Hindi News >>Home >>Zee Odisha

11 former congress cm:କଂଗ୍ରେସ ଛାଡ଼ି ବିଜେପି ଯାଇଥିବା 11 ମୁଖ୍ୟମନ୍ତ୍ରୀଙ୍କ କାହାଣୀ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବିଜୟ ସମୀକରଣ ବିଗିଡ଼ିବାରେ ଲାଗିଛି। ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଅବଶ୍ୟ ସୋମବାର ଦିନ ଖୋଦ ନିଜ

Advertisement
SOCIAL MEDIA
Stop
Zee Odisha Desk|Updated: Feb 19, 2024, 10:20 PM IST

11 former congress cm:

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବିଜୟ ସମୀକରଣ ବିଗିଡ଼ିବାରେ ଲାଗିଛି। ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଅବଶ୍ୟ ସୋମବାର ଦିନ ଖୋଦ ନିଜେ କମଲନାଥ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି। ସେ କହିଛନ୍ତି ଯେ, ମତାନ୍ତର ଥିଲା ମନାନ୍ତର ନୁହେଁ। ଆଜିବନ କଂଗ୍ରେସୀ ହୋଇ ରହିବି। ଗାନ୍ଧି ପରିବାରର ପାଖଲୋକ ଭାବେ ଜଣାଶୁଣା କମଲନାଥଙ୍କୁ ହୁଏତ ସୋନିଆ ବର୍ତ୍ତମାନ ପାଇଁ ମନାଇ ପାରିଥାନ୍ତି। ଭବିଷ୍ୟତରେ କମଲନାଥ ନିଜ ମନ ବଦଳାଇବେ ନାହିଁ,ତାହାର କିଛି ଗ୍ୟାରେଣ୍ଟି ନାହିଁ। କାରଣ ନିକଟ ଅତୀତର ଇତିହାସ ଉପରେ ଯଦି ନଜର ପକାଇବା ତେବେ ଦେଖିବା ଯେ, ଜଣେ ନୁହେଁ କି ଦୁଇ ଜଣ ନୁହେଁ 9 ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀ ବିଜେପିରେ ଯୋଗ ଦେଇଛନ୍ତି। ଆସନ୍ତୁ ନଜର ପକାଇବା କେଉଁ କଂଗ୍ରେସ ମୁଖ୍ୟମନ୍ତ୍ରୀ କେବେ ବିଜେପିରେ ଯୋଗ ଦେଇଥିଲେ।

ଅଶୋକ ଚୌହାନ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଅଗଷ୍ଟ ୧୨ ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଚୌହ୍ୱାନ ପ୍ରଥମେ ୧୯୮୭ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ରେ ଦ୍ୱିତୀୟ ଥର ପାଇଁ ଲୋକସଭା ସାଂସଦ ହୋଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଥିଲେ ।

କ୍ୟାପଟେନ୍ ଅମରିନ୍ଦର ସିଂହ

ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ ଅମରିନ୍ଦର ସିଂହ ୨୦୨୧ ରେ କଂଗ୍ରେସ ଛାଡିଛନ୍ତି । ପରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ପଞ୍ଜାବର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଜେପିରେ ଯୋଗ ଦେବା ପରେ ଅମରିନ୍ଦର ସିଂହ କହିଥିଲେ ଯେ ପଞ୍ଜାବର ଭବିଷ୍ୟତ ପାଇଁ ତାଙ୍କୁ  ବିଜେପିରେ ଯୋଗ ଦେବାକୁ ପଡିବ। ତାଙ୍କର ଆଦର୍ଶ ଏବଂ ବିଜେପିର ଆଦର୍ଶ ସମାନ ବୋଲି ମଧ୍ୟ ସେ ସେତେବେଳେ କହିଥିଲେ ।

ଏସଏମ କୃଷ୍ଣା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ କୃଷ୍ଣା 2017ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଢେଇ ଚଢେଇ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, କଂଗ୍ରେସରେ ମୋଦିଙ୍କ ଭଳି ନେତା ନାହାନ୍ତି।

ବିଜୟ ବହୁଗୁଣା

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା ମଧ୍ୟ ଏକ ସମୟରେ କଂଗ୍ରେସ ଛାଡିଥିଲେ । ମେ ୨୦୧୬ରେ ସେ ରାଜ୍ୟର ୮ ଜଣ ପୂର୍ବତନ ବିଧାୟକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବିଜୟ ବହୁଗୁଣାଙ୍କ ସହ ତାଙ୍କ ପୁଅ ସୌରଭ ବହୁଗୁଣା ମଧ୍ୟ ସାମିଲ ହୋଇଥିଲେ।

ଗିରିଧାରୀ ଗୋମାଙ୍ଗୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗୋମାଙ୍ଗୋ ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଗତବର୍ଷ ସେ ବିଜେପି ଛାଡ଼ିଥିଲେ। ଗିରିଧର ଗମାଙ୍ଗ ୪ ଜଣ ସାଂସଦଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ। ଗୋମାଙ୍ଗୋ ୧୯୭୨ରୁ ୨୦୦୪ ମଧ୍ୟରେ ୯ ଥର କୋରାପୁଟ ଲୋକସଭା ସାଂସଦ ହୋଇଥିଲେ।

ଜଗଦମ୍ବିକା ପାଲ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ମଧ୍ୟ ୨୦୧୪ରେ କଂଗ୍ରେସ ଛାଡ଼ିଥିଲେ। ଏହାପରେ ସେ କମଲଙ୍କ ସହ ମିଶି ବିଜେପିରେ ଯୋଗ ଦେଇଥିଲେ। ଜଗଦମ୍ବିକା ପାଲ ତିନି ଦିନ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ପେମା ଖାଣ୍ଡୁ

୨୦୧୬ରେ ଅରୁଣାଚଳ ପ୍ରଦେଶର ୩୨ ଜଣ ବିଧାୟକଙ୍କ ସହ ପେମା ଖାଣ୍ଡୁ ବିଜେପିରେ ଯୋଗ ଦେଇଥିଲେ। ସେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖାଣ୍ଡୁଙ୍କ ପୁଅ। ପୂର୍ବରୁ ସେ ନବାମ ଟୁକିଙ୍କ ସରକାରରେ ପର୍ଯ୍ୟଟନ, ନଗର ଉନ୍ନୟନ ଓ ଜଳସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

{}{}