Hindi News >>Home >>Explainers

8 RIchest cities of India:ଭାରତର ଏଭଳି ୮ ସ୍ଥାନ ଯେଉଁଠି ରୁହନ୍ତି ସବୁଠାରୁ ଅଧିକ ଧନି

  ଆପଣ ନିଶ୍ଚିତ ଭାବରେ ଦୁନିଆର ସବୁଠାରୁ ଧନୀ ଦେଶ କିମ୍ବା ସବୁଠାରୁ ଧନୀ ସହର ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କେବେ କେବେ ଧନୀ ଲୋକ ରହୁଥିବା ଭାରତର ଧନି ସହର ବିଷୟରେ ଶୁଣିଛନ୍ତି କି?

Advertisement
SOCIAL MEDIA
Stop
Zee Odisha Desk|Updated: Oct 25, 2023, 03:20 PM IST

8 RIchest cities of India: 

ଆପଣ ନିଶ୍ଚିତ ଭାବରେ ଦୁନିଆର ସବୁଠାରୁ ଧନୀ ଦେଶ କିମ୍ବା ସବୁଠାରୁ ଧନୀ ସହର ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କେବେ କେବେ ଧନୀ ଲୋକ ରହୁଥିବା ଭାରତର ଧନି ସହର ବିଷୟରେ ଶୁଣିଛନ୍ତି କି? ଆଜ୍ଞା ହଁ, ଦେଶରେ ଏଭଳି ଅନେକ ସହର ଅଛି ଯାହା ତାହାର ଧନୀ ବାସିନ୍ଦାଙ୍କ ପାଇଁ ବେସ ଜଣାଶୁଣା । ଆସନ୍ତୁ ଜାଣିବା ଦେଶର ଏଭଳି ୮ ସ୍ଥାନ ବାବଦରେ ଯେଉଁଛି ରୁହନ୍ତି ଦେଶର ସବୁଠାରୁ ବଡ଼ ଧନି

ମୁମ୍ବାଇ

ମୁମ୍ବାଇ 328 ଧନୀ-ତାଲିକାଭୁକ୍ତ ସଂସ୍ଥା ସହିତ ତାଲିକାର ଶୀର୍ଷରେ ଅଛି । ଏହି ତାଲିକାରେ ନିସନ୍ଦେହରେ  ମୁକେଶ ଅମ୍ବାନୀ ଏବଂ ପରିବାର ମଧ୍ୟ ଅନ୍ତର୍ଭୁକ୍ତ ।୨୦୧୯ରୁ ୪୫ ଟି ବ୍ୟବସାୟିକ ଅନୁଷ୍ଠାନର ବୃଦ୍ଧି ସହରର ସମୃଦ୍ଧ ସମ୍ପତ୍ତିକୁ ମଧ୍ୟ ପ୍ରତିଫଳିତ କରେ ।

ନୂଆଦିଲ୍ଲୀ

୧୯୯ ଟି  ବ୍ୟବସାୟୀକ ଅନୁଷ୍ଠାନ ସହିତ ନୂଆଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି । ଦିଲ୍ଲୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶିବ ନାଦର ଏବଂ ତାଙ୍କ ପରିବାର ଶୀର୍ଷରେ ଅଛନ୍ତି। ଏହି ସହର ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରତିପତିକୁ ଦର୍ଶାଉଛି ।

ବେଙ୍ଗାଲୁରୁ

୧୦୦ ବ୍ୟବସାୟୀକ ଅନୁଷ୍ଠାନ,ଯେଉଁଥିରେ ଷ୍ଟାର୍ଟଅପଠାରୁ ଆଇଟି କମ୍ପାନୀ ସାମିଲ ଅଛନ୍ତି ସେମାନଙ୍କ ବଢୁଥିବା ସମ୍ପତିକୁ ନେଇ ତାଲିକାରେ ବେଙ୍ଗାଲୁରୁ ତୃତୀୟ ସ୍ଥାନରେ ଅଛି ।

ହାଇଦ୍ରାବାଦ

ତାଲିକାରେ ଚତୁର୍ଥ ସ୍ଥାନରେ ଅଛି ହାଇଦ୍ରାବାଦ । ୯୦ ଦଶକର ଅନ୍ତିମ ଭାଗରେ ଏହା ସାଇବରାବାଦ ନାମରେ ପରିଚିତ ଥିଲା । ଆଇଟି କମ୍ପାନୀଙ୍କ ଅଭିବୃଦ୍ଧି ସହିତ ଏହି ସହରର ମଧ୍ଯ ଉନ୍ନତି ହୋଇଛି । ୮୭ଟି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ କମ୍ପାନୀଙ୍କୁ ନେଇ ଏହି ସହର ଧନି ସହର ତାରିକାରେ ଚତୁର୍ଥ ସ୍ଥାନରେ ରହିଛି ।

ଚେନ୍ନାଇ

67 ଟି ସଂସ୍ଥା ସହିତ ଚେନ୍ନାଇ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି  । ୨୦୧୯ରୁ ଏଥିରେ ନୂଆ ୧୬ଟି  ସଂସ୍ଥା  ଯୋଡି଼ ହୋଇଛନ୍ତି ।  ଚେନ୍ନାଇର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରାଧା ଭେମ୍ବୁ ଉଭା ହୋଇଛନ୍ତି। ସହରର ଆର୍ଥିକ ପ୍ରଗତି ଧୀରେ ଧୀରେ ବୃଦ୍ଧି ପାଉଛି  ।

ଅହମ୍ମଦାବାଦ

ଅହମ୍ମଦାବାଦ ୫୫ ଟି ସଂସ୍ଥା ସହିତ ଷଷ୍ଠ ସ୍ଥାନରେ ରହିଛି, ୨୦୧୯ରୁ ଯେଉଁଥିରେ ଆହୁରି ୧୦ ସଂସ୍ଥା ଯୋଡ଼ି ହୋଇଛନ୍ତି । ଏହି ସହର ହେଉଛି ଗୌତମା ଆଦାନୀଙ୍କ ଘର । ଆଦାନୀ ପରିବାର ଏହି ସହରରେ ରୁହନ୍ତି । ଏହି ସହରରୁ ଆଦାନୀ ସାମ୍ରାଜ୍ୟ ପରିଚାଳିତ ହୋଇଥାଏ ।

କୋଲକତା

କୋଲକତା ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି । କୋଲକତା ଧିରେ ଧିରେ ତା’ର ହଜିଲା ବ୍ୟବସାୟୀକ ଗୌରବ ଫେରି ପାଉଛି କହିଲେ ଭୁଲ ହେବନାହିଁ । ୨୦୧୯ରୁ ୧୪ଟି ନୂଆ ବ୍ୟବସାୟୀକ ସଂଗଠନ ଯୋଡି ହୋଇ ମୋଟ ୫୧ ଟି ସଂସ୍ଥା ସହିତ କୋଲକାତା ସପ୍ତମ ସ୍ଥାନ ହାସଲ କରିଛି । ବେନୁ ଗୋପାଳ ବଙ୍ଗୁର ଏବଂ ପରିବାର କୋଲକାତାରେ ଧନୀକ ତାଲିକାରେ ଟପ୍ ରେ ଅଛନ୍ତି ।

ଗୁରୁଗ୍ରାମ

ଗୁରୁଗ୍ରାମ ତାଲିକାରେ ଅଷ୍ଠମ ସ୍ଥାନରେ ରହିଛି । ଗୁରୁଗ୍ରାମ ରାଜଧାନୀ ଦିଲ୍ଲୀ ନିକଟରେ ଥାଇ ଧିରେ ଧିରେ ଟେକ୍ନୋହବ୍ ଭାବେ ଉଭା  ହେବାରେ ଲାଗିଛି । ରିୟଲ ଇଷ୍ଟେଟ୍ ଓ ଆଇଟି ଉଦ୍ୟୋଗର ବିକାଶ ସହିତ ଏହା ଧନୀକଙ୍କ ସହରରେ ପରିଣତ ହେବାରେ ଲାଗିଛି ।

 

 

Read More
{}{}