Hindi News >>Home >>Explainers

Sleeping Disorder: ଭାରତରେ ୧୦ କୋଟି ଲୋକଙ୍କ ଆଖିରେ ନିଦ ନାହିଁ,ଏହି ସବୁ ଲକ୍ଷଣ ଆପଣଙ୍କଠାରେ ଅଛି କି ?

SLEEPING DISORDER: ନିଦ୍ରାହିନତା ବା ସ୍ଲିପ୍ ଡିସଅର୍ଡର ଭାରତରେ ଏକ ଗମ୍ଭୀର ରୋଗର ରୂପ ନେଇଛି। ଏମ୍ସ ଦିଲ୍ଲୀ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଦେଶର ୧୦କୋଟି ଲୋକ ନିଦ୍ରାହିନତାର ଶିକାର। କମ ବୟସର ବ୍ୟକ୍ତି ମଧ୍ଯ ଏହାର ଶିକାର ହେବାରେ ଲାଗିଛନ୍ତି। ଡାକ୍ତରୀ ଭାଷାରେ ଏହା ଅବଷ୍ଚ୍ରକ୍ଟିଭ୍ ସ୍ଲିପ୍ ଏପନିଆ ରୋଗ ନାମରେ ପରିଚିତ। 

Advertisement
SOCIAL MEDIA
Stop
Zee Odisha Desk|Updated: Oct 11, 2023, 01:02 PM IST

SLEEPING DISORDER: ନୂଆଦିଲ୍ଲୀ: ନିଦ୍ରାହିନତା ବା ସ୍ଲିପ୍ ଡିସଅର୍ଡର ଭାରତରେ ଏକ ଗମ୍ଭୀର ରୋଗର ରୂପ ନେଇଛି । ଏମ୍ସ ଦିଲ୍ଲୀ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଦେଶର ୧୦କୋଟି ଲୋକ ନିଦ୍ରାହିନତାର ଶିକାର । କମ ବୟସର ବ୍ୟକ୍ତି ମଧ୍ଯ ଏହାର ଶିକାର ହେବାରେ ଲାଗିଛନ୍ତି । ଡାକ୍ତରୀ ଭାଷାରେ ଏହା ଅବଷ୍ଚ୍ରକ୍ଟିଭ୍ ସ୍ଲିପ୍ ଏପନିଆ ରୋଗ ନାମରେ ପରିଚିତ । ଏଥିରେ ନିଦରେ ଜଣେ ବ୍ୟକ୍ତି ଠିକରେ ନିଶ୍ୱାସ ନେଇନଥାନ୍ତି ଓ ଘୁଙ୍ଗୁଡି ମାରିଥାନ୍ତି । ଫଳରେ ଭଲ ନିଦ ହୋଇନଥାଏ । ଦେଶର ପ୍ରାୟ ୧୧ ପ୍ରତିଶତ ବୟସ୍କ ଜନସଂଖ୍ଯା ଏହି ରୋଗର ଶିକାର । ଗତ ଦୁଇ ଦଶକ ମଧ୍ଯରେ ଏମ୍ସ କରିଥିବା ୬ଟି ଅଧ୍ୟୟନରୁ ଏହି ତଥ୍ଯ ସାମ୍ନାକୁ ଆସିଛି । ଅଧ୍ଯୟନ ଅନୁସାରେ ଏହି ରୋଗ ବୟସ୍କ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଅଧିକ । ଯେଉଁଥିପାଇଁ ରାତିରେ ଭଲ ନିଦ ହୋଇନଥାଏ ଓ ପ୍ରଭାବ ଦିନର କାମ ଉପରେ ପଡ଼ିଥାଏ । ଓସିଏ କାରଣରୁ ମେଦବୃଦ୍ଧି,ମଧୁମେହ ଓ ହୃଦରୋଗ ଆଶଙ୍କା ବଢିଥାଏ । ଏହି ଅଧ୍ଯୟନ ରିପୋର୍ଟ ଜର୍ଣ୍ଣାଲ ଅଫ୍ ସ୍ଲିପ୍ ମେଡିସିନରେ ପ୍ରକାଶିତ ହୋଇଛି ।

ଅଧ୍ଯୟନରେ ସାମିଲ ଥିବା ଏମ୍ସର ପଲ୍ମୋନୋଲୋଜି ବିଭାଗର ପ୍ରଫେସର ଡାକ୍ତର ଅନନ୍ତ ମୋହନଙ୍କ ଅନୁସାରେ, ଭାରତରେ ପାଖାପାଖି ୧୦ କୋଟି ଲୋକ ନିଦ୍ରାହୀନତା ରୋଗର ଶିକାର । ଏଥିମଧ୍ଯରୁ ୫ କୋଟିଙ୍କଠାରେ ଅବଷ୍ଚ୍ରକ୍ଟିଭ୍ ସ୍ଲିପ୍ ଏପନିଆର ଗମ୍ଭୀର ଲକ୍ଷଣ ରହିଛି । ଏହି ରୋଗ କାରଣରୁ ପୁରୁଷ ଓ ମହିଳାଙ୍କ ମଧ୍ଯରେ ମେଦବହୁଳତ ବୃଦ୍ଧି ପାଉଛି ।

ଗମ୍ଭୀର ମାମଲାରେ ଓଏସଏ କାରଣରୁ ସ୍ଥିତି ବିଗିଡିବାର ଆଶଙ୍କା ରହିଛି । ଓଏସଏ କାରଣରୁ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଘୁଙ୍ଗୁଡି ଆସିବାର ସମସ୍ୟା ଦେଖାଦିଏ । ଯେଉଥିପାଇଁ ନିଦ ପୁରା ହୋଇନଥାଏ ।ଅନେକ ମାମଲାରେ ଏହି ରୋଗ ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଦିଏ । ଯେଉଁଥିପାଇଁ ହାର୍ଟଷ୍ଟ୍ରୋକ୍,ହାଇବିପି ଭଳି ରୋଗ ଓ ମେଟାବୋଲିକ୍ ରୋଗ ହେବାର ରିସ୍କ ବଢିଯାଏ । ତେଣୁ ଏହି ମାମଲାରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ।

କେଉଁ ମାନଙ୍କୁ ଅଧିକ ବିପଦ ?
ଡାକ୍ତର ମୋହନଙ୍କ ଅନୁସାରେ ବୟସ୍କ ବ୍ୟକ୍ତିଙ୍କ ଅବଷ୍ଚ୍ରକ୍ଟିଭ୍ ସ୍ଲିପ୍ ଏପନିଆ ରୋଗ କାରଣରୁ ଅଧିକ ବିପଦର ଆଶଙ୍କା ଥାଏ । ଭଲ ନିଦ ନହେବା ବା ପୁରା ନିଦ ନହେବା କାରଣରୁ ଶରିର ବାକି ଅଙ୍ଗ ମଧ୍ଯ ପ୍ରଭାବିତ ହୋଇଥାନ୍ତି । ବୟସ୍କଙ୍କ ବ୍ୟତିତ ମେଦବହୁଳତା ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ପ୍ରତି ମଧ୍ଯ ଏହି ରୋଗର ଅଧିକ ବିପଦ ରହିଛି ।

ଏହି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ
ରାତିରେ ଯଦି ଘୁଙ୍ଗୁଡି ମାରୁଛନ୍ତି,ନିଶ୍ୱାସ ନେବାରେ କଷ୍ଟ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହୁଏତ ଆପଣ ଅବଷ୍ଚ୍ରକ୍ଟିଭ୍ ସ୍ଲିପ୍ ଏପନିଆର ଶିକାର ହୋଇଥାଇ ପାରନ୍ତି । ଆରମ୍ଭରୁ ଚିକିତ୍ସା ଦ୍ୱାରା ବିପଦକୁ ଟଳାଯାଇପାରେ ।

Also Read: Gold Rate Today: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେଉଁ ସହରରେ କ’ଣ ରହିଛି ରେଟ୍

Also Read: International Girl Child Day 2023: ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’, ଜାଣନ୍ତୁ ସାକ୍ଷରତା ହାରରେ ପୁରୁଷଙ୍କଠାରୁ କେତେ ପଛରେ ମହିଳା

Also Read: World cup 2023: ନଜର ପକାନ୍ତୁ ଭାରତ ଓ ଆଫଗାନିସ୍ତାନ ହେଡ଼ ଟୁ ହେଡ଼ ରେକର୍ଡ ଉପରେ...

Read More
{}{}