Hindi News >>Home >>Odisha Entertainment

World Cup 2023 Final: ଟିମ୍ ଇଣ୍ତିଆକୁ ଚିୟର ଅପ୍ କରବା ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ଏହି ସବୁ ସେଲିବ୍ରେଟି

World Cup 2023 Final: ଆଜି ବିଶ୍ବକପ୍ ଫାଇନାଲ୍ ଫାଇଟ୍ (World Cup 2023 Final) । ଏନେଇ ଆରମ୍ଭ ହୋଇ ଯାଇଛି କାଉନ ଡାଉନ୍।  ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium in Ahmedabad)  ମୁହାଁମୁହିଁ ହେବେ ଭାରତ -ଅଷ୍ଟ୍ରେଲିଆ (India vs Australia)। ଏନେଇ ଷ୍ଟାଡିୟମରେ ଜମିଲାଣୀ କ୍ରିକେଟ୍ ପ୍ରେମୀଙ୍କ ଭିଡ଼। ଆଉ ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ଼ର ବଡ଼ ବଡ଼ ସେଲିବ୍ରେଟି। 

Advertisement
World Cup 2023 Final: ଟିମ୍ ଇଣ୍ତିଆକୁ ଚିୟର ଅପ୍ କରବା ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ଏହି ସବୁ ସେଲିବ୍ରେଟି
Stop
Zee Odisha Desk|Updated: Nov 19, 2023, 12:23 PM IST

World Cup 2023 Final: ଆଜି ବିଶ୍ବକପ୍ ଫାଇନାଲ୍ ଫାଇଟ୍ (World Cup 2023 Final) । ଏନେଇ ଆରମ୍ଭ ହୋଇ ଯାଇଛି କାଉନ ଡାଉନ୍।  ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium in Ahmedabad)  ମୁହାଁମୁହିଁ ହେବେ ଭାରତ -ଅଷ୍ଟ୍ରେଲିଆ (India vs Australia)। ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଖେଳାଯିବ। ଏନେଇ ଷ୍ଟାଡିୟମରେ ଜମିଲାଣୀ କ୍ରିକେଟ୍ ପ୍ରେମୀଙ୍କ ଭିଡ଼। ଆଉ ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ଼ର ବଡ଼ ବଡ଼ ସେଲିବ୍ରେଟି। 

 

 

 

 

 

ଟିମ୍ ଇଣ୍ତିଆକୁ ଶୁଭେଚ୍ଛା ଜଣାଇବା ସହ ଚିଅର ଅପ୍ କରିବା ପାଇଁ ଏବେବୁ ଷ୍ଟାଡିୟମରେ ସେଲିବ୍ରେଟିଙ୍କ ଭିଡ଼ ଦେଖିବାକୁ ମିଳିଲାଣୀ। ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚି ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି ସୋନୁସୁଦ। ସେ କହିଛନ୍ତି ଯେ, 'ମୁଁ ଟିମ୍ ଇଣ୍ଡିଆର ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି। ଟିମ୍ ଇଣ୍ତିଆରେ ବହୁତ୍ ମହାନ ଖେଳାଳି ଅଛନ୍ତି, ତେଣୁ ବିଜୟ ନିଶ୍ଚିତ ଅଟେ ।  ଟିମ୍ ଇଣ୍ଡିଆର ବିଜୟ ପାଇଁ ପୁରା ଦେଶ ପ୍ରାର୍ଥନା କରୁଛି ଏବଂ ଯେତେବେଳେ କେହି ହୃଦୟରୁ ପ୍ରାର୍ଥନା କରନ୍ତି, ତାଙ୍କର ପ୍ରାର୍ଥନା ନିଶ୍ଚିତ ଭାବରେ ପୂରଣ ହୁଏ ବୋଲି କହିଛନ୍ତି ସୋନୁ ସୁଦ।'

ସେପଟେ, ମ୍ୟାଚ୍ ଦେଖିବା ପାଇଁ  ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ । ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି  ଯେ, ସେ କହିଛନ୍ତି ମୁଁ ବହୁତ ଉତ୍ସାହିତ ଏବଂ ମୁଁ ଜାଣେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଟ୍ରଫି ଆଣିବ । ସେପଟେ, ଅଭିନେତ୍ରୀ ରବନା ଟଣ୍ତନ ଟିମ୍ ଇଣ୍ଡିଆକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କହିଛନ୍ତି, ଟିମ୍ ଇଣ୍ତିଆକୁ ଶୁଭେଚ୍ଛା, ଆମ ସମସ୍ତଙ୍କର ଆଶା ଟିମ୍ ଇଣ୍ତିଆ ନିଶ୍ଚିତ ଭାବେ ଟ୍ରଫି ହାତେଇବ। ଏବଂ ଦେଶ ପାଇଁ ଗୌରବ ଆଣିବ।

 

Read More
{}{}