Hindi News >>Home >>Odisha Latest News

କଂଗ୍ରେସ ପରେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

Monsoon session of Odisha:  ପୂର୍ବରୁ କଂଗ୍ରସ ବାଚସ୍ପତିଙ୍କ ନିର୍ବାଚନକୁ ବର୍ଜନ କରିବ ବୋଲି ଘୋଷଣା କରିଥିଲା । ଆଜି ବିଜେପି ବିଧାୟକ ନାଉରି ନାୟକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ।   

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 15, 2023, 03:44 PM IST

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦବୀ ଲାଗି ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବ ବିଜେପି। ବିରୋଧି ଦଳ ନେତା ଓ ବିଜେପି ବିଧାୟକ ଦଳର ନିଷ୍ପତ୍ତି କ୍ରମେ ବିଜେପି ଏହି ପଦକ୍ଷେପ ନେବାକୁ ଯାଉଛି।  ପୂର୍ବରୁ କଂଗ୍ରସ ବାଚସ୍ପତିଙ୍କ ନିର୍ବାଚନକୁ ବର୍ଜନ କରିବ ବୋଲି ଘୋଷଣା କରିଥିଲା। ଆଜି ବିଧାୟକ ନାଉରି ନାୟକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି। 

କଂଗ୍ରେସ ଓ ବିଜେପିର  ନିର୍ବାଚନ ବର୍ଜନ ପ୍ରସଙ୍ଗରେ ସମାନ କାରଣ ରହିଛି। ତାହା ହେଲା ଏହି ସମୟରେ ପଡ଼ୁଥିବା ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଖାଇ। ଏହି ପର୍ବ ଦୁଇଦିନ ଧରି ପାଳନ ହୁଏ। ଗଣପର୍ବ ଭାବେ ଏହା ପରିଚିତ। ଏଣୁ ବାଚସ୍ପତି ନିର୍ବାଚନକୁ ଏହା ପରେ କରିବା ପାଇଁ ବିରୋଧି ଦଳ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ତାହା ଗ୍ରହଣ ହୋଇ ନଥିବାରୁ ବିଜେପି ଓ କଂଗ୍ରେସ ଏହି ନିର୍ବାଚନକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ସରକାରଙ୍କ ପଶ୍ଚିମ ଓଡ଼ିଶାକୁ ବୈମାତୃକ ଭାବ ପ୍ରଦର୍ଶନର ଏକ ନମୁନା ବୋଲି କହିଛନ୍ତି ଶ୍ରୀ ନାୟକ। 

ପୂର୍ବ ନିର୍ଦ୍ଧାରଣ ଅନୁସାରେ ବାଚସ୍ପତି ପଦବୀ ଲାଗି ସୋମବାରଦିନ ନାମାଙ୍କନ ଦାଖଲ କରାଯିବ। ଏହାପରେ ୨୧ ତାରିଖ ଦିନ ନିର୍ବାଚନ ହେବ। ସାଧାରଣତଃ ନିର୍ବାଚନରେ ଏକାଧିକ ପ୍ରାର୍ଥୀ ରହିଲେ ନିର୍ବାଚନ ହୋଇଥାଏ। ଯେହେତୁ ବିଧାନସଭାରେ ବିଜେପି ବା କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ, ଏହି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ଆଶଙ୍କା କ୍ଷୀଣ ବୋଲି ଆକଳନ କରାଯାଇଛି। ଅର୍ଥାତ୍‍ ପୂର୍ବଭଳି ଏଥର ବି ବାଚସ୍ପତି ନିର୍ବାଚନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ । ମେ‘ ମାସରେ ବିକ୍ରମ ଆରୁଖ ବାଚସ୍ପତି ପୂର୍ବରୁ ଇସ୍ତଫା ଦେଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍‍ ହେବା ପରେ ଏହି ପଦବୀ ଖାଲି ପଡ଼ିଛି ।

ଏହା ବି ପଢ଼ନ୍ତୁ: 'ବିପ୍ ..ବିପ୍...ଏମରଜେନ୍ସି ଆଲର୍ଟ', ଆପଣଙ୍କ ଫୋନରେ ଆସିଛି କି ଏପରି କୌଣସି ଏସଏମଏସ? ଜାଣନ୍ତୁ କିଏ ପଠାଇଛନ୍ତି ଓ କାହିଁକି?

ଏହା ବି ପଢ଼ନ୍ତୁ: Odisha Cabinet Meeting: ଆଜି ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ବଜେଟ୍‍ ସହ ଅନ୍ୟ ପ୍ରସ୍ତାବକୁ ନଜର

Read More
{}{}