Hindi News >>Home >>Zee Odisha

BrahMos-NG:ଭାରତ-ଋଷ ମିଳିତ ଭାବେ ବିକଶିତ କରୁଥିବା ବ୍ରହ୍ମୋସ-NG କେତେ ଶକ୍ତିଶାଳୀ ?

ବ୍ରହ୍ମୋସ୍ ହେଉଛି ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର  । ବର୍ତ୍ତମାନ ଏହାକୁ ଆହୁରି ଅଧିକ ଶକ୍ତିଶାଳୀ କରାଯାଉଛି । ଭାରତ ପରବର୍ତ୍ତୀ ପିଢୀର ବ୍ରହ୍ମୋସ-ଏନଜି ବିକାଶ ପାଇଁ ପ୍ରସ୍ତୁତ ହେଉଛି। ଋଷର ସହଯୋଗରେ ଏହା ପ୍ରସ୍ତୁତ ହେଉଛି । ଏହାର ପରୀକ୍ଷା 2025 ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସାଉଦି ଆରବ ପ୍ରତିରକ୍ଷା ଶୋ’ରେ

Advertisement
SOCIAL MEDIA
Stop
Zee Odisha Desk|Updated: Feb 08, 2024, 07:33 PM IST

BrahMos-NG:

ବ୍ରହ୍ମୋସ୍ ହେଉଛି ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର  । ବର୍ତ୍ତମାନ ଏହାକୁ ଆହୁରି ଅଧିକ ଶକ୍ତିଶାଳୀ କରାଯାଉଛି । ଭାରତ ପରବର୍ତ୍ତୀ ପିଢୀର ବ୍ରହ୍ମୋସ-ଏନଜି ବିକାଶ ପାଇଁ ପ୍ରସ୍ତୁତ ହେଉଛି। ଋଷର ସହଯୋଗରେ ଏହା ପ୍ରସ୍ତୁତ ହେଉଛି । ଏହାର ପରୀକ୍ଷା 2025 ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସାଉଦି ଆରବ ପ୍ରତିରକ୍ଷା ଶୋ’ରେ ବ୍ରହ୍ମୋସ ରପ୍ତାନି ନିର୍ଦ୍ଦେଶକ ପ୍ରବୀଣ ପଠକ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହାର ନମୁନା ଉଡ଼ାଣ 2025 ଶେଷ କିମ୍ବା 2026 ଆରମ୍ଭ ସୁଦ୍ଧା ହେବ।

ଦୀର୍ଘ ଦିନ ଧରି ବ୍ରହ୍ମୋସ ଭାରତୀୟ ସେନାର ଅଂଶବିଶେଷ ଭାବେ ରହିଆସିଛି। ଏହା ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଋଷର ଏନପିଓ ମାସିନୋଷ୍ଟ୍ରୋଏନିଆ ଦ୍ୱାରା ସୃଷ୍ଟି କରାଯାଇଥିଲା । ବ୍ରହ୍ମପୁତ୍ର ଏବଂ ମସ୍କୋ ନଦୀର ନାମକୁ ମିଶାଇ ଏହାର ନାମକରଣ କରାଯାଇଥିଲା । ବର୍ତ୍ତମାନ ପରବର୍ତ୍ତୀ ପିଢୀ ବ୍ରହ୍ମୋସ୍- NG କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଆସନ୍ତୁ ଜାଣିବା ପରବର୍ତ୍ତୀ ପିଢୀର ବ୍ରାହ୍ମୋହସ  କେତେ ଶକ୍ତିଶାଳୀ ହେବ ।

BrahMos-NG କେତେ ଭିନ୍ନ ହେବ?

ବ୍ରାହ୍ମୋସ୍ ଏରୋସ୍ପେସ୍ ଏହାର ନୂତନ ୱେବସାଇଟ୍ ରେ ନୂତନ ପିଢୀର କ୍ଷେପଣାସ୍ତ୍ର ବ୍ରହ୍ମୋସ୍-ଏନଜି କିପରି ହେବ ସେ ସମ୍ବନ୍ଧରେ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ନୂତନ ବ୍ରହ୍ମୋସ୍-ଏନଜି ପୂର୍ବ ସଂସ୍କରଣ ତୁଳନାରେ ଛୋଟ ଏବଂ ହାଲୁକା ହେବ। ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ ଷ୍ଟେଲ୍ଥ ହେବ। ଏହାର ସାଂଘାତିକତା ଅଧିକ ହେବ ।ବିଶେଷ କଥା ହେଉଛି ଏହା ଟର୍ପେଡୋ ଟ୍ୟୁବରୁ(ବୁଡା ଜାହଜ) ମଧ୍ୟ ଲଞ୍ଚ ହୋଇପାରିବ । ପୂର୍ବ ସଂସ୍କରଣ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ହେବ ।

ନିକଟରେ ବ୍ରହ୍ମୋସ ରପ୍ତାନି ନିର୍ଦ୍ଦେଶକ ପ୍ରବୀଣ ପଠକଙ୍କ ବିବୃତ୍ତି ପରେ ଏହାକୁ ନେଇ ଆଲୋଚନା ପୁଣି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଭାରତ ଏବଂ ଋଷର ଏହି ମିଳିତ ଉଦ୍ୟମରେ 7 ବିଲିୟନ ଡଲାରର ଅର୍ଡର ଆସିଛି।

ସମୟ ସହିତ  ଅପଗ୍ରେଡେସନ୍

2001 ରେ, ଚାନ୍ଦିପୁରରେ ପୁରାତନ ବ୍ରହ୍ମୋସର ପ୍ରଥମ ପରୀକ୍ଷା କରାଯାଇଥିଲା । ଏହା ମାରାତ୍ମକ ଅସ୍ତ୍ର ମଧ୍ୟରେ ଗଣାଯାଏ  । ଏହା ଆଖି ପିଛୁଳାକେ ଶତ୍ରୁକୁ ବିନାଶ କରେ ।  ପୂର୍ବରୁ ଏହାକୁ କେବଳ ଭୂମିରୁ ଲଞ୍ଚ କରାଯାଇପାରୁଥିଲା କିନ୍ତୁ ପରେ ଏହାର ନବୀକରଣ କରାଯାଇଥିଲା ।  ବର୍ତ୍ତମାନ ଏହା ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଯାହା ଯେକୌଣସି ସ୍ଥାନରୁ ଉତକ୍ଷେପଣ କରାଯାଇପାରିବ । ଏହା ସ୍ଥଳଭାଗରୁ ସ୍ଥଳଭାଗ, ସ୍ଥଳରୁ ସମୁଦ୍ରକୁ, ସମୁଦ୍ରରୁ ସ୍ଥଳଭାଗ, ବାୟୁରୁ ସମୁଦ୍ରକୁ ଏବଂ ବାୟୁରୁ ସ୍ଥଳଭାଗକୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ । ଆମେରିକାର କ୍ଷେପଣାସ୍ତ୍ର ଟୋମାହାକ୍ ଠାରୁ ଏହାର ଗତି ଚାରି ଗୁଣ ଦ୍ରୁତ ଅଟେ । ବିଶେଷ କଥା ହେଉଛି ଯେ ବ୍ରହ୍ମୋସ୍ ସ୍ଥଳ କିମ୍ବା ଜାହାଜରୁ ଲଞ୍ଚ ହେଲେ 200 କିଲୋଗ୍ରାମ ଯୁଦ୍ଧ ସାମଗ୍ରୀ ନେଇପାରିବ । ଏଥି ସହିତ, ଯେତେବେଳେ ଏକ ବିମାନରୁ ଲଞ୍ଚ କରାଯାଏ, ଏହା 300 କିଲୋଗ୍ରାମ ଯୁଦ୍ଧ ସାମଗ୍ରୀ ବହନ କରିବାକୁ ସକ୍ଷମ ଅଟେ । ଯଦିଓ ଲକ୍ଷ୍ୟ ପଥ ପରିବର୍ତ୍ତନ କରେ, ତେବେ ବ୍ରାହ୍ମୋସ ମଧ୍ୟ ନିଜ ପଥ  ପରିବର୍ତ୍ତନ କରି ଲକ୍ଷ୍ୟର ପିଛା କରିପାରେ ।

Read More
{}{}