Hindi News >>Home >>Zee Odisha

Tips and Tricks:ଗତ କେଇ ବର୍ଷରେ ଆପଣ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ,ସବୁର ଖବର ରଖିଛି ଗୁଗଲ !

 ଆପଣ ବର୍ଷେ କିମ୍ବା କିମ୍ବା ପାଞ୍ଚ ବର୍ଷ ପୂର୍ବେ କୁଆଡେ  ଯାଇଥିଲେ  ଏବଂ ସେଠାରେ କେତେ ସମୟ ବିତାଇଥିଲେ? ତାହା ଆପଣଙ୍କର ମନେ ଅଛି ?  ହୁଏତ ଆପଣଙ୍କର  ମନେ ନଥିବ  କିନ୍ତୁ ଗୁଗୁଲ୍ ସବୁକିଛି ଜାଣେ । ଗୁଗଲ ସବୁକିଛି ମନେ ରଖିଛି ।

Advertisement
SOCIAL MEDIA
Stop
Zee Odisha Desk|Updated: Mar 26, 2024, 06:45 PM IST

Tips and Tricks: ଆପଣ ବର୍ଷେ କିମ୍ବା କିମ୍ବା ପାଞ୍ଚ ବର୍ଷ ପୂର୍ବେ କୁଆଡେ  ଯାଇଥିଲେ  ଏବଂ ସେଠାରେ କେତେ ସମୟ ବିତାଇଥିଲେ? ତାହା ଆପଣଙ୍କର ମନେ ଅଛି ?  ହୁଏତ ଆପଣଙ୍କର  ମନେ ନଥିବ  କିନ୍ତୁ ଗୁଗୁଲ୍ ସବୁକିଛି ଜାଣେ । ଗୁଗଲ ସବୁକିଛି ମନେ ରଖିଛି । ଆପଣେ କେବେ,କୁଆଡେ ଯାଇଥିଲେ ଓ ସେଠାରେ କେତେ ସମୟ ବିତାଇଥିଲେ ତାହା ଗୁଗଲର ମମୋରିର ଫିଡ୍ ହୋଇ ରହିଯାଏ ।  ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ, ଆପଣ ଦୁଇ ବର୍ଷ ପୂର୍ବେ କେବେ ଏବଂ କେଉଁଠାକୁ ଯାଇଥିଲେ ଏବଂ ସେଠାରେ  କେତେ ସମୟ କାଟିଥିଲେ ତେବେ  ଏହା ଜାଣିବା ବହୁତ ସହଜ ।

ଅନେକ ଲୋକ ଜାଣିଥିବେ ଯେ ଗୁଗୁଲ ବ୍ୟବହାରକାରୀଙ୍କ (ୟୁଜର) ପ୍ରତ୍ୟେକ କାର୍ଯ୍ୟକଳାପକୁ ଟ୍ରାକ୍ କରେ ।  ସେଥିପାଇଁ ଆପଣ ଯେଉଁଠାକୁ ଯାଅନ୍ତୁ ନା କାହିଁକି, ଗୁଗୁଲ ତା’ ବାବଦରେ  ଅବଗତ ଅଛି । ବର୍ତ୍ତମାନ ପ୍ରଶ୍ନ ହେଉଛି, ଆମେ ଏହାକୁ କିପରି ଖୋଜି ପାରିବା? ଏହା ଖୋଜିବା ଏତେ କଷ୍ଟସାଧ୍ୟ ନୁହେଁ, ଏଥିପାଇଁ ଆପଣଙ୍କୁ କେବଳ କିଛି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ ।

ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ

ସର୍ବପ୍ରଥମେ, ଆପଣଙ୍କୁ  ସ୍ମାର୍ଟଫୋନରେ ଗୁଗୁଲ୍ ମ୍ୟାପ୍ ଖୋଲିବାକୁ ପଡିବ ।  ଗୁଗୁଲ୍ ମ୍ୟାପ୍ ଖୋଲିବା ମାତ୍ରେ ଆପଣ ଉପର ଡାହାଣ ପାର୍ଶ୍ୱରେ ଆପଣଙ୍କର ପ୍ରୋଫାଇଲ୍ ଫଟୋ ଦେଖିବେ । ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରିବା ପରେ, କିଛି ବିକଳ୍ପ ଆପଣଙ୍କ ସାମ୍ନାରେ ଖୋଲିବ ଯେପରିକି ଇନକୋନିଟୋ ମୋଡ୍, ଆପଣଙ୍କର ପ୍ରୋଫାଇଲ୍, ଆପଣଙ୍କର ଟାଇମଲାଇନ୍, ଲୋକେସନ ସେୟାରୀଂ, ଅଫଲାଇନ୍ ମ୍ୟାପ୍  ଇତ୍ୟାଦି ।

ଏବେ ଆପଣ ନିଜର  ଟାଇମଲାଇନ୍ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।  ଏହି ଅପ୍ସନ୍ ଉପରେ କ୍ଲିକ୍ କରିବା ମାତ୍ରେ  ଆପଣ  ଆଜି ଲେଖାଥିବାର ଦେଖିବେ । ଏହା ସହିତ, ଏକ ଛୋଟ ତୀର ବଟନ୍ ଦୃଶ୍ୟମାନ ହେବ, ଏହି ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ ।  ତୀର ବଟନ୍ ଉପରେ କ୍ଲିକ୍ କରିବା ମାତ୍ରେ କ୍ୟାଲେଣ୍ଡର ଆପଣଙ୍କ ସାମ୍ନାରେ ଖୋଲିବ । ବର୍ଷ, ମାସ ଏବଂ ସେହି ତାରିଖ ଚୟନ କରନ୍ତୁ   ଯେଉଁଦିନ  ଆପଣ କେଉଁଠାରେ ଥିଲେ ଜାଣିବାକୁ  ଚାହୁଁଛନ୍ତି ।  ଉଦାହରଣ ସ୍ୱରୂପ, ଯଦି ଆପଣ ଜାନୁୟାରୀ 1, 2023 କୁ ବାଛିଛନ୍ତି, ତେବେ ଗୁଗୁଲ୍ ମ୍ୟାପ୍ସ ଆପଣଙ୍କର ସମ୍ପୂର୍ଣ୍ଣ ଇତିହାସ ଖୋଲିଦେବ । ଆପଣ ସେହି ଦିନ କେବେ ଏବଂ କେଉଁଠାକୁ ଯାଇଥିଲେ ଏବଂ ଆପଣ କେଉଁ ସ୍ଥାନରେ କେତେ ଦିନ ରହିଥିଲେ,ତାହା ମ୍ୟାପ୍ ତୁରନ୍ତ କହିଦେବ ।

ଗୁଗୁଲ ମ୍ୟାପକୁ କିପରି ବନ୍ଦ କରିବେ?

ତେବେ ଯଦି ଆପଣ ମଧ୍ୟ ଚାହାଁନ୍ତି ଯେ ଗୁଗୁଲ ଆପଣ କେଉଁଠାକୁ ଯାଉଛନ୍ତି ତାହା ଜାଣିବା ଦରକାର ନାହିଁ ତେବେ ଏଥିପାଇଁ ଆପଣଙ୍କୁ କିଛି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ । ଲୋକେସନ୍  ଇତିହାସ ବନ୍ଦ କରିବାକୁ, ପ୍ରଥମେ ଗୁଗୁଲ୍ ମ୍ୟାପ୍ ଖୋଲନ୍ତୁ । ଗୁଗୁଲ୍ ମ୍ୟାପ୍ ଖୋଲିବା ପରେ, ଉପର ଡାହାଣ ପାର୍ଶ୍ୱରେ ଦୃଶ୍ୟମାନ ହେଉଥିବା ପ୍ରୋଫାଇଲ୍ ଛବି ଉପରେ କ୍ଲିକ୍ କରନ୍ତୁ ।  ପ୍ରୋଫାଇଲ୍ ଛବି ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ସେଟିଙ୍ଗ୍ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ । ସେଟିଙ୍ଗ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଟିକେ ତଳକୁ ସ୍କ୍ରୋଲ୍ କରିବାକୁ ପଡିବ । ସ୍କ୍ରୋଲ୍ କରିବା ସମୟରେ ଆପଣ ମ୍ୟାପ୍ ହିଷ୍ଟ୍ରି ବିକଳ୍ପ ଦେଖି ପାରିବେ ।

ଗୁଗୁଲ୍ ମ୍ୟାପ୍ ହିଷ୍ଟ୍ରି  ବିକଳ୍ପ ଉପରେ କ୍ଲିକ୍ କରିବା ମାତ୍ରେ ଆପଣ ହିଷ୍ଟ୍ରି,କଣ୍ଟ୍ରୋଲ ଓ ମୋର ଅପସନର ବିକଳ୍ପ ଦେଖିବେ  । ଆପଣଙ୍କୁ କଣ୍ଟ୍ରୋଲ୍ ଅପ୍ସନ୍ ଉପରେ ଟ୍ୟାପ୍ କରିବାକୁ ପଡିବ, ଏହି ଅପ୍ସନ୍ ଉପରେ ଟ୍ୟାପ୍ କରିବା ପରେ, ଆପଣ ୱେବ୍ ଏବଂ ଆପ୍ କାର୍ଯ୍ୟକଳାପ ବିକଳ୍ପରେ ଲିଖିତ ON ଦେଖିବେ ଏବଂ ଏହି ବିକଳ୍ପ ପାଖରେ ଟର୍ନ୍ ଅଫ୍ ଅପ୍ସନ୍ ମିଳିବ ।  ଟର୍ନ ଅଫ୍ ସିଲେକ୍ଟ କଲେ ଗୁଗଲ ଆଉ ଆପଣଙ୍କ ଟ୍ରାଭେଲ ରେକର୍ଡ ରଖିବ ନାହିଁ କିମ୍ବା ଆପଣ କେଉଁଠାକୁ ଯାଉଛନ୍ତି ତାହା ଜାଣି ପାରିବ ନାହିଁ ।

{}{}