Hindi News >>Home >>Odisha LifeStyle and Others

Sugar Free Habits: ମାସେ ଧରି ଖାଆନ୍ତୁନି ଚିନି, ଶରୀରକୁ ମିଳିବ ଏହି ୫ଟି ଫାଇଦା

30 Days Of No Sugar Challenge: ଭାରତୀୟମାନେ ସାଧାରଣତଃ ମିଠା ଖାଇବାକୁ ପସନ୍ଦ କରନ୍ତି। ଆଇସକ୍ରିମ୍, ଚକୋଲେଟ୍, କୋଲ୍ଡଡ୍ରିଙ୍କସ୍ ଏବଂ ଅନ୍ୟାନ୍ୟ ମିଠା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ଏହି କାରଣରୁ ମେଦବହୁଳତା, ଫ୍ୟାଟି ଲିଭର, ଟାଇପ୍ ୨ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ରୋଗ ହେବାର ଆଶଙ୍କା ବଢିଥାଏ ।

Advertisement
Sugar Free Habits: ମାସେ ଧରି ଖାଆନ୍ତୁନି ଚିନି, ଶରୀରକୁ ମିଳିବ ଏହି ୫ଟି ଫାଇଦା
Stop
Zee Odisha Desk|Updated: Jan 16, 2023, 01:56 PM IST

30 Days Of No Sugar Challenge: ଭାରତୀୟମାନେ ସାଧାରଣତଃ ମିଠା ଖାଇବାକୁ ପସନ୍ଦ କରନ୍ତି।  ଆଇସକ୍ରିମ୍, ଚକୋଲେଟ୍, କୋଲ୍ଡଡ୍ରିଙ୍କସ୍ ଏବଂ ଅନ୍ୟାନ୍ୟ ମିଠା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ଏହି କାରଣରୁ ମେଦବହୁଳତା, ଫ୍ୟାଟି ଲିଭର, ଟାଇପ୍ ୨ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ରୋଗ ହେବାର ଆଶଙ୍କା ବଢିଥାଏ । ତେବେ ଏଠାରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଯଦି ମାସକ ପାଇଁ ଆପଣ ବିନା ଚିନିର ଖାଦ୍ୟ ଖାଆନ୍ତି । ତେବେ ଆପଣଙ୍କୁ ୩୦ ଦିନ ମଧ୍ୟରେ ବଡ ଫାଇଦା ମିଳିବ । ତେବେ, ଆସନ୍ତୁ ଜାଣିବା ବିନା ଚିନିର ଖାଦ୍ୟ ଖାଇବା ଦ୍ବାରା ଶରୀରକୁ କଣ କଣ ଫାଇଦା ମିଳିଥାଏ । 

ମାସେ କାଳ ଚିନି ନ ଖାଇବାର ଲାଭ :

ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରାଯିବ :
୩୦ ଦିନ ପର୍ଯ୍ୟନ୍ତ ଚିନି ନ ଖାଇବାର ସବୁଠାରୁ ବଡ ଫାଇଦା ହେଉଛି ଆପଣଙ୍କ ରକ୍ତରେ ଗ୍ଲୁକୋଜ୍ ସ୍ତର ସହଜରେ ନିୟନ୍ତ୍ରିତ ହେବ ।  ଏବଂ ଏହି କ୍ଷେତ୍ରରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇବ । କିନ୍ତୁ ଏକ ମାସ ପରେ ଯଦି ଆପଣ ଚିନି ଖାଆନ୍ତି , ତେବେ ଆପଣ ପୁରୁଣା ଅଭ୍ୟାସକୁ ଫେରିଯିବ । ତେବେ, ନୋ ସୁଗାର ଚ୍ୟାଲେଞ୍ଜର କୌଣସି ଲାଭ ଆପଣ ପାଇ ପାରିବେ ନାହିଁ ।

ଓଜନ କମ୍ ହେବ :
ଯେଉଁ ଖାଦ୍ୟରେ ଅଧିକ ପରିମାଣର ଚିନି ଥାଏ, ତାହା ମଧ୍ୟ ଶରୀରକୁ ଅଧିକ କ୍ୟାଲୋରୀ ଯୋଗାଇଥାଏ | ସେଗୁଡ଼ିକରେ ପ୍ରୋଟିନ୍ ଏବଂ ଫାଇବର ଭଳି ପୋଷକ ତତ୍ତ୍ୱ ମଧ୍ୟ ନ ଥାଏ । ମିଠା ଜିନିଷ ଖାଇବା ଦ୍ୱାରା ଚିନି ଚର୍ବିରେ ପରିଣତ ହେବା ଆରମ୍ଭ କରେ ଏବଂ ଧୀରେ ଧୀରେ ପେଟ ଏବଂ ଅଣ୍ଟାରେ ଚର୍ବି ବଢିବାକୁ ଲାଗେ । ଯଦି ଆପଣ ଦିର୍ଘ  ଏକ ମାସ ପର୍ଯ୍ୟନ୍ତ ଚିନି ଯୁକ୍ତ ଖାଦ୍ୟ ନ ଖାଇବେ ତେବେ, ଆପଣଙ୍କ ଓଜନ ମଧ୍ୟ ହ୍ରାସ ପାଇବ ।

ହୃଦୟ ସୁସ୍ଥ ରହିବ :
ଚିନି ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା ଅଧିକ ଥାଏ । ଯେତେବେଳେ ଚିନି ଚର୍ବିରେ ପରିଣତ ହୁଏ, ଖରାପ କୋଲେଷ୍ଟ୍ରଲ ରକ୍ତରେ ଜମା ହେବା ଆରମ୍ଭ କରେ । ଏହି କାରଣରୁ,ରକ୍ତଚାପ ବଢିଥାଏ । ଅର୍ଥାତ୍ ହୃଦୟରେ ପହଞ୍ଚିବା ପାଇଁ ରକ୍ତକୁ ବଳ ପ୍ରୟୋଗ କରିବାକୁ ପଡେ,ଯେଉଁ କାରଣରୁ ହୃଦଘାତ ହୁଏ। ଭାରତରେ ବହୁ ସଂଖ୍ୟକ ଲୋକ ହୃଦଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ଯଦି ଆପଣ ଚିନି ଖାଇବା ବନ୍ଦ କରନ୍ତି ତେବେ ଆପଣଙ୍କ ହୃଦୟ ସୁସ୍ଥ ରହିବା ସହ ଦିର୍ଘାୟୁ ମଧ୍ୟ ହେବେ । 

ଏହାବି ପଢନ୍ତୁ : Blood Pressure Risk: ରକ୍ତଚାପ ବଢିଲେ ଶୋଇବା ସମୟରେ ହେବନି ହାର୍ଟଆଟାକ୍, ଜାଣନ୍ତୁ ଏହି ଉପାୟ

ଯକୃତ ପାଇଁ ଉପକାର :
ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। କିନ୍ତୁ ଯେଉଁମାନେ ଅଧିକ ମାତ୍ରାରେ ଚିନି ଖାଆନ୍ତି,ସେମାନେ ନନ ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ୍ (Nonalcoholic Fatty Liver Disease ) ହେବାର ଆଶଙ୍କା ଅଧିକ ଥାଏ। ସେଥିପାଇଁ ଚିନିରୁ ଦୂରେଇ ରୁହନ୍ତୁ ।

ଦାନ୍ତର ସ୍ୱାସ୍ଥ୍ୟ ଭଲ ରହିବ :
ଆମେ ସମସ୍ତେ ସଚେତନ ଯେ ମିଠା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ଦାନ୍ତ ନଷ୍ଟ ହୋଇଯାଏ । ଚିନି ଖାଇବା ଦ୍ବାରା ଦାନ୍ତ ପୋକ ଖାଇଥାଏ । ଏପରିକି ଦାନ୍ତର ମାଢି ନଷ୍ଟ ହେବା ସହ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହାର ଅର୍ଥ ହେଉଛି ୩୦ ଦିନ ପାଇଁ ଚିନି ଛାଡିଦେଲେ ଆପଣଙ୍କ ଦାନ୍ତ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

 

Read More
{}{}