Hindi News >>Home >>Odisha National-International

Geopolitics: ଚୀନକୁ ଚକମା ଦେଇ ନେପାଳକୁ ଆଲୋକ ଦେଖାଇବ ଭାରତ

Nepal hydropower plants: ନେପାଳରେ ବିଦ୍ୟୁତ ଉତ୍ପାଦନ କରିବ ଭାରତ। ଚାରି ବର୍ଷ ପୂର୍ବେ ଚୀନ କରୁଥିଲା ରକ୍ଷଣବେକ୍ଷଣ। ଏବେ ଭାରତ ହାତକୁ ଆସିଲା ଦୁଇଟି ଜଳ ବିଦ୍ୟୁତ କେନ୍ଦ୍ର। ୨୦୩୦ ସୁଦ୍ଧା ଗୋଟିଏ ଟ୍ରିଲିୟନ ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି।

Advertisement
Geopolitics: ଚୀନକୁ ଚକମା ଦେଇ ନେପାଳକୁ ଆଲୋକ ଦେଖାଇବ ଭାରତ
Stop
Zee Odisha Desk|Updated: Oct 17, 2022, 01:25 PM IST

Nepal hydropower plants, ନୂଆଦିଲ୍ଲୀ: ଡ୍ରାଗନକୁ ପୁଣିଥରେ ଶକ୍ତ ଝଟକା ଲାଗିଛି। ସଙ୍ଘାଇରୁ ବିଦେଶୀ ନିବେଶକଙ୍କୁ ଦିଲ୍ଲୀ ମୁହାଁ କରିବାକୁ ମୋଦି ସରକାର ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି। ଯଦି ଏହା ସଫଳ ହୁଏ ତେବେ ଚୀନର ଅର୍ଥନୀତି ଉପରେ ଏକ ଶକ୍ତ ପ୍ରହାର ପଡିବ। ଏହି ସମୟରେ ଆଉ ଏକ ଖବର ଆସିଛି। ଦୀର୍ଘ ଚାରି ବର୍ଷ ପରେ ଚୀନ ଠାରୁ ନେପାଳ ସମ୍ପର୍କ ଛିନ୍ନ କରିଛି। ଏଣିକି ଚୀନ ନୁହଁ ଭାରତ, ନେପାଳର ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ବିକାଶ କରିବ। ଗତ ସପ୍ତାହରେ କାଠମାଣ୍ଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେତି ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ ସେତି ନଦୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ବିକାଶ ପାଇଁ ନେପାଳ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ସେତି ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ ସେତି ନଦୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୨.୪ ବିଲିୟନ ଡ଼ଲାର ହେବ ବୋଲି ଆଶା କରାଯାଉଛି। ପ୍ରାୟ ୪ ବର୍ଷ କାଳ ଚୀନ ଏହି ଦୁଇଟି ଜଳ ବିଦ୍ୟୁତ କେନ୍ଦ୍ରର ପରିଚାଳନା କରୁଥିଲା। କିନ୍ତୁ ବର୍ତ୍ତମାନ ନେପାଳ, ଚୀନ ସହ କରିଥିବା ଚୁକ୍ତିକୁ ପ୍ରତ୍ୟାହାର କରିଛି। ଗତ ଅଗଷ୍ଟ ୧୧ ତାରିଖରେ Investment Board Nepal ଓ National Hydro Power Corporation Ltd ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ନେପାଳର ଏହି ପ୍ରକଳ୍ପରୁ ସମୁଦାୟ ୧୨୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନେପାଳର ପ୍ରତିପକ୍ଷ ଶେର ବାହାଦୂର ଦେଓବା ପୂର୍ବରୁ ଶକ୍ତି କ୍ଷେତ୍ର ସହଭାଗିତାକୁ ବିସ୍ତାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Also Read: PM Kisan Yojana: ଆଜି ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ମିଳିବ ଦୀପବଳି ଭେଟି, ଜାଣନ୍ତୁ ଆକାଉଣ୍ଟକୁ ଆସ

ଚୀନ କମ୍ପାନୀଗୁଡିକ ପଶ୍ଚିମ ସେତି ପ୍ରକଳ୍ପରୁ ଦୁଇଥର ପ୍ରତ୍ୟାହାର କରିଛନ୍ତି। ୨୦୦୯ରେ, ଚୀନ ଜାତୀୟ ଯନ୍ତ୍ରପାତି ଏବଂ ଯନ୍ତ୍ରପାତି ଆମଦାନୀ ଏବଂ ରପ୍ତାନି ନିଗମ (CMEC) ଏହି ପ୍ରକଳ୍ପର ବିକାଶ ପାଇଁ ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ତେବେ କମ୍ପାନୀ ଦୁଇ ବର୍ଷ ମଧ୍ୟରେ ଓହରି ଯାଇଥିଲା। ୨୦୧୭ରେ, ଚୀନ ଥ୍ରୀ ଗର୍ଗସ୍ ଇଣ୍ଡରନ୍ୟାସନାଲ କର୍ପୋରେସନ ଏହି ପ୍ରକଳ୍ପର ବିକାଶ ପାଇଁ ମିଳିତ ଉଦ୍ୟମ ସ୍ଥାପନ କଲା। କିନ୍ତୁ ସେ ୨୦୧୮ରେ ଓହରି ଗଲା। ରିପୋର୍ଟ ଅନୁସାରେ, ସେତି ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ନେପାଳ ୨୦୩୦ ସୁଦ୍ଧା ବାର୍ଷିକ ୩୧୦୦୦ କୋଟି ଟଙ୍କା ଏବଂ ୨୦୪୫ ସୁଦ୍ଧା ବର୍ଷକୁ ଏକ ଟ୍ରିଲିୟନ ଟଙ୍କା ରୋଜଗାର କରିପାରିବ।

Investment Board Nepalକୁ Chilime Hydropower Company ୧୯.୬୬ ବିଲିୟନ ଟଙ୍କା ନିବେଶ ପ୍ରସ୍ତାବ ଦେଇଛି। Nadi-3 (SR-3)ରେ ୮୭ ମେଗାୱାଟ ଓ Budhi Gandaki Prok Hydroelectric Projectsରୁ ୮୧ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। Chilimeର ଏକ ବଡ ଗ୍ରାହକ ହେଉଛି Investment Board Nepal। ଭାରତୀୟ କମ୍ପାନୀ, SR-3ର ବିକାଶ କରନ୍ତି ତେବେ ବିଦ୍ୟୁତ ଉତ୍ପାଦନରେ ଆହୁରି ଅଧିକ ସ୍ୱାଧିନତା ମିଳିବ, କାରଣ ଚୀନ କମ୍ପାନୀ ଏହାର ଉତ୍ପାଦନ କ୍ଷମତାକୁ ୭୫୦ ମେଗାୱାଟରୁ ୬୦୦ ମେଗାୱାଟକୁ ହ୍ରାସ କରିବାକୁ କହୁଥିଲେ ବୋଲି Investment Boardର ଜଣେ ଅଧିକାରୀ କହିଛନ୍ତି। 

Also Read: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହୁଁଛନ୍ତି ରାଜ ଠାକରେ! ବିଜେପିକୁ ଚିଠି ଲେଖି କଲେ ଏହି ଅନୁ

ସେତି ଜଳ ବିଦ୍ୟୁତ ପ୍ରକଳ୍ପରେ ଭାରତୀୟ କମ୍ପାନୀର ଏଣ୍ଟ୍ରୀ, ଭାରତ ଓ ନେପାଳର ସମ୍ପର୍କକୁ ଦୃଢ କରିବା ସହ ଭାରତକୁ ବିଦ୍ୟୁତ ସଙ୍କଟରୁ ମୁକ୍ତ କରିବ। ବିଶେଷଜ୍ଞଙ୍କ ଅନୁସାରେ, ନେପାଳ ଉପରୁ ଚୀନ କମ୍ପାନୀର ଦବଦବା ଆଉ ନାହିଁ। ନେପାଳ ମାର୍କେଟେ ସବୁବେଳେ ଭାରତ ଉପରେ ନିର୍ଭର କରେ। ଏହି ନିର୍ଭରଶୀଳତା ଭାରତର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ। ବିଗତ ଦିନରେ ସୀମାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। କିନ୍ତୁ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସେତି ବିଜ୍ୟୁତ ପ୍ରଜେକ୍ଟ, ଭାରତକୁ ଦେବା। ଯଦି ଆବଶ୍ୟକ ପଡେ ତେବେ ଭାରତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି ବିଦ୍ୟୁତ ଆମଦାନୀ ମଧ୍ୟ କରିପାରିବ ବୋଲି କୁହାଯାଉଛି। ତେବେ ଯାହାବି ହେଉ ଏହି ଚୁକ୍ତି ଫଳରେ ଚୀନ ହାତରୁ ଏକ ବଡ ପ୍ରଜେକ୍ଟ ଛଡା ହୋଇଛି।

 

 

 

 

 

 

Read More
{}{}