Hindi News >>Home >>Odisha Latest News

SDJM କୋର୍ଟରୁ ଅନୁଭବଙ୍କୁ ଅଶ୍ଵସ୍ତି; ସ୍ୱାମୀ ଘର ଛାଡ଼ିବେ ବର୍ଷା!

Anubhav-Barsha marital discord: ଅନୁଭବଙ୍କ ପିଟିସନକୁ SDJM କୋର୍ଟ ଗ୍ରହଣ କରି ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।  

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jun 02, 2022, 03:48 PM IST

କଟକ: ଆଜିକାଲି ଚର୍ଚ୍ଚାରେ ଥିବା ଷ୍ଟାର କପଲ୍ ସାଂସଦ ଅନୁଭବ-ବର୍ଷାଙ୍କୁ ନେଇ ଏକ ବଡ଼ ଅପଡେଟ SDJM କୋର୍ଟ ଦେଇଛନ୍ତି । ଅନୁଭବଙ୍କ ପିଟିସନକୁ SDJM କୋର୍ଟ ଗ୍ରହଣ କରି ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସେପଟେ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନୁଭବଙ୍କ ଠାରୁ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ । ତାଙ୍କ ବାପା, ମା' ଅସୁସ୍ଥ ଥିବାରୁ ବର୍ଷା ତାଙ୍କ ପୈତୃକ ଘର ଛାଡ଼ିବାକୁ ସାଂସଦ ଅନୁଭବ କୋର୍ଟରେ ଆବେଦନ କରିଥିଲେ ।  

ଠିକ୍ ଗତ ସପ୍ତାହରେ ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କୁ ହାଇକୋର୍ଟ ତାଗିଦ କରିଥିଲେ । କାରଣ ସାଂସଦ ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ । ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନୋଟି ଭିଡିଓ ପୋଷ୍ଟ ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ । ନିଜ ଆବେଦନରେ ବର୍ଷା ଦର୍ଶାଇଥିଲେ ଯେ, ଅନୁଭବଙ୍କ ଏଭଳି ଭିଡିଓ ପୋଷ୍ଟ ଯୋଗୁଁ ତାଙ୍କ ମାନହାନୀ ଓ ମର୍ଯ୍ୟାଦା ହାନୀ ହେଉଛି । ଯାହାକି ସମ୍ବିଧାନର ଅନୁଚ୍ଛେଦ-୨୧କୁ ଉଲ୍ଲଂଘନ କରୁଛି । 

ତେଣୁ ଏହା ଉପରେ ରୋକ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବର୍ଷା ନିଜ ଆବେଦନରେ ଦର୍ଷାଇଥିଲେ । ବର୍ଷା ନିଜ ଆବେଦନରେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଥିଲେ । ବର୍ଷାଙ୍କ ଏହି ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରି ଉଭୟ ପକ୍ଷଙ୍କୁ ଏଥିରୁ ବାଦ୍ ରହିବାକୁ  କୋର୍ଟ କହିଥିଲେ । ସୋସିଆଲ ମିଡିଆରେ ଭିଡିଓ କରି ପତ୍ନୀ ବର୍ଷାଙ୍କ ବିରୋଧରେ ତିନି ତିନି ଥର ବର୍ଷିଥିବା ଅନୁଭବଙ୍କୁ ଏଭଳି ଆଉ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ହାଇକୋର୍ଟ ଦେଇଥିଲେ । ଆସନ୍ତା ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଆଜି SDJM କୋର୍ଟଙ୍କ ରାୟକୁ ଅଭିନତ୍ରୀ ବର୍ଷା କିପରି ଭାବେ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ଏହା ବି ପଢ଼ନ୍ତୁ: ଶ୍ରୀମନ୍ଦିର କରିଡ଼ର ପ୍ରୋଜେକ୍ଟ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଏହା ବି ପଢ଼ନ୍ତୁ: Target Killing: କାଶ୍ମୀରରେ ଅସହାୟ ହିନ୍ଦୁ! ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ହତ୍ୟା

Read More
{}{}