Hindi News >>Home >>Ganjam

Ganjam News : ଓଡିଶା କୃଷକଙ୍କୁ ପାକିସ୍ତାନୀ ଆଲର୍ଟ ସତର୍କ ରହିବାକୁ ପରାମର୍ଶ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ପାଣିରେ ବୁଡି ରହିଛି ହଜାର ହଜାର ଏକର ଚାଷ ଜମି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ସମସ୍ତ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି । ଯାହା ଫଳରେ ଧାନ ଗଛରେ ହେବା ସମୟରେ ପାଣିରେ ବୁଡି ନଷ୍ଟ ହେବାର ସମ୍ଭାବନା ରହିଛି । 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 10, 2022, 06:52 PM IST

ଗଞ୍ଜାମ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ଗଞ୍ଜାମ ଖଲ୍ଲିକୋଟ ବ୍ଲକର କୋମଣ୍ଡ ଓ ବିଏନପୁର ପଞ୍ଚାୟତ । କାହିଁକିନା ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଏହି ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆଣିଦେଇଛି ଦାରୁଣ ଦୁଃଖ । ପାଣିରେ ବୁଡି ରହିଛି ହଜାର ହଜାର ଏକର ଚାଷ ଜମି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ସମସ୍ତ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି । ଯାହା ଫଳରେ ଧାନ ଗଛରେ ହେବା ସମୟରେ ପାଣିରେ ବୁଡି ନଷ୍ଟ ହେବାର ସମ୍ଭାବନା ରହିଛି । 

କୋମଣ୍ଡ ପଞ୍ଚାୟତର ବଡରାମପଲ୍ଲୀ ରାସ୍ତାରେ ଆଣ୍ଠୁଏ ଉଚ୍ଚ ର ପାଣି ଚାଲିଥିବାରୁ ବଡରାମପଲ୍ଲୀ ଠାରୁ ବିଏନପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ କୋମଣ୍ଡ ପଞ୍ଚାୟତ ଦେଇ ଯାଇଥିବା ଖରଖରି ନାଳରେ ପାଣି ଯାଇପାରୁନଥିବାରୁ ପ୍ରତି ବର୍ଷ ଏହି ଭଳି ଧାନ ଫସଲ ସମୟରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ତେବେ ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖାରଖରି ନାଳ ପୁନରୁଦ୍ଧାର ହୋଇ ପାରୁନଥିବାରୁ ପ୍ରତିବର୍ଷ ଏହି ଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଧାନଚାଷ କରିବା ପାଇଁ ପ୍ରତି ବର୍ଷ ଚାଷୀ ଧାର କରଜ କରି ଚାଷ କରୁଥିବା ବେଳେ ୧୦ ବର୍ଷ ହେଲା ଚାଷୀ ଧାନ ଅମଳ କରି ପାରୁନି । ତା ସହ ଚାଷୀକୁ ଗତ ବର୍ଷ ହୋଇଥିବା ଫସଲ ନଷ୍ଟର କ୍ଷତି ପୂରଣ ମିଳି ନଥିବା ବେଳେ ପୁଣି ଏହି ବର୍ଷ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି । 

ରାଜ୍ୟରେ ଆସନ୍ତାକାଲି ଠୁ ବର୍ଷାର ପରିମାଣ କମିବ । ଏବେବି ମୌସୁମୀ ସକ୍ରିୟ ରହିଛି। ଏହାକୁ ନେଇ ଆଜି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ଅଞ୍ଚଳରେ ବର୍ଷାର ହେବାର ସମ୍ଭାବନା ରହିଛି। ତେବେ ଚଳିତ ଅକ୍ଟୋବର ମାସରୁ ଏ ଯାବତ ୮୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କାରାଯାଇଛି। ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିନଥିବାରୁ ବର୍ଷା ଜାରିରହିଛି । ବାତ୍ୟା ପାଇଁ  କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଦ୍ୱୈତ-ସହର କଟକ ଏବଂ  ଭୁବନେଶ୍ୱରରେ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଏହାସହ ଅତ୍ୟଧିକ  ଜଳୀୟ ବାଷ୍ପପୂର୍ଣ ବାୟୁ ଓ ସକାଳର ଉତ୍ତାପ ଯୋଗୁଁ ରାଜ୍ୟରେ ବିଜୁଳି ଘଡି ଘଡି ସହ ବର୍ଷା ହେଉଛି। ଆସନ୍ତା ୧୪ ରୁ ୧୭ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହୁଛି। ବର୍ଷାର ପରିମାଣ କମିଲେ ଧୀରେ ଧୀରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। 

ନିକଟ ଅତୀତରେ ପାକିସ୍ତାନରେ ତାଣ୍ଡବ ମଚାଇଥିଲା ପ୍ରଳୟଙ୍କାରୀ ବନ୍ୟା।  ଯାହାର କରାଳ ରୂପ ଦେଖି ଚକିତ ହୋଇ ପଡଥିଲା ସମଗ୍ର ବିଶ୍ୱ।

Read More
{}{}