Hindi News >>Home >>Gajapati

କାଦୁଅ ମାଟିରେ ଆଧାର ପରିଚୟ ଖୋଜୁଛନ୍ତି ମୋହନାବାସୀ, ତଦନ୍ତ ଦାବି

କେତେକ ଆଧାର ଟୁକୁରା ଟୁକୁରା ହୋଇପଡିଛି ତ କିଛି ନଷ୍ଟ ହୋଇ ସାରିଛି । ଦୀର୍ଘ ବର୍ଷ ଧରି ଆଧାର କାର୍ଡ ପାଇଁ ଆବେଦନ କରିଥିବା ଗ୍ରାମବାସୀ ମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଅନଲାଇନ ରୁ ଆଧାର କାର୍ଡ ସଂଗ୍ରହ କରିଥିବା ବେଳେ ଏବେ ମଧ୍ୟ ଆଧାର କାର୍ଡ ପାଇବାରୁ ବଞ୍ଚିତ ରହିଛନ୍ତି ଅନେକ ଲୋକ। 

Advertisement
କାଦୁଅ ମାଟିରେ ଆଧାର ପରିଚୟ ଖୋଜୁଛନ୍ତି ମୋହନାବାସୀ, ତଦନ୍ତ ଦାବି
Stop
Zee Odisha Desk|Updated: Aug 11, 2022, 01:33 PM IST

ମୋହନା: ଜନସାଧାରଣଙ୍କ ଅତି ଆବଶ୍ୟକୀୟ ସୁବିଧା ପାଇଁ ସର୍ବସାଧାରଣଙ୍କୁ ଆଧାର କାର୍ଡ (Aadhar Card) ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର (Central Government) । ଏଥିପାଇଁ ପ୍ରସ୍ତୁତ ହେଉଥିବା ଆଧାର କାର୍ଡକୁ (Aadhar Card) ଲୋକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ଡାକ ବିଭାଗର (Postal Department) ସମ୍ପୂର୍ଣ୍ଣ ଦାୟିତ୍ୱ ରହିଛି । ହେଲେ କିଛି ବିଭାଗୀୟ ସବପୋଷ୍ଟମାଷ୍ଟର (Sub postmaster) ଙ୍କ ଦାୟିତ୍ୱ ହୀନତା ଓ ଖାମଖିଆଲି ନିତି ଯୋଗୁଁ ଏବେ ସାଧାରଣଲୋକ ପାଇବା ବଦଳରେ ମାଟି ତଳୁ ଉଦ୍ଧାର ହେଉଛି ହଜାର ହଜାର ଆଧାର କାର୍ଡ (Aadhar Card)। ଗଜପତି ଜିଲ୍ଲା (Gajapati) ମୋହନା (Mohana) ବ୍ଳକ ଜିରାଙ୍ଗ ପଞ୍ଚାୟତ ଡେରବା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାଦୁଅ ଭରା ମାଟି ତଳେ ପୋତି ହୋଇ ରହିଥିବା ହଜାର ହଜାର ଆଧାର କାର୍ଡ କୁ ଉଦ୍ଧାର କରୁଛନ୍ତି ଗ୍ରାମବାସୀ। 

ଖବର ପ୍ରକଟ ହେବା ପରେ ନିଜ ନିଜ ପରିଚୟ ପତ୍ର ପାଇବା ପାଇଁ ମାଟି କାଦୁଅରେ ଖୋଜା ପାଇଁ ଧରପଗଡ ଚାଲିଛି । ତେବେ କେତେକ ଆଧାର ଟୁକୁରା ଟୁକୁରା ହୋଇପଡିଛି ତ କିଛି ନଷ୍ଟ ହୋଇ ସାରିଛି । ଦୀର୍ଘ ବର୍ଷ ଧରି ଆଧାର କାର୍ଡ ପାଇଁ ଆବେଦନ କରିଥିବା ଗ୍ରାମବାସୀ ମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଅନଲାଇନ ରୁ ଆଧାର କାର୍ଡ ସଂଗ୍ରହ କରିଥିବା ବେଳେ ଏବେ ମଧ୍ୟ ଆଧାର କାର୍ଡ ପାଇବାରୁ ବଞ୍ଚିତ ରହିଛନ୍ତି ଅନେକ ଲୋକ। ସେପଟେ ଡେରବା ଗ୍ରାମ ରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା କୋଠ ଘର ନିକଟ ରୁ ଉଦ୍ଧାର ହୋଇଥିବା ହଜାର ହଜାର ଆଧାର କାର୍ଡ କୁ ନେଇ ଜିଲ୍ଲା ରେ ଆଲୋଡନ ସୃଷ୍ଟି କରିଛି  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ସରକାରଙ୍କ ସମସ୍ତ ସାମାଜିକ କଲ୍ୟାଣ ଯୋଜନାରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯିବା ସହ, ସରକାର ଵିଭିନ୍ନ ଯୋଜନା ପ୍ରଣୟନ କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଆଧାର କାର୍ଡ ନପାଇ ଏବେବି ସରକାରୀ ଯୋଜନା ରୁ ବାଦ ପଡିଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ । ଆଧାର କାର୍ଡ ନଥିବା ହେତୁ ବିଭିନ୍ନ ସମୟରେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । 

ତେବେ ପଞ୍ଜିକରଣ ପରେ ଆଧାର କାର୍ଡ ଡେରବା ପୋଷ୍ଟ ଅଫିସକୁ ଆସୁଥିଲେ ମଧ୍ୟ ଜାଣିଶୁଣି ସବ ପୋଷ୍ଟ ମାଷ୍ଟର ପର୍ଶୁଧର ରଣସିଂ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ସମୃକ୍ତ ସବ ପୋଷ୍ଟ ମାଷ୍ଟର କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଗୋଟିଏ ପଟେ ଆଧାର କାର୍ଡ ନପାଇ ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଅନ୍ୟପଟେ କାଦୁଅ ଭରା ମାଟି ତଳୁ ଉଦ୍ଧାର ହେଉଥିବା ହଜାର ହଜାର ଆଧାର କାର୍ଡକୁ ନେଇ ପ୍ରଶାସନ ଓ ସରକାର କିଭଳି ପଦକ୍ଷେପ ନେବେ ତାହାଉପରେ ସମସ୍ତ ଙ୍କ ନଜର ।

Read More
{}{}