Hindi News >>Home >>Odisha Latest News

ଭୁବନେଶ୍ୱର ରେଳ ଷ୍ଟେସନରେ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ଶୁଭାରମ୍ଭ

ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ  ମନ୍ତ୍ରୀ, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶୁଭାରମ୍ଭ । 1400 ରୁ ଅଧିକ ଅଂଶଗ୍ରହଣକାରୀ ଏବଂ ଅଧିକାରୀଙ୍କ ସହ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଛାଡ଼ିଛି।  

Advertisement
ସୌ: BJP Odisha
Stop
Zee Odisha Desk|Updated: Oct 28, 2023, 09:02 PM IST

“ଆଜାଦି କା ଅମୃତ ମହୋତ୍ସବ” ସମାରୋହର ଏକ ଅଂଶ ଭାବରେ 1 ସେପ୍ଟେମ୍ବରରୁ 1 ନଭେମ୍ବର 2023 ପର୍ଯ୍ୟନ୍ତ ଏକ ଦେଶବ୍ୟାପୀ ଅଭିଯାନ “ମେରୀ ମାଟି ମେରା ଦେଶ” ଆୟୋଜନ କରାଯାଉଛି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଭାରତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ “ଅମୃତ କଳସ ଯାତ୍ରା” ସ୍ୱତନ୍ତ୍ର ଟ୍ରେନ ଶୁଭାରମ୍ଭ କରାଯାଇଅଛି ।

ଅମୃତ କଳସ ଯାତ୍ରା ସ୍ପେଶାଲ ଭୁବନେଶ୍ୱର ରେଳ ଷ୍ଟେସନରୁ 1400 ରୁ ଅଧିକ ଅଂଶଗ୍ରହଣକାରୀ ଏବଂ କର୍ମଚାରୀଙ୍କ ସହିତ 'ମେରୀ ମାଟି ମେର ଦେଶ' କାର୍ଯ୍ୟକ୍ରମର ଅଧିକାରୀଙ୍କୁ ନେଇ ରାଷ୍ଟ୍ର ରାଜଧାନୀ ଦିଲ୍ଲୀ ଯାତ୍ରା କରିଛି ଯାହାକି ଅକ୍ଟୋବର 30 ଏବଂ 31 ରେ ଏହାର ପାଳନ ଦିବସ ଧାର୍ଯ୍ୟ କରାଯାଇଛି।

ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଶ୍ରୀ ମୁଜିବୁଲ୍ଲା ଖାନ, ମାନ୍ୟବର ବିଧାୟକ ଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଅଂଶଗ୍ରହଣ କରିଥିଲେ ।

ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜେନେରାଲ୍ ମ୍ୟାନେଜର ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱ, ଛାତ୍ର, ସ୍ବେଚ୍ଛାସେବୀଙ୍କ ସମେତ ରେଳପଥ ବିଭାଗୀୟ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Read More
{}{}