Hindi News >>Home >>Zee Odisha

ED Inquiries on Chief Ministers:ହେମନ୍ତଙ୍କ ଗିରଫଦାରୀ ଆରମ୍ଭ ମାତ୍ର,ଆଉ ୪ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଗିରଫ !

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚୌକି ଇଡି ପାଇଁ ଯାଇଛି । ଅର୍ଥ ହେରଫେର ମାମଲାରେ ଇଡିର ଜେରା ଓ ପରେ ଗିରଫଦାରୀ କାରଣରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ବିରୋଧୀ ମହାମେଣ୍ଟ୍-ଇଣ୍ଡିଆର ବଡ଼ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେମାନ୍ତ । ହେମନ୍ତଙ୍କ ଗିରଫଦାରୀ ଇଣ୍ଡ

Advertisement
SOCIAL MEDIA
Stop
Zee Odisha Desk|Updated: Feb 02, 2024, 09:07 PM IST

ED Inquiries on Chief Ministers:

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚୌକି ଇଡି ପାଇଁ ଯାଇଛି । ଅର୍ଥ ହେରଫେର ମାମଲାରେ ଇଡିର ଜେରା ଓ ପରେ ଗିରଫଦାରୀ କାରଣରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ବିରୋଧୀ ମହାମେଣ୍ଟ୍-ଇଣ୍ଡିଆର ବଡ଼ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେମାନ୍ତ । ହେମନ୍ତଙ୍କ ଗିରଫଦାରୀ ଇଣ୍ଡିଆ ମେଣ୍ଟ ଭିତରେ ନିଶ୍ଚିତ ଭାବେ ହଇଚଇ ସୃଷ୍ଟି କରିଛି । କାରଣ କୁହାଯାଉଛି ଯେ, ହେମନ୍ତ ଗିରଫଦାରୀ ସହିତ ଇଡିର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଗକୁ ଆଉ ୪ ଜଣ ମୁଖ୍ୟମନ୍ତ୍ରୀ ଗିରଫ ହୋଇ ପାରନ୍ତି ଓ ସେହି ୪ ଜଣଙ୍କର ଇଣ୍ଡିଆ ମେଣ୍ଟ ସହିତ ସମ୍ପର୍କ ରହିଛି ।

ହେମନ୍ତ ଏକମାତ୍ର ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଇଡି ସ୍କାନରରେ ଥିଲେ । । ହେମନ୍ତ ସୋରେନଙ୍କ ବ୍ୟତୀତ ଇଡି ମଧ୍ୟ ଆଉ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରୁଛି। ଇଡି ତାଲିକାରେ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେହି ୪ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯେଉଁମାନେ ଇଡି ତାଲିକାରେ ଅଛନ୍ତି ।

ଦିଲ୍ଲୀ ସିଏମ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଇଡି ସ୍କାନରରେ ଅଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନିତୀ ତଦନ୍ତ ମାମଲାରେ ପଚରାଉଚରା  ପାଇଁ ଇଡି ଏପର୍ଯ୍ୟନ୍ତ ତାଙ୍କୁ 5 ଟି ସମନ ପଠାଇଛି । କିନ୍ତୁ କେଜରିୱାଲ ଥରୁଟିଏ ମଧ୍ୟ ହାଜର ହୋଇ ନାହାନ୍ତି ।  ସମୟ ସମୟରେ କେଜ୍ରିୱାଲଙ୍କ ଗିରଫଦାରୀ ବିଷୟରେ ଗୁଜବର ବଜାର ମଧ୍ୟ ଗରମ ହୋଇଯାଏ। କୁହାଯାଉଛି ଯେ, ସାଧାରଣ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫ ହେବା ଥୟ ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ

ଏଥି ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ବିରୋଧରେ ଅର୍ଥ ହେରଫେର ମାମଲାର ମଧ୍ୟ ଇଡି ତଦନ୍ତ କରୁଛି। 1995 ମସିହାରେ ବିଜୟଙ୍କ ବିରୋଧରେ ହୋଇଥିବା ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଇଡି ଅନୁସନ୍ଧାନ କରୁଛି। ସେ ମଧ୍ୟ ଗିରଫ ହେବାର ଆଶଙ୍କା କରାଯାଉଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ YS ଜଗନମୋହନ ରେଡ୍ଡୀ ମଧ୍ୟ ଇଡି ସ୍କାନରରେ ଅଛନ୍ତି ।  ଭାରତୀ ସିମେଣ୍ଟର ଆର୍ଥିକ ମାମଲା ପ୍ରସଙ୍ଗରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ତଦନ୍ତ ଚାଲିଛି। କୁହାଯାଉଛି ଯେ, ଜଗନମୋହନଙ୍କୁ ଏନଡିଏ ବିରୋଧୀ ମେଣ୍ଟରୁ ଦୁରେଇ ରଖିବା ପାଇଁ ଏହା ହେଉଛି ପ୍ରେସର ଟାକ୍ଟିସ୍ ।

ଇଡି ରାଡାରରେ ରେବାନ୍ତ ରେଡ୍ଡୀ

ନିକଟରେ ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ସରକାର ଗଠନ କରିଛି । ରେବନ୍ତା ରେଡ୍ଡୀ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କ ବିରୋଧରେ ତଦନ୍ତ କରୁଛି । ବିଧାନସଭାରେ ଟିଡିପିର ତତ୍କାଳୀନ ନେତା ତାଙ୍କ ବିରୋଧରେ ଲାଂଚ ଅଭିଯୋଗ ଆଣିଥିଲେ । 2015 ରେ MLC ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ,ରେଡି ଜଣେ ମନୋନୀତ ବିଧାୟକଙ୍କୁ 50 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଟିଡିପି ନେତା ଅଭିଯୋଗ କରିଥିଲେ । ତେଣୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେତେବେଳ ଇଡି ଦ୍ୱାରା ଗିରଫ ହୋଇପାରନ୍ତି ।

Read More
{}{}