Hindi News >>Home >>Zee Odisha

Maulana taqueer raza:ଆମ ମସଜିଦ୍ ଆମଠାରୁ ଛଡ଼େଇ ନିଆଯାଉଛି,ମୌଲାନ ତୌକିର ରାଜାଙ୍କ ବିବାଦୀୟ ବୟାନ

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ତାରିଖ ଯେତିକି ପାଖେଇ ଆସୁଛି, ବୟାନବାଜି ମଧ୍ୟ ସେତିକି  ତୀବ୍ର ହେବାରେ ଲାଗିଛି। ଇତିହାଦ-ଏ-ମିଲ୍ଲତ କାଉନସିଲ (ଆଇଏମସି) ମୁଖ୍ୟ ମୌଲାନା ତୌକିର ରଜାଙ୍କ ଉତ୍ତେଜନାମୂଳକ ବୟାନ ପୁଣି ଥରେ ସାମ୍ନାକୁ ଆସିଛି। ଦେଶରେ ଏକତା ଓ ଭାତ୍ରୁତ୍ୱ ବଜାୟ ରଖିବା ପାଇଁ ମୁସଲମାନମାନେ ବଳିଦାନ ଦେବାକୁ ପ୍ରସ୍ତ

Advertisement
SOCIAL MEDIA
Stop
Zee Odisha Desk|Updated: Jan 06, 2024, 11:30 PM IST

Maulana taqueer raza:

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ତାରିଖ ଯେତିକି ପାଖେଇ ଆସୁଛି, ବୟାନବାଜି ମଧ୍ୟ ସେତିକି  ତୀବ୍ର ହେବାରେ ଲାଗିଛି। ଇତିହାଦ-ଏ-ମିଲ୍ଲତ କାଉନସିଲ (ଆଇଏମସି) ମୁଖ୍ୟ ମୌଲାନା ତୌକିର ରଜାଙ୍କ ଉତ୍ତେଜନାମୂଳକ ବୟାନ ପୁଣି ଥରେ ସାମ୍ନାକୁ ଆସିଛି। ଦେଶରେ ଏକତା ଓ ଭାତ୍ରୁତ୍ୱ ବଜାୟ ରଖିବା ପାଇଁ ମୁସଲମାନମାନେ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଆମେ ପ୍ରତିଥର ମୁସଲମାନମାନଙ୍କୁ ବଳି ଦେବାକୁ ପ୍ରସ୍ତୁତ ନୁହଁ।

ମୌଲାନା ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଆମର ମସଜିଦ ଗୁଡ଼ିକୁ ଛଡ଼ାଇ ନିଆଯାଉଛି,  ଆମେ ଏହାକୁ ଆଦୌ ବରଦାସ୍ତ କରିବୁ ନାହିଁ। ଆମ ମସଜିଦକୁ ନେଇ ବିଜେପି ଓ ବିଶ୍ୱହିନ୍ଦୁ ପରିଷଦର ସମସ୍ୟା ରହିଛି। ଆମ ଆଜାନ ସେମାନଙ୍କୁ ବାଧୁଛି।  ମୁସଲମାନଙ୍କ ଅସ୍ତିତ୍ୱକୁ ନେଇ ସେମାନଙ୍କର ସମସ୍ୟା ରହିଛି। ବାବ୍ରି ମସଜିଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଅଦାଲତର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାବ୍ରୀ ମସଜିଦ ରାୟ ଦେଇଥିବା ବିଚାରପତିଙ୍କୁ ରାଜ୍ୟସଭାକୁ ପଠାଇବା ଦ୍ୱାରା ଏହା ସ୍ପଷ୍ଟ ହୋଇଛି  ଯେ ଏହି ପୂରା ରାୟ ଆଗରୁ  ଲେଖା ହୋଇଥିଲା। ଏମିତି କହି ରଜା କହିବାକୁ ଚାହିଁଛନ୍ତି ଯେ, ସୁପ୍ରିମକୋର୍ଟ ନିରପେକ୍ଷ ନୁହେଁ ଓ ରାୟ ସରକାରଙ୍କ ଇଶାରରେ ଦିଆଯାଇଛି।  ସେପଟେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ସମ୍ପର୍କରେ ମୌଲାନା କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ମୋତେ ନିମନ୍ତ୍ରଣ ମିଳିବ ନାହିଁ କି ମୁଁ ସେହି କାର୍ଯ୍ୟକ୍ରମକୁ ଯିବି ନାହିଁ । କାରଣ ଏହି ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏବଂ ଏହା ପଛରେ ରାଜନୈତିକ ଫାଇଦା ଲୁଚି ରହିଛି ।

 ଜ୍ଞାନବାପିକୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନିକଟରେ ମୌଲାନା ଆଉ ଏକ ବିବାଦୀୟ  ବୟାନ ଦେଇଥିଲେ।  ଯେଉଁଥିରେ ସେ କହିଥିଲେ ଯେ ବାବ୍ରୀ ମସଜିଦ ମାମଲାରେ ଆମେ ଧୈର୍ଯ୍ୟ ଦେଖାଇଥିଲୁ  କିନ୍ତୁ ଜ୍ଞାନବାପିରେ ଧର୍ଯ୍ୟ ଦେଖାଇବାକୁ  ନାହିଁ । ମୌଲାନାଙ୍କ ଏହି ବୟାନ ଉପରେ ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସମ୍ପାଦକ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଦେଶ ସମ୍ବିଧାନ ଦ୍ୱାରା ପରିଚାଳିତ ହେବ। ଜ୍ଞାନବାପି ଏକ ନ୍ୟାୟିକ ମାମଲା। ଅଦାଲତ ମଧ୍ୟ ଏ ନେଇ କୌଣସି ବୟାନ ଦେବାକୁ ମନା କରିଦେଇଛନ୍ତି।

ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବ ଏବଂ ଏହି ଦିନ ନବ ନିର୍ମିତ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପୂଜାର୍ଚ୍ଚନା କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାରା ଦେଶର ସାଧୁ ଓ ମହାତ୍ମାମାନେ ଉପସ୍ଥିତ ରହିବେ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ପ୍ରସ୍ତୁତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦରର ଉଦଘାଟନ କରିଥିଲେ। ଏହା ସହ ଅଯୋଧ୍ୟାରେ ପୁନର୍ବିକଶିତ ଷ୍ଟେସନର ଉଦଘାଟନ କରିବା ସହ ଅନେକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

Read More
{}{}