Hindi News >>Home >>Zee Odisha

FASTag:ପେଟିଏମରେ FASTag ବନ୍ଦ ହେବ କି ? ଯଦି ଆପଣଙ୍କ ପାଖରେ ଅଛି ଏହି FASTag ତେବେ କରିବେ କ’ଣ ?

ଡିଜିଟାଲ ଯୁଗରେ ଡିଜିଟାଲ ପେମେଣ୍ଟ ସମୟର ଆବଶ୍ୟକତା ହୋଇଯାଇଛି । ବିଶେଷକରି ୨୦୧୬ର ନୋଟ୍ ବନ୍ଦୀ ପରେ ପରିସ୍ଥିତି ବଦଳି ଯାଇଥିଲା । କରୋନା କାଳରେ ଡିଜିଟାଲ ପେମେଣ୍ଟ୍ ରେକର୍ଡ୍ ତିଆରି କରିଥିଲା । ଫୋନ୍ ପେ’,ପେଟିଏମ୍ ଭଳି କମ୍ପାନୀ ଏହାର ଭଲ ଲାଭ ଉଠାଇଥିଲେ । ଡିଜିଟାଲ ପେମେଣ୍ଟ କ୍ଷେତ୍ରକୁ ଆସିଥିବ କମ୍ପାନୀଙ୍କ ମଧ୍ଯରେ ପେଟିଏମ୍ ଅଲଗା ସ୍ଥାନ ରଖେ

Advertisement
SOCIAL MEDIA
Stop
Zee Odisha Desk|Updated: Feb 07, 2024, 07:01 PM IST

FASTag:

ଡିଜିଟାଲ ଯୁଗରେ ଡିଜିଟାଲ ପେମେଣ୍ଟ ସମୟର ଆବଶ୍ୟକତା ହୋଇଯାଇଛି । ବିଶେଷକରି ୨୦୧୬ର ନୋଟ୍ ବନ୍ଦୀ ପରେ ପରିସ୍ଥିତି ବଦଳି ଯାଇଥିଲା । କରୋନା କାଳରେ ଡିଜିଟାଲ ପେମେଣ୍ଟ୍ ରେକର୍ଡ୍ ତିଆରି କରିଥିଲା । ଫୋନ୍ ପେ’,ପେଟିଏମ୍ ଭଳି କମ୍ପାନୀ ଏହାର ଭଲ ଲାଭ ଉଠାଇଥିଲେ । ଡିଜିଟାଲ ପେମେଣ୍ଟ କ୍ଷେତ୍ରକୁ ଆସିଥିବ କମ୍ପାନୀଙ୍କ ମଧ୍ଯରେ ପେଟିଏମ୍ ଅଲଗା ସ୍ଥାନ ରଖେ । ଏହା ଏହି କ୍ଷେତ୍ରକୁ ପ୍ରବେଶ କରିଥିବା କିଛି ପ୍ରଥମ ଖେଳାଳୀଙ୍କ ମଧ୍ଯରୁ ଗୋଟିଏ । ତେବେ ପେଟିଏମର ବେଳା ଏବେ ଖରାପ ପଡ଼ିଛି । ଆରବିଆଇ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ କମ୍ପାନୀ ଓ ଗ୍ରାହକଙ୍କ ପାଇଁ ପରିସ୍ଥିତି ଖରାପ ହୋଇଛି । ଖାସ କରି ପେଟିଏମ ଜାରି କରିଥିବା ଫାଶଟ୍ୟାଗ୍ର ପେଟିଏମ ଆକାଉଣ୍ଟ ସହ ଲିଙ୍କ୍ ରହିଛି  । ଏବେ RBI ପେଟିଏମ ପେମେଣ୍ଟ ବ୍ୟାଙ୍କ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ FASTag ସମେତ ଅନେକ ସେବା ବାଧାପ୍ରାପ୍ତ ହୋଇଛି  । ଏଭଳି କ୍ଷେତ୍ରରେ ଯେଉଁମାନଙ୍କ ପାଖରେ ଫାଶଟ୍ୟାଗ୍‌ ଅଛି ସେମାନେ ଆକାଉଣ୍ଟ ଡି ଆକ୍ଟିଭେଟ କରିବେ ନା ପୋର୍ଟ କରିବେ ? 

ଆରବିଆଇ ଗାଇଡଲାଇନ ଅନୁସାରେ ଫେବୃଆରୀ ୨୯ ପରେ ଗ୍ରାହକ paytm ଆକାଉଣ୍ଟସ, ୱାଲେଟ, ଫାଶଟ୍ୟାଗରେ ଜମା ଓ ଟପ୍‌ ଅପ୍‌ ରଖିପାରିବେ ନାହିଁ  । ଯଦି ଆପଣଙ୍କ ପାଖରେ ପେଟିଏମ ଫାଶଟ୍ୟାଗ ଅଛି ତେବେ ଆପଣଙ୍କ ଫାଶଟ୍ୟାଗ୍‌ରେ ରୋକ ଲଗାଯାଇନାହିଁ  । ବରଂ ନୂଆ ପେମେଣ୍ଟ ଜମା କରିବାକୁ ଗ୍ରାହକଙ୍କୁ ଅନୁମତି ନାହିଁ  । ପେଟିଏମ ଆକାଉଣ୍ଟରେ ମହଜୁଦ ବାଲାନ୍ସ ସରିବା ପର୍ଯ୍ୟନ୍ତ ୟୁଜର ଏହାକୁ ବ୍ୟବହାର କରିପାରିବେ  । ଯଦି ଆପଣ ଫାଶଟ୍ୟାଗ୍‌ ଆଇଡି ଟିକୁ ଡିଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତେବେ

ଫାଶଟ୍ୟାଗ ପୋର୍ଟାଲରେ ଲଗଇନ କରନ୍ତୁ  । ଏଥିରେ ଆପଣଙ୍କୁ ୟୁଜର ଆଇଡି ବା ୱାଲେଟ ଆଇଡି ଓ ପାସୱାର୍ଡ ପକାଇବାକୁ ହେବ  ।

ଏବେ ଫାଶଟ୍ୟାଗ ନମ୍ବର, ରେଜିଷ୍ଟର ମୋବାଇଲ ନମ୍ବର ଓ ଭରିଫିକେସନ ପାଇଁ ଅନ୍ୟ ଡିଟେଲ୍ସ ଦେବାକୁ ହେବ  ।

ପେଜକୁ ସ୍କ୍ରଲ କରି ତଳେ ଥିବା Help & Support ଅପସନରେ କ୍ଲିକ କରନ୍ତୁ

ଏବେ ‘Need Help With Non-Order Related Queries?’ ରେ କ୍ଲିକ କରନ୍ତୁ

ଏହାପରେ ‘Queries Related To Updating FASTag Profile’ ବିକଳ୍ପ ଚୟନ କରନ୍ତୁ

ଏଠାରେ ଆପଣଙ୍କୁ ‘I Want To Close My FASTag’ 

ବିକଳ୍ପକୁ ଚୟନ କରି ଷ୍ଟେପସ୍‌ ଗୁଡିକ ଫଲୋ କରିବାକୁ ହେବ  ।

ଅଧିକାଂଶଙ୍କ ମନରେ ପେଟିଏମ ବ୍ୟାନ୍ ହେବାର ବି ଭୟ ରହିଛି  । ଯଦି ୟୁଜର ପେଟିଏମ ଫାଶଟ୍ୟାଗକୁ ଅନ୍ୟ ବ୍ୟାଙ୍କରେ ପୋର୍ଟ କରିବାକୁ ଚାହୁଁଛନ୍ତି ତେବେ

ପ୍ରଥମେ ୟୁଜର ଚାହୁଁଥିବା ବ୍ୟାଙ୍କର କଷ୍ଟମର କେୟାରଙ୍କୁ କଲ୍ କରିବାକୁ ହେବ  ।

କଷ୍ଟମର କେୟାରଙ୍କୁ ନିଜ ପୋର୍ଟ ନମ୍ବର, ନାମ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାକୁ ହେବ  ।

ଏହାର କିଛି ସମୟ ପରେ ଆପଣଙ୍କ ଫାଶଟ୍ୟାଗ ଅନ୍ୟ ବ୍ୟାଙ୍କରେ ପୋର୍ଟ ହୋଇଯିବ  ।

Read More
{}{}