Hindi News >>Home >>Odisha National-International

Road Accident: ଟ୍ରକ୍ କୁ ପିଟିଲା କାର୍, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । 

Advertisement
Road Accident: ଟ୍ରକ୍ କୁ ପିଟିଲା କାର୍, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
Stop
Narmada Behera|Updated: Aug 10, 2024, 02:01 PM IST

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଟ୍ରକ୍ ଓ କାର୍ ଧକ୍କା ହେବା ଫଳରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଉତ୍ତର ପ୍ରଦେଶର ଗାଜିଆବାଦ୍- କାନପୁର ଗ୍ରୀନଫିଲ୍ଡ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି। 

ALSO READ: Petrol Diesel Price Today: ସପ୍ତାହ ଶେଷରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଜାଣନ୍ତୁ ଆଜିର ନୂଆ ଦର

ALSO READ: Career Horoscope Today: ଏହି ୫ ରାଶିର ଲୋକେ ରହନ୍ତୁ ସତର୍କ, କର୍ମକ୍ଷେତ୍ରରେ ଦେଖାଦେଇପାର ବିବାଦ!

ସୂଚନା ଅନୁସାରେ, ଶୁକ୍ରବାର ଦିନ ଏକ କାର୍ ରେ ୫ ଜଣ ଯୁବକ ଦିଲ୍ଲୀରୁ ଆଜିଆବାଦ୍ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ କାରଟି  ଗାଜିଆବାଦ୍- କାନପୁର ଗ୍ରୀନଫିଲ୍ଡ ଜାତୀୟ ରାଜପଥରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ସର୍ଭିସିଂ ପାଇଁ ପାର୍କିଂ ହୋଇଥିବା ଏକ ଟ୍ରକକୁ ପିଟି ଦେଇଥିଲା। ଫଳରେ କାର୍ ମଧ୍ୟରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ମୃତାହତଙ୍କୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।  ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଥୁରାର ବାସିନ୍ଦା ପୱନ କୁମାର (୩୪),  ୟୁପି ଜାଉନପୁରର ପଓ୍ବାନ୍ ସିଂ। ଆଉ ୨ ମୃତକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ମୃତକଙ୍କ ସମ୍ପର୍କୀୟ ମାନଙ୍କୁ ଦୁର୍ଘଟଣାର ଖବର ଦିଆଯାଇଛି। ପୋଲିସ୍ ଘଟଣାର ଅଧିକ ଛାନଭିନ୍ ଚଳାଇଛି।

Read More
{}{}