Hindi News >>Home >>Zee Odisha

Hamas Violence against women:ଅକ୍ଟୋବର ୭ରେ ମହିଳାଙ୍କ ସହ ଦୁଷ୍କର୍ମ ପରେ ଅଙ୍ଗ କାଟିଥିଲା ହମାସ !

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ସମୟରେ ମହିଳାଙ୍କ ପ୍ରତି ଯୌନ ହିଂସା କରାଯାଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଅକ୍ଟୋବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହମାସ ଆତଙ୍କବାଦୀ କେବଳ ଇସ୍ରାଏଲୀ ମହିଳାଙ୍କ ସହିତ ଦୁଷ୍କର୍ମ କରିନଥିଲା ବରଂ ସେ

Advertisement
SOCIAL MEDIA
Stop
Zee Odisha Desk|Updated: Dec 29, 2023, 05:43 PM IST

Hamas Violence against women:

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ସମୟରେ ମହିଳାଙ୍କ ପ୍ରତି ଯୌନ ହିଂସା କରାଯାଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଅକ୍ଟୋବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହମାସ ଆତଙ୍କବାଦୀ କେବଳ ଇସ୍ରାଏଲୀ ମହିଳାଙ୍କ ସହିତ ଦୁଷ୍କର୍ମ କରିନଥିଲା ବରଂ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ସେମାନଙ୍କ ଅଙ୍ଗ କାଟି ଦିଆଯାଇଥିଲା । ପୁରା ଆକ୍ରମଣ କାଳରେ ମହିଳାମାନଙ୍କ ବିରୁଦ୍ଧରେ ହିଂସାର ଏହି ତରିକାକୁ ବାରମ୍ବାର ଦେଖାଯାଇଥିଲା । ପ୍ରାୟ ଦୁଇମାସ ମଧ୍ୟରେ ପ୍ରସ୍ତୁତ ଏହି ରିପୋର୍ଟ ଏକ ନିର୍ଦ୍ଦିଷ୍ଟ ତରିକା ଆଡକୁ ଇଙ୍ଗିତ କରୁଛି, ଯେଉଁଥିରେ ବଳାତ୍କାର ପରେ ମହିଳାମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା।

ଅକ୍ଟୋବର ୭ ଆକ୍ରମଣର ଦୁଷ୍କର୍ମର ଶିକାର ହୋଇଥିବା ଗୁଲ ଅବଦୁଶଙ୍କ ମୃତଦେହ ରାସ୍ତା କଡ଼ରୁ ବିନା ପୋଷାକରେ ମିଳିଥିଲା। ଗୁଲଙ୍କ ମୁହଁ ଜଳି ଯାଇଥିଲା ଏବଂ ବହୁ କଷ୍ଟରେ ତାଙ୍କ ପରିଚୟ ମିଳିଥିଲା । ଏକ ଭିଡିଓ ଆଧାରରେ ଗୁଲଙ୍କୁ ବଳାତ୍କାର କରାଯାଇଥିବା ଇସ୍ରାଏଲ ପୋଲିସ ଜାଣିବାକୁ ପାଇଥିଲା । ଅନୁସନ୍ଧାନରୁ  ଅତି କମରେ ସାତୋଟି ଏଭଳି ସ୍ଥାନ ମିଳିଥିଲା ଯେଉଁଥିରୁ ଇସ୍ରାଏଲୀ ମହିଳାଙ୍କ ସହିତ ଦୁଷ୍କର୍ମ ପରେ ସେମାନଙ୍କ ହତ୍ୟା ହୋଇଥିବା ଜଣା ପଡିଥିଲା । ଦୁଷ୍କର୍ମ ପରେ ଇସ୍ରାଏଲୀ ମହିଳାଙ୍କ ଶରୀରର ଅଙ୍ଗଗୁଡ଼ିକୁ କାଟି ଦିଆଯାଇଥିଲା ଏବଂ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣା ପଡିଛି। ଅତିକମରେ ୧୫୦ ଜଣ ପ୍ରତ୍ୟକ୍ଷଦର୍ଶୀ, ଡାକ୍ତରୀ ବିଶେଷଜ୍ଞ, ସୈନିକ ଏବଂ ଦୁଷ୍କର୍ମ କାଉନସିଲରଙ୍କ ସହିତ କଥା ହୋଇ ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ବାର୍ତ୍ତାଳାପରୁ ଜଣାପଡିଛି ଯେ ଘଟଣା ଦିନ ରାସ୍ତା କଡ଼ରେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହିତ ଘରେ ପ୍ରବେଶ କରି  ମଧ୍ୟ ଏଭଳି କାଣ୍ଡ ଆତଙ୍କବାଦୀ ଘଟାଇଥିଲେ ।

ବିନା ପୋଷାକରେ ମିଳିଥିଲା ମହିଳାଙ୍କ ମୃତଦେହ

ରିପୋର୍ଟରେ କୁହାଯାଇଛି ଯେ ପୋଲିସ ଏବଂ ମେଡିକାଲ କର୍ମଚାରୀମାନେ ଅତି କମରେ ୩୦ ଜଣ ମହିଳାଙ୍କ ମୃତଦେହ ପାଇଥିଲେ ଯେଉଁମାନଙ୍କ ଦେହରେ ପୋଷାକ ନଥିଲା। ସମସ୍ତଙ୍କର ବ୍ୟକ୍ତିଗତ ଅଂଗରେ ଆଘାତ ଲାଗିଥିଲା । କେବଳ ଏତିକି ନୁହେଁ, ଏହି ଶବଗୁଡ଼ିକର ନଖରୁ ମିଳିଥିବା ନମୁନା ଦର୍ଶାଏ ଯେ ସେମାନେ ମୃତ୍ୟୁ ପୂର୍ବରୁ ନିଜକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ଅନେକ ପ୍ରତ୍ୟକ୍ଷଦର୍ଶୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେମାନେ  ହମାସ ଆତଙ୍କବାଦୀଙ୍କୁ  ମହିଳାଙ୍କ ଅପହରଣ କରୁଥିବା ଦେଖିଛନ୍ତି। ଚାରିଜଣ ସାକ୍ଷୀ କହିଛନ୍ତି ଯେ ରୁଟ୍ ୨୩୨ ରେ ଦୁଇଟି ପୃଥକ ସ୍ଥାନରେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ, ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣରେ ମହିଳାଙ୍କ ପ୍ରତି ଯୌନ ହିଂସା ଅଭିଯୋଗକୁ ହମାସ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ଯୌନ ହିଂସା ଅଭିଯୋଗକୁ ହମାସ ଭିତ୍ତିହୀନ ବୋଲି କହିଛି।

ଦମିସ୍କ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ

ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପୁଣି ଥରେ ସିରିଆର ରାଜଧାନୀ ଦମିସ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ସିରିଆ ସେନା କହିଛି ଯେ ଇସ୍ରାଏଲ୍ ଅଧିକୃତ ସିରିଆ ଗୋଲାନ୍ ହାଇଟ୍ସ ଦିଗରୁ ଦକ୍ଷିଣ ଅଞ୍ଚଳର କିଛି ଅଞ୍ଚଳ ଉପରେ ଆକ୍ରମଣ ହୋଇଛି। ଅଧିକାଂଶ ଆକ୍ରମଣର ସିରିଆର ବାୟୁ ପ୍ରତିରକ୍ଷା ବାହିନୀ ଜବାବ ଦେଇଥିଲା। ଇସ୍ରାଏଲର ସମସ୍ତ ଆକ୍ରମଣର କଡା ଜବାବ ଦିଆଯିବ ବୋଲି ସିରିଆ କହିଛି । ନିକଟରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପରେ ନିଜର ସାମରିକ ଅଭିଯାନ ସହିତ ସିରିଆର ଟାର୍ଗେଟ ଉପରେ ଆକ୍ରମଣ ବୃଦ୍ଧି କରିଛି।

Read More
{}{}