Hindi News >>Home >>Odisha Entertainment

The Kashmir Files: ପୁଣି ଥରେ ପରଦାକୁ ଆସିବ 'ଦ କାଶ୍ମୀର ଫାଇଲ୍ସ', ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ

The Kashmir Files: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶତ ସୁପରହିଟ୍ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' (The Kashmir Files) ପୁଣି ଥରେ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୨ ବର୍ଷର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର,ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ,' ଦ କାଶ୍ମୀର ଫାଇଲ'ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ସହିତ ନିର୍ଦ୍ଦେଶକ ଫିଲ୍ମଟିକୁ ପୁଣି ଥରେ କାହିଁକି ରିଲିଜ କରିବାକୁ ଯାଉଛନ୍ତି ତାହାର କାରଣ ମଧ୍ୟ କହିଛନ୍ତି ।

Advertisement
The Kashmir Files: ପୁଣି ଥରେ ପରଦାକୁ ଆସିବ 'ଦ କାଶ୍ମୀର ଫାଇଲ୍ସ', ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ
Stop
Zee Odisha Desk|Updated: Jan 18, 2023, 04:21 PM IST

The Kashmir Files: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶତ ସୁପରହିଟ୍ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' (The Kashmir Files) ପୁଣି ଥରେ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୨ ବର୍ଷର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର,ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ,' ଦ କାଶ୍ମୀର ଫାଇଲ'ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ସହିତ ନିର୍ଦ୍ଦେଶକ ଫିଲ୍ମଟିକୁ ପୁଣି ଥରେ କାହିଁକି ରିଲିଜ କରିବାକୁ ଯାଉଛନ୍ତି ତାହାର କାରଣ ମଧ୍ୟ କହିଛନ୍ତି । 

'ଦ କାଶ୍ମୀର ଫାଇଲ୍ସ' ପୁଣି ଥରେ ରିଲିଜ୍ ହେବ:
ବିବେକ ଅଗ୍ନିହୋତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ 'ଦ କାଶ୍ମୀର ଫାଇଲ୍ସ'ର ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହି ପୋଷ୍ଟକୁ ସେୟାର କରିବାବେଳେ ନିର୍ଦ୍ଦେଶକ କ୍ୟାପସନରେ ଲେଖିଛନ୍ତି,'ଦ କାଶ୍ମୀର ଫାଇଲ୍ସ' ଜାନୁଆରୀ ୧୯,୨୦୨୩ ରେ ପ୍ରେକ୍ଷାଳୟରେ ପୁଣି ଥରେ ରିଲିଜ ହେବାକୁ ଯାଉଛି । ଏହା ପ୍ରଥମ ଫିଲ୍ମ ଯାହା ଗୋଟିଏ ବର୍ଷ ମଧ୍ୟରେ ଦୁଇଥର ରିଲିଜ ହେଉଛି।  ଯଦି ଆପଣ ଏହି ଚଳଚ୍ଚିତ୍ରକୁ ଥିଏଟରରେ ଦେଖି ନାହାଁନ୍ତି । ତେବେ,ଆପଣ ବର୍ତ୍ତମାନ ଫିଲ୍ମ ପାଇଁ ଟିକେଟ ବୁକ୍ କରିପାରିବେ। 

Also Read : Aishwarya Rai Property Row: ନିଳ ନୟନାଙ୍କୁ ବଡ଼ ଝଟକା, ଟ୍ୟାକ୍ସ ଫାଙ୍କି ଏବେ ଅଡ଼ୁଆରେ

ଫିଲ୍ମ ରିଲିଜ୍ ହେବାର କାରଣ କହିଲେ  ବିବେକ ଅଗ୍ନିହୋତ୍ରୀ :

ଏହା ସହିତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ 'ଦ କାଶ୍ମୀର ଫାଇଲସ' ରିଲିଜ୍ ହେବାର କାରଣ କହିଛନ୍ତି। ସେ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ସମସ୍ତଙ୍କୁ ଜଣା ଯେ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବା ଏବଂ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଫିଲ୍ମରେ ଅର୍ଥାତ 'ଦ କାଶ୍ମୀର ଫାଇଲ'ରେ ଦେଖାଯାଇଛି । ଏହି ସିନେମାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀଙ୍କ ଭଳି ତାରକା ଅଭିନୟ କରିଛନ୍ତି।

ବିବେକ ଅଗ୍ନିହୋତ୍ରୀ 'ଦ ଭ୍ୟାକ୍ସିନ୍ ଓ୍ବାର'(The Vaccine War)ରେ ନିର୍ମାଣରେ ବ୍ୟସ୍ତ ଅଛନ୍ତି:

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଜିକାଲି ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ 'ଦ ଭ୍ୟାକ୍ସିନ୍ ଓ୍ବାର'(The Vaccine War)ରେ ବ୍ୟସ୍ତ ଅଛନ୍ତି ।  ଏହି ଚଳଚ୍ଚିତ୍ରଟି ଭାରତୀୟ ବୈଜ୍ଞାନିକମାନଙ୍କ କୋଭିଡ ମହାମାରୀ ବିରୋଧରେ ଟିକା ପ୍ରସ୍ତୁତ କରିବାରେ ଯେଉଁ ଉଦ୍ୟମ କରିଛନ୍ତି । ଫିଲ୍ମଟି ଏହାରି ଉପରେ ଆଧାରିତ ।  । ଖବର ଅନୁଯାୟୀ ଏହି ଘଟଣାଟି ପ୍ରକୃତ ଘଟଣା ଉପରେ ନିର୍ମିତ ହେଉଛି।  'ଦ ଭ୍ୟାକ୍ସିନ୍ ଓ୍ବାର ହେଉଛି ସେହି ଲୋକଙ୍କ କାହାଣୀ,ଯେଉଁମାନେ ଦୁଇ ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ପ୍ରଭାବଶାଳୀ ଟିକା ବିକଶିତ କରିବାକୁ କାର୍ଯ୍ୟ କରିଥିଲେ। 'ଦ ଭ୍ୟାକ୍ସିନ୍ ଓ୍ବାର' ଫିଲ୍ମଟି  ଚଳିତ ବର୍ଷ  ଅଗଷ୍ଟ ୧୫ରେ ରିଲିଜ୍ ହେବ ।

Read More
{}{}