Hindi News >>Home >>Odisha LifeStyle and Others

Benefits of Litchi: ଲିଚୁ ଖାଇବା ଦ୍ବାରା ମିଳିବ ଜବରଦସ୍ତ ଫାଏଦା, ଓଜନ ହ୍ରାସ କରିବାରେ ରାମବାଣ

ଗ୍ରୀଷ୍ମଋତୁରେ ଲିଚି ହେଉଛି ସର୍ବାଧିକ ବିକ୍ରି ହେଉଥିବା ଫଳ । କିନ୍ତୁ କିଛି ଲୋକେ ଏହାର ଉପକାରିତା ବିଷୟରେ ନ ଜାଣି ମଧ୍ୟ ଖୁବ ଖୁସିରେ ଖାଇଥାଆନ୍ତି । କିନ୍ତୁ ଯେଉଁ ମାନଙ୍କୁ ଏହାର ଉପକାରିତା ଜଣା ସେ ମଧ୍ୟ ଖୁବ ଚାଓରେ ଖାଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଥିରେ କଣ ରହିଛି ଉପକାରିତା ।

Advertisement
ପ୍ରତିକାତ୍ମକ ଫଟୋ
Stop
Rukmini Behera|Updated: Jun 23, 2022, 05:05 PM IST

Benefits of Litchi: ଗ୍ରୀଷ୍ମଋତୁରେ ଲିଚୁ ହେଉଛି ସର୍ବାଧିକ ବିକ୍ରି ହେଉଥିବା ଫଳ । କିନ୍ତୁ କିଛି ଲୋକେ ଏହାର ଉପକାରିତା ବିଷୟରେ ନ ଜାଣି ମଧ୍ୟ ଖୁବ ଖୁସିରେ ଖାଇଥାଆନ୍ତି । କିନ୍ତୁ ଯେଉଁ ମାନଙ୍କୁ ଏହାର ଉପକାରିତା ଜଣା ସେ ମଧ୍ୟ ଖୁବ ଚାଓରେ ଖାଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଥିରେ କଣ ରହିଛି ଉପକାରିତା ।

ସୌନ୍ଦର୍ଯ୍ୟ ବଢ଼ାଇବା ସହିତ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ

ଲିଚୁ ଖାଇବା ଦ୍ବାରା କେବଳ ଓଜନ ହ୍ରାସ ହୁଏ ତାହା ନୁହେଁ ବରଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ଦୂର କରିଥାଏ । ଗ୍ରୀଷ୍ମଋତୁରେ ମିଳୁଥିବା ଫଳ ମଧ୍ୟରେ ଲିଚୁ ହେଉଛି ଏକ ସୁସ୍ଥ ଏବଂ ସ୍ବାଦିଷ୍ଟ ଫଳ । ଲିଚୁକୁ ଫଳର ରାଣୀ କୁହାଯାଏ ଆଉ ଲିଚୁ ଆପଣଙ୍କ ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଲିଚୁକୁ ଖାଇବା ମାନେ ଆପଣଙ୍କ ଶରୀର ପାଇଁ ଏହା ଅମୃତ ପରି କାମ କରିଥାଏ ତେଣୁ ଲିଚୁରୁ ପାଇବାକୁ ଥିବା ଲାଭ ଉଠାଇବାରେ କେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଲିଚୁରେ ଭିଟାମିନ ସି , ଆଣ୍ଟିଅକ୍ସିଡାଣ୍ଟ,ଆଣ୍ଟିଭାଇରାଲ ଗୁଣ ଭରପୁର ରହିଥାଏ ।

ପେଟର ଚର୍ବିକୁ କମ୍ କରିଥାଏ

ପ୍ରାୟତଃ ଲୋକେ ପେଟର ଚର୍ବିକୁ କମ୍ କରିବା ପାଇଁ ଚେଷ୍ଟା କରିଥାଆନ୍ତି କାରଣ ପେଟ ଚର୍ବି ବୃଦ୍ଧି ହେବା ସହ ଶ୍ବାସ ରୋଗ ହେବାର ଆଶଙ୍କା  ବୃଦ୍ଧି ହୋଇଥାଏ । ଶରୀରରେ ଥକାପଣ ମଧ୍ୟ ଦେଖିବାକୁ ମିଳିଥାଏ ଏହା ସହ କୌଣସି କାମ କରିବାର ଇଚ୍ଛା କମିଯାଏ, ଯଦି ଆପଣ ପେଟର ଚର୍ବିକୁ ହ୍ରାସ କରିବାକୁ ଚାହାନ୍ତି ତେବେ ଲିଚୁ ସେବନ କରନ୍ତୁ କାରଣ ଲିଚୁରେ ସେଲୟୁବଲ୍ ଡାଏଟାରୀ ଫାଇବର ଥାଏ ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଏହା ସହ ଲିଚୁ ଦ୍ବାରା ପେଟ ସମ୍ବନ୍ଧୀୟ  ସମସ୍ତ ସମସ୍ୟା ଦୂର ହୋଇ ଥାଏ ।

ଲିଚୁ ରସ ଦ୍ବାରା ଓଜନ ହ୍ରାସ କରିଥାଏ

ଲିଚୁ ରସ ପିଇବା ଅତ୍ୟନ୍ତ ଲାଭଦାୟକ, କାରଣ ଲିଚୁ ରସରେ କ୍ୟାଲୋରୀ ପରିମାଣ ବହୁତ କମ୍ ଅଟେ । ତେବେ ଆପଣ ଲିଚୁ ଖାଇବା ସହ ଏହାର ଜୁସକୁ ବି ସେବନ କରିପାରିବେ । ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ସହାୟକ ହେବ ।

ଦେହରେ ଜଳୀୟ ଅଂଶ ଅଭାବ ରହେ ନାହିଁ

ଲିଚୁରେ ଜଳର ମାତ୍ରା ଭରପୁର ରହିଥାଏ ଯାହା ଶରୀରରେ ଜଳର ଅଭାବକୁ ଦୂର କରିଥାଏ । ଲିଚୁରେ  ଥଣ୍ଡା ପ୍ରଭାବ ଅଧିକ ଥାଏ ଯାହା ପେଟକୁ ଥଣ୍ଡା କରିଥାଏ । ଲିଚୁ ଏପରି ଏକ ଫଳ ଯାହା ଆପଣଙ୍କ ଶରୀର ପାଇଁ  ଫଳପ୍ରଦ ଏହା ସହ ଜଳ ଅଭାବରୁ ମୁକ୍ତି ଏବଂ ବିଭିନ୍ନ ରୋଗ ଠାରୁ ଦୂରରେ ରଖିଥାଏ ।

Read More
{}{}