Hindi News >>Home >>Zee Odisha

Honeymoon trip:ହନିମୁନ୍ ଟ୍ରିପରେ ପାଇଲଟଙ୍କୁ ପିଟିଲେ,ଜାଣନ୍ତୁ ଇଣ୍ଡିଗୋ ପାଇଲଟଙ୍କୁ ମାଡ଼ ମାରିଥିବା ଯୁବକ କିଏ ?

ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀ ସାହିଲ କାଟାରିଆ କ୍ଷମା ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଅପରାହ୍ନରେ ପାଇଲଟଙ୍କୁ କଟାରିଆ ମୁଥ ମାରିଥିଲେ ।  ବିମାନବନ୍ଦରରେ ଘନ କୁହୁଡି କାରଣରୁ  ସକାଳ 5 ରୁ 10 ପର୍ଯ୍ୟନ୍ତ ବିମାନବନ୍ଦରରେ ଦୃଶ୍ୟମାନତା ଶୂନ ଥିଲା। ଏହି କ

Advertisement
SOCIAL MEDIA
Stop
Zee Odisha Desk|Updated: Jan 16, 2024, 11:20 PM IST

 Honeymoon trip:

ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀ ସାହିଲ କାଟାରିଆ କ୍ଷମା ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଅପରାହ୍ନରେ ପାଇଲଟଙ୍କୁ କଟାରିଆ ମୁଥ ମାରିଥିଲେ ।  ବିମାନବନ୍ଦରରେ ଘନ କୁହୁଡି କାରଣରୁ  ସକାଳ 5 ରୁ 10 ପର୍ଯ୍ୟନ୍ତ ବିମାନବନ୍ଦରରେ ଦୃଶ୍ୟମାନତା ଶୂନ ଥିଲା। ଏହି କାରଣରୁ 400 ରୁ ଅଧିକ ବିମାନ ଟେକଅଫ୍ ବିଳମ୍ବ ହୋଇଥିଲା। ସାହିଲ ଯେଉଁ ବିମାନରେ ଯାତ୍ରା କରୁଥିଲେ ସେହି ବିମାନକୁ ମଧ୍ଯ ଘନକୁହୁଡି କାରଣରୁ  ଉଡାଣ ଭରିବାରେ  ବହୁତ ବିଳମ୍ବ ହୋଇଥିଲା। ସାହିଲ ତାଙ୍କ ପତ୍ନୀଙ୍କ ସହ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ। ତାଙ୍କର ବିମାନ ସକାଳ 7:40 ରେ ଉଡ଼ାଣ ହେବାର ଥିଲା କିନ୍ତୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ଭରି ନଥିଲା। ଏଥିରେ କ୍ରୋଧିତ ସାହିଲ ସହ-ପାଇଲଟ୍ ଅନୁପ କୁମାରଙ୍କୁ ଚାପୁଡ଼ା ମାରିଥିଲେ। ସହ-ପାଇଲଟ୍ ବିମାନ ବିଳମ୍ବ ନେଇ ଘୋଷଣା କରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ହନିମୁନ୍‌ ପାଇଁ ଯାଉଥିଲେ ଗୋଆ

ସାହିଲଙ୍କ ବିମାନ କୁହୁଡି କାରଣରୁ 12 ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା। ସାହିଲ ତାଙ୍କ ନବ ବିବାହିତ ପତ୍ନୀଙ୍କ ସହ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ। ବାରମ୍ବାର ଉଡାଣ ବାତିଲ ହେବା ଓ ୧୨ ଘଣ୍ଟାରୁ ଅଧିକ ସମୟ ବିମାନ ମଧ୍ଯରେ ବସି ରହିଥିବା ସାହିଲ ମାନସିକ ଭାରସାମ୍ୟ ହରାଇ କ୍ରୋଧରେ  ପାଇଲଟଙ୍କୁ ଚାପୁଡା ମାରିଥିଲେ ।ଏହି ସମୟରେ ପାଇଲଟ ବିମାନର ବିଳମ୍ବ ବିଷୟରେ କହୁଥିଲେ। ସୋମବାର ଅପରାହ୍ନରେ ପାଇଲଟଙ୍କ ଉପରେ ହାତ ଉଠାଇଥିବାରୁ 28 ବର୍ଷର କାଟାରିଆଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ତୁରନ୍ତ ଜାମିନ ମିଳିଥିଲା । କାଟାରିଆଙ୍କୁ ଏପର୍ଯ୍ୟନ୍ତ ନୋ-ଫ୍ଲାଏ ତାଲିକାରେ ରଖାଯାଇ ନାହିଁ କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ ତାଙ୍କୁ ନୋ-ଫ୍ଲାଏ ତାଲିକାରେ ସ୍ଥାୟୀ ଭାବରେ ରଖାଯିବା ଉଚିତ।

କେମିତି ଘଟିଥିଲା ଚାପୁଡା କାଣ୍ଡ

ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ସେଦିନ ସକାଳୁ ଘନ କୁହୁଡି ଯୋଗୁଁ ବିମାନ ଉଡ଼ାଣରେ ବିଳମ୍ବ ହେଉଥିଲା। କାଟାରିଆ ଇଣ୍ଡିଗୋ ବିମାନରେ ଚଢିଥିଲେ । ସାଥିରେ ଥିଲେ ତାଙ୍କର ନବବିବାହିତା ପତ୍ନୀ । ବିମାନଟି ପ୍ରଥମେ ସକାଳ 7:40 ରେ ଉଡ଼ାଣ ଭରିବାର ଥିଲା । ତେବେ ଅପରାହ୍ନ  ପ୍ରାୟ 3 ଟାରେ ପାଇଲଟ ଅନୁପ କୁମାର ବିମାନ ଉଡାଣରେ ପୁଣି ବିଳମ୍ବ ହେବ ବୋଲି ଘୋଷଣା କରିଥିଲେ  । ଏହା କାଟାରିଆଙ୍କୁ ଉତକ୍ଷିପ୍ତ କରିଥିଲା ଓ ସେ କୋ-ପାଇଲଟ ଅନୁପ କୁମାରଙ୍କୁ ମାଡ଼ ମାରିଥିଲେ ।

ପରେ ଇଣ୍ଡିଗୋ କର୍ତ୍ତୁପକ୍ଷ ଏହି ଘଟଣା ବିଷୟରେ X ରେ ଲେଖିଥିଲେ ଏବଂ କାଟାରିଆଙ୍କୁ ଗଣ୍ଡଗୋଳକାରୀ ବୋଲି କହି ପୋଲିସକୁ ହସ୍ତାନ୍ତର କରିଥିଲେ ।  ଇଣ୍ଡିଗୋ କହିଛି ଯେ ଏହି ଘଟଣାରେ ଏକ ନିରପେକ୍ଷ ତଦନ୍ତ କରାଯିବ ଏବଂ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ସ୍ଥାୟୀ ଭାବେ ଯୋଡିବା ପାଇଁ ନିଷ୍ପତ୍ତି ନିଆଯିବ।

ପୋଲିସ ଅନୁସାରେ କାଟାରିଆ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ। ଏହି ଘଟଣା ଉପରେ ଡିଜିସିଏ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି  ପ୍ରତିକ୍ରିୟା ଆସିନାହିଁ । ପୋଲିସ କହିଛି ଯେ ଦକ୍ଷିଣ ଦିଲ୍ଲୀର ଅମର କଲୋନୀ ନିବାସୀ କାଟରିଆ ଏକ ଖେଳନା ଦୋକାନ ଚଳାନ୍ତି। ସେ କହିଛନ୍ତି ଯେ ବିମାନ ଉଡାଣରେ ବିଳମ୍ବ ହେତୁ କାଟାରିଆ କ୍ରୋଧିତ ହୋଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ହଳଦିଆ ଜ୍ୟାକେଟରେ ଥିବା କାଟାରିଆ ପାଇଲଟଙ୍କୁ ପିଟୁଥିବାର ନଜର ଆସିଛନ୍ତି। ଏହି ସମୟରେ ସେ କହୁଛନ୍ତି ଯଦି ଆପଣ ଯିବାକୁ ଚାହୁଁଛନ୍ତି ଚାଲନ୍ତୁ ନହେଲେ ନାହିଁ । ଏହି ସମୟରେ ଜଣେ ସହଯାତ୍ରୀ କାଟାରିଆକୁ ପଛକୁ ଟାଣି ନେଇଥିଲେ।

ଅନ୍ୟ ଏକ ଭିଡିଓରେ କାଟାରିଆ ତାଙ୍କ ପତ୍ନୀଙ୍କ ସହ ବିମାନରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ପରେ ଏହି ଭିଡିଓରେ ସେ ହାତଯୋଡି କ୍ଷମା ମାଗୁଥିବା ନଜର ଆସିଛନ୍ତି। ତେବେ ଭିଡିଓ ସୁଟ୍ କରିଥିବା ବ୍ୟକ୍ତି ଏଥିରେ ଦୃଶ୍ୟମାନ ହେଉନାହାଁନ୍ତି। ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଡିସିପି ଦେବେଶ କୁମାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବିମାନ ନିୟମର ଧାରା 323 (ଆଘାତ ସୃଷ୍ଟି), 341 (ଭୁଲ କାର୍ଯ୍ୟକଳାପ) ଏବଂ 290 (ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି) ଅନୁଯାୟୀ କାଟାରିଆଙ୍କ ବିରୋଧରେ ମାମଲା ରୁଜ୍ଜ  କରାଯାଇଛି।

Read More
{}{}