Hindi News >>Home >>Zee Odisha

Vastu tips for Tulsi: ତୁଳସୀରେ ଚଢ଼ାନ୍ତୁ ଏହି ୫ଟି ଜିନିଷ, ମା ଲକ୍ଷ୍ମୀ ହେବେ ପ୍ରସନ୍ନ

  ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୋଲି ମନେ କରାଯାଏ । ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ବିଶ୍ବାସ ରହିଛି ଯେ ଯଦି ତୁଳସୀ ଗଛକୁ ପ୍ରତ୍ୟେକ ଦିନ ପୂଜା କରାଯାଏ ତାହେଲେ ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ଘରେ କେବେହେଲେ ଟଙ୍କାର ଅଭାବ ରୁହେ ନାହିଁ । ଜୀବନରେ ଆ

Advertisement
SOCIAL MEDIA
Stop
Zee Odisha Desk|Updated: Nov 03, 2023, 10:49 PM IST

Vastu tips for Tulsi: 

ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୋଲି ମନେ କରାଯାଏ । ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ବିଶ୍ବାସ ରହିଛି ଯେ ଯଦି ତୁଳସୀ ଗଛକୁ ପ୍ରତ୍ୟେକ ଦିନ ପୂଜା କରାଯାଏ ତାହେଲେ ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ଘରେ କେବେହେଲେ ଟଙ୍କାର ଅଭାବ ରୁହେ ନାହିଁ । ଜୀବନରେ ଆସିବାକୁ ଥିବା ସମସ୍ୟା ମଧ୍ୟ ଦୂର ହୋଇଯାଏ । ଘରେ ସବୁବେଳେ ଶାନ୍ତି ରୁହେ ଏବଂ କଷ୍ଟ ଦୂର ହୁଏ । କିନ୍ତୁ ଏସବୁ ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ବିଧିମୁତାବକ ଆପଣ ତୁଳସୀକୁ ପୂଜା କରିବେ । ଆଉ ଏସବୁ ନିୟମ ଗୁରୁବାର କିମ୍ବା ଶୁକ୍ରବାର ପାଳନ କରିବା ଦ୍ବାରା ଅଧିକ ପ୍ରଭାବ ପଡ଼ିଥାଏ । କିମ୍ବା ଆପଣ ଶୁଭ ଦିନ ମାନଙ୍କରେ ମଧ୍ୟ ଏସବୁ କରି ପାରିବେ । ଆସନ୍ତୁ ଜାଣିବା ଘରେ ଉନ୍ନତି ଆଣିବା ପାଇଁ ତୁଳସୀକୁ ପୂଜା କରିବାର ନିୟମ କଣ ।

ଘିଅ ଦୀପ ଜଳାନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଦିନ ସଂନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳେ ଘିଅ ଦୀପ ଜାଳନ୍ତୁ । ବିଶ୍ବାସ ରହିଛି ଯେ ଏଭଳି କରିବା ଦ୍ବାରା ମା ତୁଳସୀ ପ୍ରସନ୍ନ ହୁଅନ୍ତି । ଘରେ ମା ଲକ୍ଷ୍ମୀ ବାସ କରନ୍ତି ଓ ଧନପ୍ରାପ୍ତି ହେବାର ଆର୍ଶିବାଦ ଦିଅନ୍ତି । ଏହାସହ ଗ୍ରହ ଦୋଷ ମଧ୍ୟ ଦୂର ହୁଏ ।

ସୁହାଗ ପଦାର୍ଥ ଚଢ଼ାନ୍ତୁ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସରେ ଏକାଦଶୀ ମାନଙ୍କରେ ତୁଳସୀ ନିକଟରେ ସୁହାଗ ଜିନିଷ ଚଢ଼ାଇବା ଆବଶ୍ୟକ । ଯେମିତି ଚୁଡ଼ି, ବିନ୍ଦି, ଶାଢ଼ୀ, ଲାଲ ଚୁନରୀ । ଏଭଳି କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାସହ ମନଷ୍କାମନା ମଧ୍ୟ ପୂରଣ ହୋଇଥାଏ ।

ଆଖୁ ରସ ଚଢ଼ାଇବା ଶୁଭ

ବାସ୍ତୁଶାସ୍ତ୍ର ଅନୁଯାୟୀ ପ୍ରତି ପଞ୍ଚମୀ ତିଥିରେ ତୁଳସୀ ମୂଳେ ପାଣି ଢ଼ାଳିବା ସହ ଆଖୁ ରସ ମଧ୍ୟ ଢ଼ାଳିବା ଉଚିତ୍ । ବିଶ୍ବାସ ରହିଛି ଯେ ଏଭଳି କରିବା ଦ୍ବାରା ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିବା ସହ ଧନର ମଧ୍ୟ ବୃଦ୍ଧି ଘଟେ । ଏବଂ ପରିବାରରେ କଷ୍ଟରୁ ମୁକ୍ତି ମିଳିଥାଏ ।

ନିୟମିତ ଜଳ ଢ଼ାଳନ୍ତୁ

ଘରେ ସୁଖ ଶାନ୍ତି ଲାଗି ରହିବା ପାଇଁ ପ୍ରତ୍ୟେକ ଦିନ ତୁଳସୀ ମୂଳେ ପାଣି ଢ଼ାଳିବା ଉଚିତ୍ । ବିଧି ଅନୁସାରେ ତୁଳସୀ ପୂଜା କରିବା ସହ ପାଣି ଢ଼ାଳିବା ଉଚିତ୍ । ଏଭଳି କରିବା ଦ୍ବାରା ତୁଳସୀ ଗଛ ହରାଭରା ରୁହେ । ଯେଉଁଥିରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ପରିବାରରେ ଧନର ବର୍ଷା କରନ୍ତି ।

କଞ୍ଚା କ୍ଷୀର ଚଢ଼ାନ୍ତୁ

ତୁଳସୀ ଗଛ ମୂଳେ କଞ୍ଚା କ୍ଷୀର ଢ଼ାଳିବା ଅଧିକ ଶୁଭ ହୋଇଥାଏ । ଏବଂ କଞ୍ଚା କ୍ଷୀର ଗୁରୁବାର ଏବଂ ଶୁକ୍ରବାର ଢ଼ାଳିବା ଦରକାର । କିନ୍ତୁ ଏକାଦଶୀରେ କ୍ଷୀର ଢ଼ାଳିବା ଅଧିକ ଫଳପ୍ରଦ ହୋଇଥାଏ । ଜାତକରେ ଥିବା ଦୋଷ ମଧ୍ୟ ଦୂର ହେବ । ତୁଳସୀ ଗଛକୁ ସବୁବେଳେ ରକ୍ଷା ସୂତାରେ ବାନ୍ଧି ରଖିବା ଦରକାର ।

 

   

Read More
{}{}