Hindi News >>Home >>Zee Odisha

High Profile Sex Rackets: ସେକ୍ସ ରାକେଟରେ ଧରାପଡ଼ିଲେ ଏହି ଅଭିନେତ୍ରୀ, ଦେହ ବ୍ୟବସାୟ ଲାଗି ମଡ଼େଲଙ୍କୁ କରୁଥିଲେ ବାଧ୍ଯ

Bhojpuri Actress Arrested​: ମୁମ୍ବାଇ ପୋଲିସ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।  ଏହି ରାକେଟକୁ ଧରିବା ପାଇଁ ମୁମ୍ବାଇ ପୋଲିସର ସୋସିଆଲ ସର୍ଭିସ ବ୍ରାଞ୍ଚ ଅପରେସନ ଆରମ୍ଭ କରିଥିଲା ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 22, 2023, 11:22 AM IST

Bhojpuri Actress Arrested​: ମୁମ୍ବାଇ ପୋଲିସ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟର (High Profile Sex Rackets) ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ (Bhojpuri Actress Arrested) ମଧ୍ୟ ଗିରଫ କରାଯାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀ (Bhojpuri Actress Suman kumari ) ଏହି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟର ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିଲେ। ଏନେଇ ଜେଲରେ ଅଭିନେତ୍ରୀଙ୍କୁ ଅଧିକ ପଚରାଉଚରା କରାଯାଉଛି। ଏହା ବ୍ୟତୀତ ପୋଲିସ ଘଟଣାସ୍ଥଳରୁ ତିନି ଜଣ ମଡେଲଙ୍କୁ (Model) ଉଦ୍ଧାର କରିଛି। ଅଧିକାରୀଙ୍କ କହିବାନୁସାରେ, ଏହି ସେକ୍ସ ରାକେଟ (Sex Rackets) ପଛରେ ଅନେକ ବଡ଼ ନାମ ଥାଇପାରେ, ସେମାନଙ୍କୁ ଖୋଜିବା ଲାଗି ଉଦ୍ୟମ ଜାରି ରହିଛି । ଏହି ରାକେଟକୁ ଧରିବା ପାଇଁ ମୁମ୍ବାଇ ପୋଲିସର ସୋସିଆଲ ସର୍ଭିସ ବ୍ରାଞ୍ଚ ଅପରେସନ (Social Service Branch Operations Mumbai) ଆରମ୍ଭ କରିଥିଲା ।

ହୋଟେଲେ ଚାଲୁଥିଲା ଏହି ବ୍ୟବସାୟ

ଆରେ କଲୋନୀ ସ୍ଥିତ ଏକ ହୋଟେଲରେ ସେକ୍ସ ରାକେଟ (Sex Rackets) ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ସିକ୍ରେଟ୍ ଅପରେସନ ଆରମ୍ଭ କରିଥିଲା । ଏହି ସେକ୍ସ ରାକେଟରେ ଭୋଜପୁରୀ ଅଭିନେତ୍ରୀଙ୍କ (Bhojpuri Actress) ହାତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଅଭିନେତ୍ରୀ ଏଥିରେ ଏକ ଦଲାଲ ଭାବେ କାର୍ଯ୍ୟ କରୁଥିଲେ ।

ହୋଟେଲକୁ ନକଲି ଗ୍ରାହକ ପଠାଇଲା ପୋଲିସ

ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଏହି ସେକ୍ସ ରାକେଟ ବିଷୟରେ ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ନକଲି ଗ୍ରାହକ ହୋଟେଲକୁ ପଠାଯାଇଥିଲା । ହୋଟେଲରେ ପୂର୍ବରୁ ହିଁ ମଡ଼େଲ ଉପସ୍ଥିତ ଥିଲେ । ଏହାପରେ ସୁମନ ତାଙ୍କ ସହ ଡ଼ିଲ କରିଥିଲେ । ମଡ଼େଲ ପିଛା ସେ ୫୦ରୁ ୮୦ ହଜାର ଟଙ୍କା ମାଗିଥିଲେ। ପରେ ପୂର୍ବ ଯୋଜନା ମୁତାବକ ଅଭିନେତ୍ରୀ ଟଙ୍କା ନେବା ସମୟରେ ସେଠାରେ ପୋଲିସ ପହଁଞ୍ଚି ସୁମନଙ୍କୁ ( Suman kumari ) ଗିରଫ କରିଥିଲା । ଏହାପରେ ୩ ଜଣ ମଡ଼େଲଙ୍କୁ (Model) ଉଦ୍ଧାର କରାଯାଇଛି ।

ବ୍ୟବସାୟ ଲାଗି ମଡ଼େଲଙ୍କୁ ବାଧ୍ଯ କରୁଥିଲେ ଅଭିନେତ୍ରୀ

ପ୍ରକାଶ ଥାଉ କି, ଭୋଜପୁରୀ ଅଭିନେତ୍ରୀ ଗ୍ରାହକ ମାନଙ୍କୁ ସୁନ୍ଦରୀ ମଡ଼େଲ (Model) ଯୋଗାଉଥିଲେ। ଯେଉଁ ମଡ଼େଲ ମାନେ ଫିଲ୍ମରେ କାମ ପାଇବା ଲାଗି ମୁମ୍ବାଇ ଆସିଥିଲେ ବା ଯେଉଁ ମାନେ ଟଙ୍କା ରୋଜଗାର ଲାଗି ଦୀର୍ଘ ଦିନରୁ ସଂର୍ଘଷ କରୁଥିଲେ ସେହି ମଡ଼େଲ ମାନଙ୍କୁ ସୁମନ ଯୋଗାଯୋଗ କରି ଦେହ ବ୍ୟବସାୟରେ ( (Sex Rackets) ସାମିଲ ହେବା ଲାଗି ବାଧ୍ଯ କରୁଥିଲେ ।

ପ୍ରକାଶ ଥାଉ କି, ଏହି ହାଇପ୍ରୋଫାଇଲ୍ ସେକ୍ସ ରାକେଟରେ (High Profile Sex Rackets) ଫଶିଥିବା ଅଭିନେତ୍ରୀ ସୁମନ କୁମାରୀ ଗତ ୬ ବର୍ଷ ଧରି ମୁମ୍ବାଇରେ ରହିଆସୁଛନ୍ତି ।  ସେ ଅନେକ ଭୋଜପୁରୀ ଚଳଚ୍ଚିତ୍ର (Bhojpuri Film) ଓ ଶୋ’ରେ ଅଭିନୟ କରିଛନ୍ତି। ସୁମନ ଏହି ବ୍ୟବସାୟ ସହିତ କେତେ ଦିନ ଧରି ଜଡିତ ଅଛନ୍ତି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ତେବେ ଘଟଣାର ତଦନ୍ତ ଚାଲିଥିବା ନେଇ କହିଛି ପୋଲିସ ।

ଏହା ବି ପଢନ୍ତୁ-Parineeti -Raghav: ସରିଲା ନିର୍ବନ୍ଧ, ଏହି ମାସରେ ବାହା ହେବେ ପରିଣୀତି ଓ ରାଘବ!

 

 

 

Read More
{}{}