Hindi News >>Home >>Odisha Latest News

ପିଡିଏସ୍‍ ରେ ଏଥର କମ୍‍ ଖାଦ୍ୟ ଶସ୍ୟ ବାଣ୍ଟିଛନ୍ତି ସରକାର

ଲୋକସଭାରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସୂଚନା ଅନୁସାରେ ଓଡ଼ିଶା ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ୧୨ଲକ୍ଷ ୮୭ ହଜାର ୮୯୯.୩୦ ମେଟ୍ରିକ୍‍ ଟନ୍‍ ଖାଦ୍ୟ ମଣ୍ଟନ କରାଯାଇଛି।  

Advertisement
Parliament Winter Session
Stop
Zee Odisha Desk|Updated: Dec 13, 2023, 08:21 PM IST

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସାଧାରଣ ବଣ୍ଟନ ଯୋଜନାରେ କମ୍‍ ଖାଦ୍ୟଶସ୍ୟ ଲୋକଙ୍କୁ ପ୍ରଦାନ କରିଛି। ଅକ୍ଟୋବର ସୁଦ୍ଧା ଏହା ପୂର୍ବବର୍ଷ ଅପେକ୍ଷା ମାତ୍ର ୩୬ ପ୍ରତିଶତ ବୋଲି ପରିସଂଖ୍ୟାନରୁ ଜଣାପଡ଼ିଛି। ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।  ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଏହା ଯଥେଷ୍ଟ କମ୍‍ ବୋଲି ଜଣାପଡ଼ିଛି। 

ଲୋକସଭାରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସୂଚନା ଅନୁସାରେ ଓଡ଼ିଶା ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ୧୨ଲକ୍ଷ ୮୭ ହଜାର ୮୯୯.୩୦ ମେଟ୍ରିକ୍‍ ଟନ୍‍ ଖାଦ୍ୟ ମଣ୍ଟନ କରାଯାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହା ସମୁଦାୟ ୩୫ଲକ୍ଷ ୪୬ ହଜାର ୯୨୧.୮୬ ମେଟ୍ରିକ୍‍ ଟନ୍‍ ଥିଲା। ଅର୍ଥାତ୍‍ ପୂର୍ବ ବର୍ଷ ତୁଳନାରେ ଏହି ୭ ମାସରେ ୩୬ ପ୍ରତିଶତ ରାସନ୍‍ ବିତରଣ କରାଯାଇଛି। 

ରାଜ୍ୟରେ ଭୋକଉପାସରୁ ଲୋକଙ୍କୁ ରକ୍ଷା କରିବା ଲାଗି ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗୁ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଦ୍ୱାରା ଲୋକଙ୍କ ପାଖରେ ବିଭିନ୍ନ ଖାଦ୍ୟ ଶସ୍ୟ ଯେମିତି ଚାଉଳ, ଗହମ, ମିଲେଟ, ଡାଲି ପ୍ରଭୃତି ପହଞ୍ଚାଇଥାଆନ୍ତି। ଆଗକୁ ନିର୍ବାଚନ ଥିବାରୁ ଅଧିକ ପରିମାଣର ଚାଉଳ ବା ଗହମ ପିଡିଏସ୍‍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ ବୋଲି ଆଶଙ୍କା କରାଯାଇଥିଲା। ହେଲେ ତିନି ବର୍ଷ ଭିତରେ ରାଜ୍ୟ ସରକାର ଯାଉଁ ଭଳି ଗତିରେ ଚାଲିଛନ୍ତି ତାହା ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମ୍‍ ରହିବ।

ପଡ଼ୋଶୀ ରାଜ୍ୟଗୁଡ଼ିକୁ ତୁଳନା କଲେ ଆମ ରାଜ୍ୟ ସାଧାରଣ ବଣ୍ଟନରେ ଯଥେଷ୍ଟ ପଛରେ ପଡ଼ିଛି । ପ୍ରଥମେ ପଶ୍ଚିମବଙ୍ଗ କଥା ଆଲୋଚନାକୁ ନିଆଯାଉ। ଏହି ରାଜ୍ୟରେ ଗତ ଆର୍ଥିକ ବର୍ଷରେ ୫୪ ଲକ୍ଷ ୧୫ ହଜାର ୨୨୯.୬୩ ମେଟ୍ରିକ୍ ଟନ୍‍ ଖାଦ୍ୟ ଶସ୍ୟ ଏହି ସାଧାରଣ ବଣ୍ଟନ ବା ପିଡିଏସ୍‍ ଯୋଜନାରେ ବଣ୍ଟାଯାଇଥିଲା। ଏବର୍ଷ ୭ ମାସ ଭିତରେ ୨୨ ଲକ୍ଷ ୪୫ ହଜାର ୬୮୨ ମଟ୍ରିକଟନରୁ ଅଧିକ ଶସ୍ୟ ବଣ୍ଟନ କରାଯାଇଛି। ଅର୍ଥାତ୍‍ ପୂର୍ବ ବର୍ଷ ତୁଳନାରେ ୬୦ ପ୍ରତିଶତ ଖାଦ୍ୟ ଶସ୍ୟ ପଶ୍ଚିମ ବଙ୍ଗରେ ବଣ୍ଟନ କରାଯାଇଛି। ଠିକ୍‍ ସେହିପରି ଆନ୍ଧ୍ରପ୍ରଦେଶରେ ୪୬%, ତେଲେଙ୍ଗନାରେ ୩୯ % ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି।

Read More
{}{}