Hindi News >>Home >>Odisha Latest News

ଆଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଗୁରୁତର

Explosion At KJS Ahluwalia Steel Plant: କେନ୍ଦୁଝର ଜିଲ୍ଲା ବଡ଼ବିଲ୍‍ର ରୁଗୁଡ଼ିସ୍ଥିତ କେଜେଏସ୍‍ ଆଲୁଓ୍ୱାଲିଆ ଷ୍ଟିଲ୍‍ ପ୍ଲାଣ୍ଟରେ ୧୦ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଆହତଙ୍କ ଭିତରୁ ୪ ଜଣ ଅତ୍ୟନ୍ତ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି।   

Advertisement
Explosion At KJS Ahluwalia Steel Plant
Stop
Zee Odisha Desk|Updated: May 02, 2024, 10:31 PM IST

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବଡ଼ବିଲ୍‍ର ରୁଗୁଡ଼ିସ୍ଥିତ କେଜେଏସ୍‍ ଆଲୁଓ୍ୱାଲିଆ ଷ୍ଟିଲ୍‍ ପ୍ଲାଣ୍ଟରେ ୧୦ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏକ ଭୟାନକ ବିସ୍ଫୋରଣ ହେତୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ଭିତରୁ ୪ ଜଣ ଅତ୍ୟନ୍ତ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି। 

ଏହି ପ୍ଲାଣ୍ଟରେ ସୁରକ୍ଷା ନିୟମ ଉଲ୍ଲଂଘନ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ନିକଟ ଅତୀତରେ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ଯାଇଥିବା ନଜୀର ରହିଛି। ଗତ ଜାନୁୟାରୀ ମାସରେ ମଧ୍ୟ ଏହିପରି ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ତିନିଜଣଙ୍କ ପ୍ରାଣ ଯାଇଥିଲା। ସେହିପରି ୨୦୧୩ ଓ ୨୦୧୭ରେ ମଧ୍ୟ ଅନୁରୂପ ବିସ୍ଫୋରଣ ଘଟିଥିଲା। ସେତେବେଳେ ଏହି ପ୍ଲାଣ୍ଟର ନାଁ ହେମା ଇସ୍ପାତ ଥିଲା।

Read More
{}{}