Hindi News >>Home >>Zee Odisha

Ghaziabad name: ପୁଣି ଆଉ ଏକ ସହରର ନାମ ବଦଳାଇବାକୁ ଯାଉଛନ୍ତି ଯୋଗୀ ସରକାର

ନାମ ବଦଳାଇବା ବିଜେପି ପାଇଁ କିଛି ନୂଆ କଥା ନୁହେଁ। ନାମ ବଦଳ ବିଜେପି ଏଜେଣ୍ଡାର ଗୋଟିଏ ବଡ ଦୀଗ। ଆହ୍ଲାବାଦ ଭଳି ସହରର ନାମ ବଦଳାଇବା ପରେ ବିଜେପି ନାମ ତାଲିକାରେ ଆସିଛି ଆଉ ଗୋଟିଏ ସହର। ବିଜେପି ଗାଜିଆବାଦର ନାମ ବଦଳାଇବାକୁ ଚିନ୍ତା କରୁଛନ୍ତି।  ମହାନଗର ନିଗମର ବୋର୍ଡ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଏଥିପାଇଁ ଗଜନଗର, ହରନନ୍ଦୀନ

Advertisement
SOCIAL MEDIA
Stop
Zee Odisha Desk|Updated: Jan 10, 2024, 05:40 PM IST

Ghaziabad name:

ନାମ ବଦଳାଇବା ବିଜେପି ପାଇଁ କିଛି ନୂଆ କଥା ନୁହେଁ। ନାମ ବଦଳ ବିଜେପି ଏଜେଣ୍ଡାର ଗୋଟିଏ ବଡ ଦୀଗ। ଆହ୍ଲାବାଦ ଭଳି ସହରର ନାମ ବଦଳାଇବା ପରେ ବିଜେପି ନାମ ତାଲିକାରେ ଆସିଛି ଆଉ ଗୋଟିଏ ସହର। ବିଜେପି ଗାଜିଆବାଦର ନାମ ବଦଳାଇବାକୁ ଚିନ୍ତା କରୁଛନ୍ତି।  ମହାନଗର ନିଗମର ବୋର୍ଡ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଏଥିପାଇଁ ଗଜନଗର, ହରନନ୍ଦୀନଗର ଓ ଦୁଧେଶ୍ୱର ନଗର ନାମ କୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି ନିଷ୍ପତ୍ତି ଉତ୍ତରପ୍ରଦେଶ ସରକାର ନେବେ। କିନ୍ତୁ ଏହାକୁ ନେଇ ଗାଜିଆବାଦର ଇତିହାସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ବାହାନାରେ ସେମାନେ ଏବେ ଇତିହାସର ପୃଷ୍ଠା ଆଡେଇ  ଗାଜିଆବାଦକୁ ଅଧିକ ନିକଟରୁ ଜାଣିବାକୁ ଚେଷ୍ଟା କରୁଛନ୍ତି। ।

ମୋଗଲ ଶାସକଙ୍କ ପିକନିକ୍ ସ୍ପଟ୍

କୁହାଯାଏ ଯେ ଏକଦା  ମୋଗଲମାନ ରାଜ ପରିବାରର ସଦସ୍ୟ  ହିଣ୍ଡନ ନଦୀ  କୂଳ ଏବଂ ଆଖପାଖ ଅଞ୍ଚଳକୁ  ସମୟ ବିତାଇବାକୁ ଆସୁଥିଲେ । ଏହା ସେମାନଙ୍କ ପାଇଁ ଏକ ପିକ୍ନିକ୍ ସ୍ପଟ୍ ଭଳି ଥିଲା। ଧୀରେ ଧୀରେ ଏହାକୁ ଶୃଙ୍ଖଳିତ ରୂପ ଦିଆଗଲା ଏବଂ ଏହାକୁ ସହରରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ।

ମୋଗଲ ଯୁଗରେ ସ୍ଥାପିତ ହୋଇଥିଲା ଗାଜିଆବାଦ

୧୭୩୯ ମସିହାରେ ଇରାନର ସମ୍ରାଟ ନାଦିର ଶାହା ଭାରତ ଉପରେ ଆକ୍ରମଣ କରିଥିଲା।  ସେ ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦିଲ୍ଲୀକୁ ଲୁଟ୍ କରିଥିଲା। ଏହାର ବିନାଶର ପ୍ରଭାବ କେବଳ ଦିଲ୍ଲୀରେ ସୀମିତ ନଥିଲା। ଆଖପାଖ ରାଜ୍ୟ ଓ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦୃଶ୍ୟମାନ ହୋଇଥିଲା। ନାଦିର ଶାହାର ପ୍ରତ୍ୟାବର୍ତ୍ତନ ପରେ  ୧୭୪୦ ମସିହାରେ ଗାଜିଆବାଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଗାଜିଉଦ୍ଦିନ । ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କ ମନ୍ତ୍ରୀ  ଥିଲେ ଗାଜି । ତେବେ ସେତେବେଳେ ଏହାକୁ ଗାଜିଆବାଦ କୁହାଯାଉନଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଗାଜିଉଦ୍ଦିନ ନଗର କୁହାଯାଉଥିଲା। ଧୀରେ ଧୀରେ ଏହି ନାମ ଲୋକପ୍ରିୟ ହେବାରେ ଲାଗିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ନାମ ବଦଳିଯାଇଥିଲା।

ଇଂରେଜମାନେ କରିଥିଲେ ନାମ ପରିବର୍ତ୍ତନ

୧୮୬୪ ମସିହାରେ ରେଳ ଲାଇନ ବିଛାଇବା କାମ ଆରମ୍ଭ ହୋଇଥିଲା । ସେତେବେଳକୁ ଏହାର ନାମ ଗାଜିଉଦ୍ଦିନ ନଗର ଥିଲା, କିନ୍ତୁ ଏହି ନାମ ବ୍ରିଟିଶମାନଙ୍କ ପାଇଁ ବଡ଼ ବୋଲି ବିବେଚନା କରାଯାଉଥିଲା ଏବଂ ଏହାକୁ ସଂକ୍ଷିପ୍ତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗାଜିଉଦ୍ଦିନ ନଗରର ନାମ ଗାଜିଆବାଦ ରଖାଯାଇଥିଲା। ସେବେଠାରୁ ଏହା ଏହି ନାମରେ ପରିଚିତ ।

୧୪ ନଭେମ୍ବର ୧୯୭୬ ପର୍ଯ୍ୟନ୍ତ ଗାଜିଆବାଦ ମେରଠ ଜିଲ୍ଲାର ତହସିଲ ଥିଲା । ଏହାପରେ ଏହାକୁ ଜିଲ୍ଲା ଘୋଷଣା କରାଯାଇଥିଲା। ଉତ୍ତରପ୍ରଦେଶର ଜିଲ୍ଲାଗୁଡ଼ିକର ନାମ ପରିବର୍ତ୍ତନ ସମୟରେ ମୋଗଲ ଯୁଗର ନାମ ପରିବର୍ତ୍ତନ କରାଯାଇ ଏହାକୁ ସନାତନ ଧର୍ମ ସହ ଯୋଡ଼ିବା ପାଇଁ ଅନେକ ଦାବି ହୋଇଥିଲା।

ନୂଆ ନାଁ ଆସିଲା କେଉଁଠୁ?

ଗାଜିଆବାଦ ପାଇଁ ତିନିଟି ନାମ ହେଉଛି ଗଜନଗର, ହରନନ୍ଦୀନଗର ଏବଂ ଦୁଧେଶ୍ୱର ନଗର । ଆସନ୍ତୁ ପ୍ରଥମେ ଗଜନଗରର ନାମ କାହିଁକି ରଖିବାକୁ ଚିନ୍ତା କରାଯାଉଛି ତାହା ଜାଣିବା।  ଦିଲ୍ଲୀର ପ୍ରାଚୀନ ନାମ ଇନ୍ଦ୍ରପ୍ରସ୍ଥ ଥିଲା, ଯାହାକୁ ହସ୍ତିନାପୁରର ରାଜଧାନୀ କୁହାଯାଉଥିଲା । ଐତିହାସିକ ଦସ୍ତାବିଜ ଅନୁଯାୟୀ ହସ୍ତିନାପୁରର ଉତ୍ତର ଭାଗରେ ଘନ ଜଙ୍ଗଲ ଥିଲା। ଯାହାକୁ ଅନେକ ନାମ ଦିଆଯାଇଥିଲା । ସେହି ନାମରେ ହାତୀର ଉଲ୍ଲେଖ ରହିଛି। ଏଠାରୁ ଏହାର ନାମକରଣ ଗଜନଗର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ହରନନ୍ଦୀ ନଗର ନାମ ହିନ୍ଦୌନ ନଦୀରୁ ଆସିଛି ଯାହା ଶତାବ୍ଦୀ ଧରି ଏହାର ଏକ ଅଂଶ ଅଟେ। ଏବେ ଆସନ୍ତୁ ଜାଣିବା ଦୁଧେଶ୍ୱର ନଗର ନାମର କାରଣ। ଏହାର କାରଣ ଗାଜିଆବାଦର ସବୁଠାରୁ ପ୍ରସିଦ୍ଧ ଦୁଧେଶ୍ୱର ନାଥ ମନ୍ଦିର। ଏହା ପ୍ରଥମ ଥର ନୁହେଁ ଯେ ଏହି ନାମ ରଖିବାକୁ ଦାବି ହେଉଛି। ଦୁଧେଶ୍ୱରନାଥ ମନ୍ଦିର ନାମ ଅନୁସାରେ ଜିଲ୍ଲାର ନୂଆ ନାମ ରଖିବାକୁ ଦାବି ହେଉଛି। ସହରରେ ପୂର୍ବରୁ ମଧ୍ୟ ଅନେକ ଥର ଦୁଧେଶ୍ୱରନାଥଙ୍କ ନାମ ଅନୁସାରେ ଜିଲ୍ଲାର ନାମକରଣ ଦାବିରେ  ପୋଷ୍ଟର ଲଗାଯାଇଛି।

Read More
{}{}