Hindi News >>Home >>Zee Odisha

Kamal family death:ଆମେରିକାରେ କୋଟିପତି ଭାରତୀୟ ପରିବାରର ମୃତ୍ୟୁ ଉପରୁ ହଟିଲା ରହସ୍ୟ

ହରିଆଣାର କର୍ଣ୍ଣାଲର ବରିଷ୍ଠ ଆଇନଜୀବୀ ତେଜେନ୍ଦ୍ର ପାଲ ବେଦୀଙ୍କ ଜ୍ୱାଇଁ ରାକେଶ କମଲ, ଝିଅ ଟିନା ଓ ନାତୁଣୀ ଆରିଆନାଙ୍କର ଆମେରିକାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସମଗ୍ର ଆମେରିକାକୁ ଦୋହଲାଇ ଦେଇଥିବା ଏହି ହତ୍ୟାକାଣ୍ଡ ଉପରୁ ଏବେ ପରଦା ଉଠିଥିବା ଦାବି କରାଯାଇଛି। ରାକେଶ କମଲଙ୍କ  ବିଳାସପୂର୍ଣ୍ଣ ଘରେ ତିନି ଦିନ ତଳ

Advertisement
SOCIAL MEDIA
Stop
Zee Odisha Desk|Updated: Jan 03, 2024, 11:09 PM IST

Kamal family death:

ହରିଆଣାର କର୍ଣ୍ଣାଲର ବରିଷ୍ଠ ଆଇନଜୀବୀ ତେଜେନ୍ଦ୍ର ପାଲ ବେଦୀଙ୍କ ଜ୍ୱାଇଁ ରାକେଶ କମଲ, ଝିଅ ଟିନା ଓ ନାତୁଣୀ ଆରିଆନାଙ୍କର ଆମେରିକାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସମଗ୍ର ଆମେରିକାକୁ ଦୋହଲାଇ ଦେଇଥିବା ଏହି ହତ୍ୟାକାଣ୍ଡ ଉପରୁ ଏବେ ପରଦା ଉଠିଥିବା ଦାବି କରାଯାଇଛି। ରାକେଶ କମଲଙ୍କ  ବିଳାସପୂର୍ଣ୍ଣ ଘରେ ତିନି ଦିନ ତଳେ  ତିନି ଜଣଙ୍କ ମୃତଦେହ ମିଳିଥିଲା। ବେଦୀ ପରିବାରର ଜଣେ ବନ୍ଧୁ ପ୍ରଥମେ ଏହି ହତ୍ୟାକାଣ୍ଡର ସୂଚନା ସ୍ଥାନୀୟ ପୋଲିସକୁ ଦେଇଥିଲେ। ଶେଷରେ ହତ୍ୟାର  ୩ ଦିନ ପରେ ପରିବାରର ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇଛି।

କମଳ ପରିବାରର ରାକେଶ, ଟିନା ଓ ଆରିଆନାଙ୍କ ମୃତ୍ୟୁର ରହସ୍ୟ ୩ ଦିନ ପରେ ସମାଧାନ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କମଳ ପରିବାରର ମୃତଦେହ ସେମାନଙ୍କ ବିଳାସପୂର୍ଣ୍ଣ ଘରୁ ମିଳିଥିଲା। ସେମାନଙ୍କ ମୃତଦେହକୁ ଜଣେ ସମ୍ପର୍କୀୟ ଦେଖିଥିଲେ। ଏବେ ନର୍ଫୋକ୍ ଜିଲ୍ଲା ଆଟର୍ଣ୍ଣି ଙ୍କ କାର୍ଯ୍ୟାଳୟ କହିଛି ଯେ ରାକେଶ ପ୍ରଥମେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିଲେ।

ପତ୍ନୀ ଓ ଝିଅଙ୍କୁ ଗୁଳି ମାରିଲେ ରାକେଶ

ତଦନ୍ତକାରୀଙ୍କ କହିବା ଅନୁଯାୟୀ, ପରିବାର ସଦସ୍ୟଙ୍କ ଶବ ବ୍ୟବଚ୍ଛେଦର ପ୍ରାରମ୍ଭିକ ଫଳାଫଳ ଆସିବା ପରେ ଉଭୟ ହତ୍ୟା ଓ ଆତ୍ମହତ୍ୟା ଘଟଣାର ତଦନ୍ତ କରାଯାଇଥିଲା। ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାକୁ ବହୁ ସମୟ ଲାଗିବ। ସେ କହିଛନ୍ତି,ଘର ଭିତରେ  କୌଣସି ଭଙ୍ଗାରୁଜାର ଚିହ୍ନ ନାହିଁ, ଆମେ ବିଶ୍ୱାସ କରୁଛୁ ଯେ ଏହା ଏକ ଘରୋଇ କଳହର ମାମଲା  ହୋଇପାରେ। ତଦନ୍ତକାରୀମାନେ ହତ୍ୟାରେ ବ୍ୟବହୃତ ଅସ୍ତ୍ରର ଯାଞ୍ଚ କରୁଛନ୍ତି।  ୪୦ କ୍ୟାଲିବର ବିଶିଷ୍ଟ  ଗ୍ଲକ୍ ୨୨ ବନ୍ଧୁକ ହତ୍ୟାରେ ବ୍ୟବହୃତ ହୋଇଥିଲା।

ରାକେଶ କେମିତି ଓ କେଉଁଠୁ ବନ୍ଧୁକ ଆଣିଲେ ସେ ନେଇ ତଦନ୍ତ ଚାଲିଛି। ତେବେ ରାକେଶ କାହିଁକି ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଘରୋଇ ହିଂସା ଜନିତ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି।

ଡିସେମ୍ବର ୨୯ତାରିଖରେ କମଲ ପରିବାରର ମୃତଦେହ ମିଳିଥିଲା।

ଡିସେମ୍ବର ୨୯, ୨୦୨୩ରେ ଭାରତୀୟ ବଂଶୋଦ୍ଭବ ପରିବାରର ମୃତଦେହ ମାସାଚୁସେଟ୍ସର ଡୋଭରସ୍ଥିତ ବିଳାସପୂର୍ଣ୍ଣ ବାସଭବନରୁ ମିଳିଥିଲା। ଏହା ଏକ ଘରୋଇ ହିଂସା କାଣ୍ଡ ବୋଲି ସ୍ଥାନୀୟ ରିପୋର୍ଟରେ କୁହାଯାଇଛି। ସନ୍ଧ୍ୟା ୭ଟା ୨୪ରେ ଫୋନ୍ ପାଇବା ପରେ ଡୋଭର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୯୧୧ କୁ ପରିବାରର ଜଣେ ସଂପର୍କୀୟ  ଫୋନ୍ କରି କହିବା ପରେ ପୋଲିସ ଆସିଥିଲା। ସେହି ବ୍ୟକ୍ତି  କମଲଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ତାଙ୍କ ଘରକୁ ଯାଇଥିଲେ। ପରିବାରର ମୃତଦେହକୁ ସେ ପ୍ରଥମେ ଦେଖିଥିଲେ। ରାକେଶ କମଲଙ୍କ ୧୮ ବର୍ଷର ଝିଅ ଆରିଆନା ମିଡଲବରି କଲେଜରେ ପାଠ ପଢ଼ୁଥିଲେ। ୨୦୧୬ରେ ମା' ଟିନା ନିଜର ଏକ କମ୍ପାନି ଖୋଲିଥିଲେ, ଯାହା ୨୦୨୧ରେ ବନ୍ଦ ହୋଇଯାଇଥିଲା। ଏହି କମ୍ପାନି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗ୍ରେଡ୍ ରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଥିଲା।

Read More
{}{}