Hindi News >>Home >>Odisha Entertainment

Vivek Agnihotri: ଜନ୍ମଦିନରେ ଦର୍ଶକଙ୍କୁ ଜବରଦସ୍ତ ଭେଟି ଦେଲେ ବିବେକ ଅଗ୍ନିହୋତ୍ରୀ

Vivek Agnihotri: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଆଜି ତାଙ୍କର ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ନିର୍ଦ୍ଦେଶକ । ୧୯୭୩ ମସିହା, ଆଜିର ଦିନରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ଜନ୍ମ ଗ୍ରହଣ କରିଥିଲେ। ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ଛୁଟୁଛି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 10, 2022, 03:23 PM IST

Vivek Agnihotri: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଆଜି ତାଙ୍କର ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ନିର୍ଦ୍ଦେଶକ । ୧୯୭୩ ମସିହା, ଆଜିର ଦିନରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ଜନ୍ମ ଗ୍ରହଣ କରିଥିଲେ। ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆଉ ଏକ ବଡ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ବିବେକ ଶେଷରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଟାଇଟଲ୍ ଘୋଷଣା କରିଛନ୍ତି। ଏବଂ ନିଜ ଟ୍ବିଟରରେ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଫିଲ୍ମର ନାଁ ରହିଛି 'ଦ' ଭ୍ୟାକସିନ ଓ୍ବାର' (The Vaccine War) । ଫିଲ୍ମଟିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । 

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଗାମୀ ଚଳଚ୍ଚିତ୍ର :

ବିବେକ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ଏବଂ ସେ ଏଥିରେ ଏକ କ୍ୟାପସନରେ ଲେଖିଛନ୍ତି । ତେବେ, ଫିଲ୍ମର ପୋଷ୍ଟରରେ ରିଲିଜ୍ ଡେଟ ମଧ୍ୟ ଲେଖାଯାଇଛି । ଫିଲ୍ମଟିର ଟାଇଟେଲ୍ ରହିଛି 'ଦ' ଭ୍ୟାକସିନ ଓ୍ବାର' (The Vaccine War) । ଫିଲ୍ମଟି ସତ ଘଟଣା ଉପରେ ଆଧାରିତ ।  ଏକ ଯୁଦ୍ଧର ଅବିଶ୍ୱାସନୀୟ ପ୍ରକୃତ କାହାଣୀ, ଯାହା ଭାରତ ଏହାର ବିଜ୍ଞାନ, ସାହସ ଏବଂ ମହାନ ଭାରତୀୟ ମୂଲ୍ୟବୋଧ ସହିତ ଲଢିଛି ଏବଂ ଜିତିଛି। ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ଅବସରେ ଫିଲ୍ମଟି ମୁକ୍ତିଲାଭ କରିବ । ତାହା ପୁଣି ୧୧ଟି ଭାଷାରେ ରିଲିଜ୍ ହେବ । 

ଏହାବି ପଢନ୍ତୁ : Malaika Arora Wedding: ମଲାଇକାଙ୍କ ବାଜିବ ଶାହାନାଇ ! 'ବାଲା'ଙ୍କ ସହ ପଡିବ ହାତଗଣ୍ଠି

ଏହାବି ପଢନ୍ତୁ : Samantha Ruth Prabhu And Naga Chaitanya: ଯୋଡି ହେବ କି ଭାଙ୍ଗି ଯାଇଥିବା ସମ୍ପର୍କ ? ପୁଣି ଏକାଠି ହେବେ ସାମନ୍ଥା ନାଗା !

 

ବିବେକ ଅଗ୍ନିହୋତ୍ରୀଙ୍କ ଏହି ଘୋଷଣାକୁ ନେଇ ଫ୍ୟାନ୍ସ ବହୁତ୍ ଖୁସି ଅଛନ୍ତି :

ବିବେକଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣାକୁ ନେଇ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ବିବେକଙ୍କ ପୋଷ୍ଟରେ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, 'ଏହା ଏକ ସୁପର ଡୁପର ହିଟ୍ ଫିଲ୍ମ ହେବ,ମୁଁ ମୋର ସାଙ୍ଗମାନଙ୍କ ସହିତ ପ୍ରଥମ ଦିନର ପ୍ରଥମ ସୋ ଦେଖିବି' । ଏଥିସହିତ, ଅନ୍ୟ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି 'ନିଶ୍ଚିତ ଭାବରେ ପ୍ରଶଂସନୀୟ @ ବିବେକଅଗ୍ନିହୋତ୍ରୀ ସାର୍। 

'ଦ କାଶ୍ମୀର ଫାଇଲ୍ସ' ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ଥିଲା :

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହିଟ୍ ବୋଲି ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରଟି ପ୍ରାୟ ୧୫ କୋଟି ବଜେଟରେ ନିର୍ମିତ ହୋଇଥିଲା ଏବଂ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ୩୪୦ କୋଟି ସଂଗ୍ରହ କରିଥିଲା  ​​। କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର କାହାଣୀରେ ଏଥିରେ ଦର୍ଶା ଯାଇଥିଲା। ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। 

Read More
{}{}