Hindi News >>Home >>Zee Odisha

Sovereign Gold bond: ଶସ୍ତାରେ ସରକାରଙ୍କଠାରୁ କିଣନ୍ତୁ ସୁନା,ସଂଚୟ ସହ ବଂଚିବ ଟ୍ୟାକ୍ସ

  ସୁନାରେ ନିବେଶ ପାଇଁ ସାଧାରରତଃ ଲୋକମାନେ ଗହଣା ଦୋକାନରୁ କିମ୍ବା ସୁନା ବିସ୍କୁଟ କିଣନ୍ତି । କିନ୍ତୁ ସମୟ ବଦଳିଛି ଏବେ ଆପଣ ବିନା ସୁନା କିଣି ମଧ୍ୟ ସୁନାରେ ଟଙ୍କା ନିବେଶ କରି ପାରିବେ । ଏଥିପାଇଁ ଗୋଲ୍ଡ଼ ବଣ୍ଡ ଏବଂ ଗୋଲ୍ଡ଼ ଇଟିଏଫ ଭଳି ବ୍ୟବସ୍ଥା ରହିଛି । ଆଉ ଯଦି ଆପଣ ସୋଭେରନ ଗୋଲ୍‌ଡ଼ ବଣ୍ଡରେ ଟଙ୍କା ଲଗାଇବାକୁ ଚା

Advertisement
SOCIAL MEDIA
Stop
Zee Odisha Desk|Updated: Dec 10, 2023, 10:38 AM IST

Sovereign Gold bond: 

ସୁନାରେ ନିବେଶ ପାଇଁ ସାଧାରରତଃ ଲୋକମାନେ ଗହଣା ଦୋକାନରୁ କିମ୍ବା ସୁନା ବିସ୍କୁଟ କିଣନ୍ତି । କିନ୍ତୁ ସମୟ ବଦଳିଛି ଏବେ ଆପଣ ବିନା ସୁନା କିଣି ମଧ୍ୟ ସୁନାରେ ଟଙ୍କା ନିବେଶ କରି ପାରିବେ । ଏଥିପାଇଁ ଗୋଲ୍ଡ଼ ବଣ୍ଡ ଏବଂ ଗୋଲ୍ଡ଼ ଇଟିଏଫ ଭଳି ବ୍ୟବସ୍ଥା ରହିଛି । ଆଉ ଯଦି ଆପଣ ସୋଭେରନ ଗୋଲ୍‌ଡ଼ ବଣ୍ଡରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି ତାହେଲେ ସରକାର ଏକ ସୁନ୍ଦର ସୁଯୋଗ ଆଣିଛନ୍ତି ।

କେନ୍ଦ୍ର ସରକାର ଏହି ମାସରେ ସୋଭରେନ୍ ଗୋଲ୍‌ଡ଼ ବଣ୍ଡର ଗୋଟିଏ କିସ୍ତି ଜାରି କରିବେ ଏବଂ ଫେବୃଆରୀ ମାସରେ ବଉ ଗୋଟିଏ କିସ୍ତି ଜାରି ହେବ । ବିତ୍ତ ମନ୍ତ୍ରାଳୟ ଶୁକ୍ରବାର ଏକ ପ୍ରତିକ୍ରିୟାରେ କହିଛନ୍ତି କି ୨୦୨୩-୨୪ ସିରିଜ-୩ ଏହି ମାସରେ ୧୮-୨୨ ମଧ୍ୟରେ ଖୋଲିବ । ସିରିଜ-୪ ପାଇଁ ୧୨-୧୬ ଫେବୃଆରୀ ତାରିଖ ସ୍ଥିର ହେବ ।

୮ ବର୍ଷରେ ଦୁଇଗୁଣ ରିଟର୍ଣ୍ଣ  

ବ୍ୟାଙ୍କ, ଷ୍ଟକ୍ ହୋଲଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ମନୋନୀତ ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ BSE ଏବଂ NSE ମାଧ୍ୟମରେ ସୋଭରେନ ଗୋଲ୍ଡ ବଣ୍ଡ ବିକ୍ରି ହେବ । ପାରମ୍ପାରିକ ସୁନା ଚାହିଦା ହ୍ରାସ କରିବାର ଏକ ଅଂଶ ତଥା ଘରୋଇ ସଞ୍ଚୟର ଏକ ଅଂଶ ଭାବରେ ପ୍ରଥମେ ନଭେମ୍ବର 2015ରେ ସୁନା ବଣ୍ଡ ବିକ୍ରୟ ଆରମ୍ଭ କରାଯାଇଥିଲା ।

2015 ରେ ସୋଭରେନ ଗୋଲ୍ଡ ବଣ୍ଡରେ ବିନିଯୋଗ କରିଥିବା ଲୋକଙ୍କ ଟଙ୍କା 8 ବର୍ଷରେ ଦ୍ୱିଗୁଣିତ ହେଲା । 30, 2023 ରେ ସର୍ବଭାରତୀୟ ଗୋଲ୍ଡ ବଣ୍ଡର ପ୍ରଥମ ସିରିଜ୍ ପରିପକ୍ୱ ହୋଇଛି ।

ବିନିଯୋଗ ସର୍ତ୍ତାବଳୀ

ସୁନା ବଣ୍ଡର ପରିପକ୍ବତା ଅବଧି 8 ବର୍ଷ ହେବ । କିନ୍ତୁ ପାଞ୍ଚ ବର୍ଷ ସମାପ୍ତ ହେବା ପରେ ବାହାରକୁ ଯିବାର ବିକଳ୍ପ ରହିବ । ଏହି ଯୋଜନା ଅଧୀନରେ ସର୍ବନିମ୍ନ ବିନିଯୋଗ ଏକ ଗ୍ରାମ ସୁନାରେ କରାଯାଇପାରିବ ଯେତେବେଳେ ସର୍ବାଧିକ ସୀମା 4 କିଲୋଗ୍ରାମ ପର୍ଯ୍ୟନ୍ତ ହେବ ।

ସୋଭରେନ ଗୋଲ୍ଡ ବଣ୍ଡର ତୃତୀୟ ତଥା ଚତୁର୍ଥ ସିରିଜ୍ ପ୍ରଦାନ ତାରିଖ ଘୋଷଣା କରାଯାଇଛି, କିନ୍ତୁ ଆଇବିଜେର ଗତ 3 ଦିନର ହାରାହାରି ସୁନା ମୂଲ୍ୟ ଅନୁଯାୟୀ ଇସୁ ମୂଲ୍ୟ ସ୍ଥିର କରାଯିବ। ଏଥି ସହିତ ଡିଜିଟାଲ୍ ମୋଡ୍ ମାଧ୍ୟମରେ ଆବେଦନ କରିବା ପାଇଁ ସରକାର ପ୍ରତି ଗ୍ରାମକୁ 50 ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୋଭରେନ ସୁନା ବଣ୍ଡ ଯୋଜନାର ଲାଭ

- ରିଟର୍ଣ୍ଣ ବ୍ୟତୀତ ସୋଭରେନ ଗୋଲ୍ଡ ବଣ୍ଡରେ ବିନିଯୋଗ କରୁଥିବା ନିବେଶକମାନେ ମଧ୍ୟ ବାର୍ଷିକ 2.5 ପ୍ରତିଶତ ସ୍ଥିର ସୁଧ ପାଆନ୍ତି ।

- LTCG ଯଥା କ୍ୟାପିଟାଲ୍ ଲାଭ ଟ୍ୟାକ୍ସରେ ରିହାତି ମିଳିବ ।

- ସୋଭରେନ ସୁନା ବଣ୍ଡକୁ ବନ୍ଧକ ଭାବରେ ବ୍ୟବହାର କରାଯାଇପାରିବ ।

- ସୁନା କିଣିବାରେ ଜିଏସଟି ଏବଂ ମେକିଂ ଚାର୍ଜ ଲାଗିବ ନାହିଁ ।

 

 

Read More
{}{}