଏ ।ମିଲେଟରେ ଥିବା ପୋଟାସିୟମ୍ ମାତ୍ରା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତ ସଞ୍ଚାଳନକୁ ଅପ୍ଟିମାଇଜ୍ କରିଥାଏ ।

5. ଆଜମାକୁ ରୋକିଥାଏ-

ମିଲେଟ ଜାତୀୟ ଖାଦ୍ୟ ଆଜମା ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଅଟେ ।ଏଥିରେ ଥିବା ମ୍ୟାଗ୍ନେସିୟମ୍ ମାତ୍ରା ଆଜ୍‌ମା ରୋଗ ଗମ୍ଭୀରତାକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

6.ହଜମ କ୍ରିୟାକୁ ସକ୍ରିୟ କରିଥାଏ-

ମିଲେଟସ୍ ହେଉଛି ଏକ ସମୃଦ୍ଧ ଫାଇବର ଉତ୍ସ ଯାହା ଗ୍ୟାସଟ୍ରିକ୍, ହଜମ ସମସ୍ୟା ଏବଂ କୋଷ୍ଠକାଠିନ୍ୟକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Also Read: Bollywood Gossip: ବଲିଉଡରେ ପୁଣି ଏକ Divorce: ବିବାହର ୧୮ ବର୍ଷ ପରେ ସମ୍ପର୍କରେ ଫାଟ

Sahara Investment: ଖୁବ୍ ଶିଘ୍ର ଫେରି ପାଇବେ ସାହାରା ଟଙ୍କା, ସରକାର ନେଲେ ବଡ଼ ପଦକ୍ଷେପ

Read More
{}{}