Hindi News >>Home >>Zee Odisha

Relationship:ଏହି ୫ଟି କାରଣ କୁହେ ଆପଣ ଭଲ ସମ୍ପର୍କରେ ନାହାନ୍ତି

 ପ୍ରତ୍ୟେକ ସମ୍ପର୍କ ନିଜେ ମଧ୍ୟରେ ବହୁତ ସ୍ୱତନ୍ତ୍ର ହୋଇଥାଏ କିନ୍ତୁ ଏହା ସହିତ ପ୍ରତ୍ୟେକ ସମ୍ପର୍କରେ ନିଶ୍ଚିତ ଭାବରେ କିଛି ନା କିଛି ତ୍ରୁଟି ରହିଥାଏ । ଯେତେବେଳେ ଦୁଇ ଜଣ ଏକାଠି ରୁହନ୍ତି, ସେମାନଙ୍କ ମଧ୍ୟରେ ମନ ଫଟାପଟି ହେବା  ସାଧାରଣ କଥା । କିନ୍ତୁ ଅନେକ ସମୟରେ କିଛି ଯୋଡିଙ୍କ ମଧ୍ୟରେ ଅତ୍ୟଧିକ ଝଗଡ଼ା ହୁଏ। କୌଣସି ସମ୍ପର୍କରେ ଝଗଡ଼ା ହେବା ଏକ ସାଧାରଣ କଥା, କିନ୍ତୁ ଅନେକ ସମୟରେ ଲୋକମାନେ ବୁଝି ପାରନ୍ତି ନାହିଁ ଯେ ଏହା ଠିକ୍ ନା ଭୁଲ ।

Advertisement
SOCIAL MEDIA
Stop
Zee Odisha Desk|Updated: Mar 07, 2024, 03:54 PM IST

Relationship: ପ୍ରତ୍ୟେକ ସମ୍ପର୍କ ନିଜେ ମଧ୍ୟରେ ବହୁତ ସ୍ୱତନ୍ତ୍ର ହୋଇଥାଏ କିନ୍ତୁ ଏହା ସହିତ ପ୍ରତ୍ୟେକ ସମ୍ପର୍କରେ ନିଶ୍ଚିତ ଭାବରେ କିଛି ନା କିଛି ତ୍ରୁଟି ରହିଥାଏ । ଯେତେବେଳେ ଦୁଇ ଜଣ ଏକାଠି ରୁହନ୍ତି, ସେମାନଙ୍କ ମଧ୍ୟରେ ମନ ଫଟାପଟି ହେବା  ସାଧାରଣ କଥା । କିନ୍ତୁ ଅନେକ ସମୟରେ କିଛି ଯୋଡିଙ୍କ ମଧ୍ୟରେ ଅତ୍ୟଧିକ ଝଗଡ଼ା ହୁଏ। କୌଣସି ସମ୍ପର୍କରେ ଝଗଡ଼ା ହେବା ଏକ ସାଧାରଣ କଥା, କିନ୍ତୁ ଅନେକ ସମୟରେ ଲୋକମାନେ ବୁଝି ପାରନ୍ତି ନାହିଁ ଯେ ଏହା ଠିକ୍ ନା ଭୁଲ । ଯେମିତି କି ପ୍ରେମୀଯୁଗଳଙ୍କ ମଧ୍ୟରେ ଗୋଟିଏ ଆପ୍ତବାକ୍ୟ ବେସ ଲୋକପ୍ରୀୟ ଯେ,ଯେଉଁମାନେ ପ୍ରେମ କରନ୍ତି ସେମାନେ ଝଗଡା କରନ୍ତି। ଏହା କିଛି ମାତ୍ରାରେ ସତ କିନ୍ତୁ ଯଦି ଆପଣଙ୍କ ସାଥୀ ପ୍ରତିଦିନ ଆପଣଙ୍କ ସହ ଝଗଡ଼ା କରିବା ଆରମ୍ଭ କରନ୍ତି ତେବେ କ'ଣ ହେବ। ଏଭଳି ପରିସ୍ଥିତିରେ ଲୋକମାନେ ସେହି ସମ୍ପର୍କରୁ ବାହାରିବା ଭଲ ବୋଲି ଭାବନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବାବଦରେ କହିବାକୁ ଯାଉଛୁ ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କ ସମ୍ପର୍କ ଠିକ୍ ଅଛି କି ନାହିଁ ।

୧. ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ ଝଗଡ଼ା

ଭୁଲ କିମ୍ବା ଖରାପ ସମ୍ପର୍କର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହେଉଛି ଆପଣଙ୍କ ସାଥୀ ପ୍ରତ୍ୟେକ ଛୋଟ ଛୋଟ କଥାରେ ଆପଣଙ୍କ ସହିତ ଝଗଡ଼ା କରନ୍ତି । ଏହା ସହିତ ଯେତେବେଳେ ବି ଆପଣ କିଛି କହିବାକୁ ଚେଷ୍ଟା କରନ୍ତି, ସେମାନେ ଆପଣଙ୍କୁ ଯୁକ୍ତିତର୍କ କରୁଛନ୍ତି ବୋଲି କହି ଚୁପ୍ କରିଦିଅନ୍ତି । ଏହି ଅଭ୍ୟାସ ଯେ କୌଣସି ସମ୍ପର୍କକୁ ଖରାପ କରିପାରେ । ଯଦି ଆପଣଙ୍କ ପାର୍ଟନରଙ୍କର ଏଭଳି ଅଭ୍ୟାସ ରହିଛି ତେବେ ତୁରନ୍ତ ତାଙ୍କଠାରୁ ନିଜକୁ ଦୂରେଇ ରଖିବା ଠିକ୍ ।

୨. ଭାବପ୍ରବଣ ବ୍ଲାକମେଲ

କିଛି ଲୋକ ନିଜର ଭୁଲ ଲୁଚାଇବା ପାଇଁ ନିଜ ପାର୍ଟନରଙ୍କୁ ଭାବପ୍ରବଣ ଭାବେ ବ୍ଲାକମେଲ କରିଥାନ୍ତି । ଏଥିସହିତ କିଛି ଲୋକ ନିଜ କଥା ଅନ୍ୟ ଉପରେ ଲଦିବା ପାଇଁ ଏପରି ମଧ୍ୟ କରିଥାନ୍ତି, ଯାହା କୌଣସି ଭାବରେ ସଠିକ୍ ସମ୍ପର୍କର ସଙ୍କେତ ନୁହେଁ।

୩. ପାର୍ଟନର ବଦଳାଇବାକୁ ଚେଷ୍ଟା କରନ୍ତୁ

ପ୍ରାରମ୍ଭରେ ପ୍ରତ୍ୟେକ ସମ୍ପର୍କ ଏବଂ ବ୍ୟକ୍ତି ସୁନ୍ଦର ମନେ ହୁଏ କିନ୍ତୁ ସମୟ ସହିତ ବ୍ୟକ୍ତିର ବାସ୍ତବତା ଏବଂ ତାଙ୍କ ସହ ସୃଷ୍ଟି ହୋଇଥିବା ସମ୍ପର୍କ ସାମ୍ନାକୁ ଆସିବା ଆରମ୍ଭ କରେ। ବାସ୍ତବରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାର୍ଟନରଙ୍କୁ ନିଜ ଅନୁଯାୟୀ ଢାଳିବାକୁ ଚେଷ୍ଟା କରିଥାନ୍ତି, ଏହି ଅଭ୍ୟାସ ସମସ୍ତଙ୍କୁ ପସନ୍ଦ ଆସିନଥାଏ। ଆଉ କିଛି ଲୋକ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ନିଜ ଇଚ୍ଛା ସହିତ ମଧ୍ୟ ବୁଝାମଣା କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କର ଏଭଳି ଆଚରଣ ଥାଏ ସେ ଦୀର୍ଘ ସମୟ ଧରି ସମ୍ପର୍କକୁ ଭଲ ଭାବରେ ଚଳାଇବାରେ ସକ୍ଷମ ହୋଇନଥାଏ ।

୪. ଭାବନାତ୍ମକ ଭାବରେ ଭୟଭୀତ

କିଛି ଲୋକ ସବୁବେଳେ ନିଜ ସାଥୀକୁ ଭୟଭୀତ କରି ରଖନ୍ତି ଯେ ଏହା କରନାହିଁ,ଏଠାକୁ ଯାଆନ୍ତୁ ନାହିଁ,ଏମତି ଅନେକ କିଛି କହି।  ଯଦି ଆପଣଙ୍କ ପାର୍ଟନରଙ୍କ ଭିତରେ ମଧ୍ୟ ଏଭଳି ଅଭ୍ୟାସ ରହିଛି ତେବେ ଆପଣ ଏଭଳି ବ୍ୟକ୍ତିଙ୍କଠାରୁ ଯେତେ ଶୀଘ୍ର ନିଜକୁ ଦୂରେଇ ନେବେ, ତାହା ଆପଣଙ୍କ ପାଇଁ ସେତେ ଭଲ ହେବ ।

୫. ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ

ଯେକୌଣସି ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ଖୁସି। ଯଦି ଆପଣ କୌଣସି ସମ୍ପର୍କରେ ଖୁସି ନୁହଁନ୍ତି ତେବେ ଏଥିରେ ରହିବାର କୌଣସି ଅର୍ଥ ନାହିଁ । ବିଶେଷ କରି ଯଦି ଆପଣ ମାନସିକ ସ୍ତରରେ ମୁକ୍ତ ନୁହଁନ୍ତି, ସବୁବେଳେ ଚାପରେ ରହୁଛନ୍ତି ଏବଂ ନିଜ ଜୀବନକୁ ଖୋଲାଖୋଲି ଭାବେ ବିତାଇ ପାରୁନାହାଁନ୍ତି, ତେବେ ସମ୍ପର୍କରେ ରହିବା ଅପେକ୍ଷା ନିଜ ସହିତ ଖୁସି ରହିବା ଭଲ

Read More
{}{}