Hindi News >>Home >>Zee Odisha

ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବାଲେଶ୍ୱରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଆଜି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

Advertisement
ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବାଲେଶ୍ୱରରେ ଇଣ୍ଟରନେଟ୍‌ ସେବା ବନ୍ଦ
Stop
Zee Odisha Desk|Updated: Jun 20, 2024, 01:57 PM IST

ଭୁବନେଶ୍ଵର: ବାଲେଶ୍ୱରରେ ୪ ଘଣ୍ଟା କର୍ଫ୍ୟୁ କୋହଳ ପରେ ପୁଣି ଦିନ ୧୧ଟାରୁ କଟକଣା କଡ଼ାକଡ଼ି କରାଯାଇଛି। ଇଣ୍ଟରନେଟ୍ ସେବାକୁ ଆହୁରି ୪୮ ଘଣ୍ଟା ଅର୍ଥାତ୍ ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। 

ଆଜି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି। 

ବାଲେଶ୍ଵରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି କରାଯାଇଛି। ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। 

ଅନ୍ୟପଟେ ବାଲେଶ୍ୱରରେ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଛି। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣା ହଟିଥିବାରୁ ମାର୍କେଟରେ ପରିବା ସହ ଆବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ ଜିମଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି ରହିଥିଲା। ଲୋକମାନେ ଘରେ ରହିଥିଲେ। ବ୍ୟବସାୟ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ପ୍ରଶାସନ ୪ ଘଣ୍ଟା ପାଇଁ ନିୟମ କୋହଳ ପରେ ଏବ ବଜାରରେ ଅସମ୍ଭାନ ଭିଡ଼ ଦେଖିବାକୁ ମିଳିଛି।

Read More
{}{}