Hindi News >>Home >>Odisha Entertainment

FIFA World Cup: ଆୱାର୍ଡ ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ Deepika Padukone, ଜାଣନ୍ତୁ ବଡ଼ କାରଣ

Deepika padukone fifa world cup: ଗୋଟେ ପଟେ ଦୀପିକାଙ୍କୁ ତାରିଫ୍ ଅନ୍ୟପଟେ  ଆମ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । ଗୋଟେପଟେ ଦୀପିକାଙ୍କୁ ତାଙ୍କ ଫ୍ୟାନ୍ସ ପ୍ରଂଶସା କରୁଥିବା ବେଳେ ଏକଥା ବି ମନରେ ଉଙ୍କି ମାରୁଥିବ ଯେ, ଦୀପିକା ପାଦୁକୋନ କଣ ପାଇଁ। ଏହାର ମାନେ ଅଭିନେତ୍ରୀ ଦୀପିକା ପାଦୁକୋନ ହିଁ କାହିଁକି FIFA WC 2022 ରେ ଚୟନ ହେଲେ। 

Advertisement
FIFA World Cup: ଆୱାର୍ଡ ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ Deepika Padukone, ଜାଣନ୍ତୁ ବଡ଼ କାରଣ
Stop
Rasmita Sahoo|Updated: Dec 19, 2022, 04:28 PM IST

FIFA World Cup: ଗତ କିଛିଦିନ ହେଲା ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ବଲିଉଡ ଫିଲ୍ମ ପଠାନକୁ ନେଇ ଦୀପିକା ଓ ସାହାରୁଖ ଖାନଙ୍କୁ ଅନେକ ଟୋଲର ଶିକାର ହେବାକୁ ପଡ଼ିଛି। ହେଲେ ଏସବୁ ବିବାଦକୁ ଏଡାଇ ବଲିଉଡ ଅଭିନେତ୍ରୀ ଦୀପିକା ସିଧାସଳଖ ଯାଇ କତାରରେ ପହଞ୍ଚିଛନ୍ତି।  ଆଉ ଏଠାରେ ପହଞ୍ଚୁ ପହଞ୍ଚୁ ଦୀପିକା ଏକ ନୂଆ ରେକର୍ଡ ବନାଇଛନ୍ତି । ଗତକାଲି ଅର୍ଥାତ୍ ୧୮ ଡିସେମ୍ବର ରେ ଫିଫା ୱାର୍ଲଡ କପ୍ ପାଇଁ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଏହାପୂର୍ବରୁ ଟ୍ରଫି ଧରି ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ତେବେ ଏପରି ବିଶ୍ୱକପ୍ ଟ୍ରଫି ସହିତ ଆସିବା ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ। ଇତିହାସରେ ପ୍ରଥମ ଥର ଦୀପିକା ପ୍ରଥମ ଥର ଭାରତୀୟ ଭାବେ ଏହି ଟ୍ରଫିର ଉନ୍ମୋଚନ କରିଛନ୍ତି। 

ସେହିପରି ଆମ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । ଗୋଟେପଟେ ଦୀପିକାଙ୍କୁ ତାଙ୍କ ଫ୍ୟାନ୍ସ ପ୍ରଂଶସା କରୁଥିବା ବେଳେ ଏକଥା ବି ମନରେ ଉଙ୍କି ମାରୁଥିବ ଯେ, ଦୀପିକା ପାଦୁକୋନ କଣ ପାଇଁ। ଏହାର ମାନେ ଅଭିନେତ୍ରୀ ଦୀପିକା ପାଦୁକୋନ ହିଁ କାହିଁକି FIFA WC 2022 ରେ ଚୟନ ହେଲେ। 

Also Read: FIFA World Cup 2022: ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

ଜାଣନ୍ତୁ ବଡ଼ କାରଣ
ଯଦି ଆପଣ ମଧ୍ୟ ଏହାର ଉତ୍ତର ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପଠାନ ଅଭିନେତ୍ରୀ ହେଉଛନ୍ତି ଲଗଜରୀ କ୍ଲଦିଙ୍ଗ ଏବଂ ଏକ୍ସସେରିଜ୍ ବ୍ରାଣ୍ଡ (Louis Vuitton) ର ଗ୍ଲୋବାଲ ଆମ୍ବାସଡର। ଏଥି ସହିତ, ଲୁଇ ଭ୍ୟୁଟନ୍ ୨୦୧୦ ଠାରୁ ଫିଫା ବିଶ୍ୱକପ୍ ର ଅଂଶୀଦାର ରହିଆସିଛନ୍ତି । ଗତ ଦଶ ଦଶନ୍ଧି ଧରି ଫୁଟବଲ ବିଶ୍ୱକପ୍‌ର ସମର୍ଥନ ହେତୁ ଏହାର ବିଶ୍ୱସ୍ତରୀୟ ରାଷ୍ଟ୍ରଦୂତ ଦୀପିକା ପାଦୁକୋନ ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ଫାଇନାଲ ପୂର୍ବରୁ ଟ୍ରଫି ଉନ୍ମୋଚନ କରିବାକୁ ମନୋନୀତ ହୋଇଥିଲେ। 

Also Read: Shah Rukh Khan: ଦୀର୍ଘ ଦିନ ପରେ 'ପଠାନ' କରିବା ଗୁମର କହିଲେ କିଙ୍ଗ ଖାନ, ଜାଣିଲେ ଆପଣ ବି ପ୍ରଶଂସା କରି ରହିପାରିବେନି

ଦୀପିକା ବିଶ୍ୱକପ୍ ଧରି ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ଏହାସହ ଏକ ଚକୋଲେଟ କଲର ୱାନ ଥାର୍ଡ ଆଉଟଫିଟରେ ସେ ନଜର ଆସିଥିଲେ। ଗୋଟିଏ ପଟେ ଯେଉଁଠାରେ ଅଭିନେତ୍ରୀ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରଶଂସା ପାଉଛନ୍ତି, ଅନ୍ୟପଟେ ତାଙ୍କର  ଆଗାମୀ ଫିଲ୍ ପଠାନ ପାଇଁ ଟ୍ରୋଲ କରାଯାଉଛି। ଦୀପିକା ପାଦୁକୋନ ସାହାରୁଖ ଖାନଙ୍କ (Shah Rukh Khan) ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଗୀତ 'ବେସରମ ରଙ୍ଗ'ରେ ଅଭିନେତ୍ରୀଙ୍କ ସାଫ୍ରନ୍ ରଙ୍ଗର ବିକିନି (Deepika Padukone Bikini Controversy) କୁ ବିବାଦ ଦେଖାଦେଇଛି। ତେବେ ଏ ପର୍ଯ୍ୟନ୍ତ ନା ଫିଲ୍ମର ଟିମଙ୍କ ତରଫରୁ ନା ଦୀପିକାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିଛି।

Read More
{}{}