Hindi News >>Home >>Odisha Entertainment

Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ

Jaya Bachchan: କେବଳ ଜୟା ବଚ୍ଚନଙ୍କୁ ଛାଡିଦେଲେ ବଚ୍ଚନ ପରିବାରର ପ୍ରାୟ ସମସ୍ତ ସଦସ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ଥାଆନ୍ତି । ଜୟା ବଚ୍ଚନ ସୋସିଆଲ ମିଡିଆ ଜଗତରୁ କାହିକି ନିଜକୁ ଦୂରରେ ରଖିଛନ୍ତି ? ନାଭ୍ୟା ନନ୍ଦ ପୋଡକାଷ୍ଟ୍ ଶୋ ( Navya nanda podcast show)ରେ ଜୟା ବଚ୍ଚନ ଏହା ବିଷୟରେ କହିଥିଲେ ।

Advertisement
Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ
Stop
Soubhagya Ranjan Mishra|Updated: Mar 07, 2024, 02:56 PM IST

Jaya Bachchan: ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ଅଛନ୍ତି । ଅନେକ ସମୟରେ ଜୟା ବଚ୍ଚନଙ୍କୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥାଏ । ସୋସିଆଲ ମିଡିଆରେ ଜୟାଙ୍କର ବିଭିନ୍ନ ଭିଡିଓ, ଫଟୋ ଏବଂ ମେମ୍ ସବୁ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜୟା ବଚ୍ଚନ ନିଜେ ସୋସିଆଲ୍ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି ।

ନାଭ୍ୟା ନନ୍ଦ ପୋଡକାଷ୍ଟ୍ ଶୋ ସିଜନ ୨ର ଶେଷ ଏପିସୋଡରେ ଜୟା ବଚ୍ଚନ ନିଜ ସୋସିଆଲ ମିଡିଆ ବ୍ୟବହାର ବିଷୟରେ କହିଥିଲେ । ଜୟାଙ୍କ କହିବାନୁଯାୟୀ, 'ଦୁନିଆ ଆମ ବିଷୟରେ ବହୁତ କିଛି ଜାଣିଛି। ଆମକୁ ଇନଷ୍ଟାଗ୍ରାମରେ ନିଜ ବିଷୟରେ କୌଣସି ଜିନିଷ ସେୟାର କରିବାର ଆବଶ୍ୟକତା ନାହିଁ ।
ଏହା ବ୍ୟତୀତ ସେ କହିଥିଲେ ଯେ. ତାଙ୍କ ସମୟରେ ଲୋକମାନେ କିପରି ଦୂରରୁ କଥା ହେଉଥିଲେ । ଜୟା ବଚ୍ଚନ କହିଛନ୍ତି, 'ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଆମକୁ କଲ୍ ବୁକ୍ କରିବାକୁ ପଡୁଥିଲା । ସେତେବେଳେ ଦୁଇ ପ୍ରକାରର କଲ୍ ଥିଲା । ଗୋଟିଏ ହେଉଛି ସାଧାରଣ କଲ୍ ଏବଂ ଅନ୍ୟଟି ଜରୁରୀକାଳୀନ କଲ୍ । ଯଦି ଆପଣ ନିଜ ପ୍ରେମିକ ସହିତ କଥା ହେବାକୁ ଚାହୁଁଥିଲେ ତେବେ ଜରୁରୀକାଳୀନ କଲ୍ କରିବାକୁ ପଡୁଥିଲା ।

Post- 

 
 
 
 

 
 
 
 
 
 
 
 
 
 
 

A post shared by What The Hell Navya (@wthn_official)

ଏହି ଆଲୋଚନା ସମୟରେ ଜୟା ବଚ୍ଚନଙ୍କ ଝିଅ ଏବଂ ଶ୍ୱେତା ବଚ୍ଚନ ମଧ୍ୟ ଇଣ୍ଟରନେଟ ବିଷୟରେ କଥା ହୋଇଥିଲେ। ସେ କହିଥିଲେ, 'ମୁଁ ଭାବୁଥିଲି ଯଦି ଆମ ସମୟରେ ଇଣ୍ଟରନେଟ୍ ର ସୁବିଧା ଥାଆନ୍ତା। ତେବେ ହୋମୱାର୍କ ଏବଂ ଅନ୍ୟାନ୍ୟ ଜିନିଷ ଆମ ପାଇଁ ଖୁବ୍ ସହଜ ହୋଇଥାନ୍ତା । ଶ୍ୱେତା ଏହା ମଧ୍ୟ କହିଛନ୍ତି ଯେ, ଆଜିର ପିଢୀ ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ କରନ୍ତି ଯେଉଁ ପ୍ରଶ୍ନ ଉଠାଇବା ସେମାନଙ୍କର ଅଧିକାର ବୋଲି ମନେହୁଏ। 

ଟ୍ରୋଲ ବିଷୟରେ ପ୍ରତିକ୍ରିୟା ଦେଇ ଜୟା ବଚ୍ଚନ କହିଥିଲେ ଯେ, 'ଯଦି ଆପଣ ଅନ୍ୟ ଉପରେ କିଛି ମନ୍ତବ୍ୟ ଦେବାକୁ ଚାହାଁନ୍ତି, ତେବେ କିଛି ସକାରାତ୍ମକ କଥା ଲେଖନ୍ତୁ। କିନ୍ତୁ ନା, କିଛି ଲୋକମାନେ ଅପମାନିତ କରନ୍ତି ।

Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ

Also Read- Mithun Chakraborty: ବ୍ରେନ୍ ଷ୍ଟ୍ରୋକରୁ ସୁସ୍ଥ ହେବା ପରେ ପୁଅ ବୋହୂଙ୍କ ସହ ବୁଲିଲେ ମିଥୁନ

{}{}