Hindi News >>Home >>Odisha Latest News

Scrub Typhus: କୃଷି ସଚିବଙ୍କୁ ସ୍କ୍ରବ୍‍ ଟାଇଫସ୍‍, ଘରେ ରହି ହେଉଛନ୍ତି ଚିକିତ୍ସା

Odisha Scrub typhus: ସ୍କ୍ରବ୍‍ ଟାଇଫସ୍‍ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆତଙ୍କ ଭାବେ ଦେଖାଦେଇଛି । ଏ ଭିତରେ ରାଜ୍ୟରା ସମୁଦାୟ ୨୨ ହଜାର ୭୭ଟି ସନ୍ଦିଗ୍ଧ ନମୁନାରୁ ୨୮୭୨ଟିରେ ଏହି କୀଟାଣୁ କାମୁଡ଼ା ସ୍ପଷ୍ଟ ହୋଇଛି ।

Advertisement
ସୌ: ସୋସିଆଲ ମିଡିଆ (ଅରବିନ୍ଦ ପାଢ଼ୀ)
Stop
Zee Odisha Desk|Updated: Oct 04, 2023, 08:42 PM IST

Arabinda Padhee tests positive for scrub typhus: ବରିଷ୍ଠ ଆଇଏଏସ୍‍ ଅଧିକାରୀ ତଥା ରାଜ୍ୟସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‍ ଟାଇଫସ୍‍ ରେ ଆକ୍ରାନ୍ତ ହୋଇଛନ୍ତି । ଏବାବଦରେ ଆବଶ୍ୟକ ଟେଷ୍ଟିଂ ରେଜଲ୍ଟ ପଜିଟିଭ୍‍ ଆସିବା କାରଣରୁ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି। ରେଜଲ୍ଟ ପଜିଟିଭ୍‍ ଆସିଛି ଏବଂ ସେ ଆବଶ୍ୟକ େମଡିସିନ୍‍ ଗ୍ରହଣ କରୁଥିବା ସୂଚନା ଦେଇଛନ୍ତି। 

ନିକଟରେ ନୂଆଖାଇ ପାଳନ ପାଇଁ ଶ୍ରୀ ପାଢ଼ି ନିଜ ଗାଁକୁ ଯାଇଥିଲେ। ସେଠାରେ ସେ ସମ୍ପୃକ୍ତ କୀଟାଣୁ ଦଂଶନରେ ଆସିଥାଇପାରନ୍ତି ବୋଲି କୁହାଯାଉଛି। ସେ ଘରୁ ଫରିବା ପରେ ଅସୁସ୍ଥ ହୋଇଥିଲେ। ଏବଂ କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ରେ ପରୀକ୍ଷଣ ପାଇଁ ନମୁନା ଦେଇଥିଲେ। ନମୁନା ପଜିଟିଭ୍‍ ଆସିଥିବା ସେ କହିଛନ୍ତି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ବିଷୟରେ ପ୍ରଥମେ ସୋଶାଲ୍‍ ମିଡିଆରେ ଶେୟର କରିଥିଲେ। ସେ କହିଥିଲେ, ଆମ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ି ସ୍କ୍ରବ୍‍ ଟାଇଫସ୍‍ ପରୀକ୍ଷଣରେ ପଜିଟିଭ୍‍ ଆସିଛନ୍ତି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। 

ସ୍କ୍ରବ୍‍ ଟାଇଫସ୍‍ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆତଙ୍କ ଭାବେ ଦେଖାଦେଇଛି । ଏହା ଭିତରେ ରାଜ୍ୟରା ସମୁଦାୟ ୨୨ ହଜାର ୭୭ଟି ସନ୍ଦିଗ୍ଧ ନମୁନାରୁ ୨୮୭୨ଟିରେ ଏହି କୀଟାଣୁ କାମୁଡ଼ା ସ୍ପଷ୍ଟ ହୋଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି, ଏହା ପ୍ରାଥମିକ ସ୍ତରରେ ସାଧାରଣ ଚିକିତ୍ସା ଆବଶ୍ୟକ କରେ। ବିଳମ୍ବ ହେଲେ ତାହା ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ ।

Read More
{}{}