Hindi News >>Home >>Odisha Entertainment

Liger: ମେକର୍ସକୁ ଛଅ କୋଟି ଟଙ୍କା ଫେରାଇବେ Vijay Deverakonda

ବକ୍ସ ଅଫିସରେ ଲିଗେର ମାଡ ଖାଲିଲା ପରେ ବିଜୟ ଦେବରକୋଣ୍ଡା ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ପରବର୍ତ୍ତୀ ଫିଲ୍ମ 'ଜନ ଗଣ ମନ' ପ୍ରଭାବିତ ହେବାର ସମ୍ଭାବନା ଅଛି। ଯେଉଁଥିପାଇଁ 'ଜନ ଗଣ ମନ'ର ବଜେଟ୍ ମଧ୍ୟ ହ୍ରାସ ପାଇଛି। ଉଭୟ ବିଜୟ ଏବଂ ପୁରୀ ଜଗନ୍ନାଥ ଫିଲ୍ମ ଲିଗେର ପାଇଁ ସେମାନଙ୍କ ଫି' ଛାଡିବେ। 

Advertisement
Liger: ମେକର୍ସକୁ ଛଅ କୋଟି ଟଙ୍କା ଫେରାଇବେ Vijay Deverakonda
Stop
Zee Odisha Desk|Updated: Sep 04, 2022, 02:56 PM IST

Vijay Deverakonda compensates Liger makers: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଫ୍ୟାନ୍ସଙ୍କ ପାଇଁ ଏକ ଶକ୍ତ ଝଟକା ଲାଗିଛି। ଲିଗର ମେକର୍ସଙ୍କୁ ଅଭିନେତା ପ୍ରାୟ ୬ କୋଟି ଟଙ୍କା ଫେରସ୍ତ କରିବେ। ବକ୍ସ ଅଫିସରେ ଫିଲ୍ମ 'ଲିଗର'ର ଅପ୍ରତ୍ୟାଶିତ ବିଫଳତା ନିର୍ମାତାଙ୍କୁ ଚକିତ କରିଦେଇଛି। ଆଉ ଏହାର କ୍ଷତି ଭରଣ ପାଇଁ ଅଭିନେକା ବିଜୟ ଦେବରକୋଣ୍ଡା ଫିଲ୍ମ ନିର୍ମାତା ଚାର୍ମେ କୌରଙ୍କୁ କ୍ଷତିପୂରଣ ଦେବେ ବୋଲି ଚର୍ଚ୍ଚା ହେଉଛି।

 ଅଗଷ୍ଟ ୨୫ରେ ଥିଏଟରରେ ରିଲିଜ ହୋଇଥିବା Liger ବକ୍ସ ଅଫିସରେ ଫ୍ଲୋପ୍ ସାବ୍ୟସ୍ତ ହୋଇଛି। ୧୦୦ କୋଟିରୁ ଅଧିକ ବଜେଟର ତିଆରି ହୋଇଥିବା ଡ୍ରାମା ଫିଲ୍ମ ବ୍ୟବସାୟରେ ବହୁତ ପଛୁଆ ରହିଛି। ଖବର ଅନୁଯାୟୀ, ବିଜୟ ଦେବରକୋଣ୍ଡା ଲିଗର୍ ପାଇଁ ତାଙ୍କ ପାରିଶ୍ରମିକର ଏକ ବଡ଼ ଅଂଶକୁ ନିର୍ମାତାମାନଙ୍କୁ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଡ୍ୟୁସରଙ୍କ କ୍ଷତିର ଭାର ହ୍ରାସ କରିବାକୁ ସେ ଏହା କରିବାକୁ ଯୋଜନା କରିଛନ୍ତି। ବିଜୟ ଲିଗେର ନିର୍ମାତାମାନଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିବେ ବୋଲି ଜଣାଯାଇଛି। 

Also Read: Vicky Kaushalଙ୍କ ସହ ସରପ୍ରାଇଜ୍ ବିବାହକୁ ନେଇ ମୁହଁ ଖୋଲିଲେ Katrina Kaif

କୁହାଯାଉଛି ଯେ, ବକ୍ସ ଅଫିସରେ ଲିଗେର ମାଡ ଖାଲିଲା ପରେ ବିଜୟ ଦେବରକୋଣ୍ଡା ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ପରବର୍ତ୍ତୀ ଫିଲ୍ମ 'ଜନ ଗଣ ମନ' ପ୍ରଭାବିତ ହେବାର ସମ୍ଭାବନା ଅଛି। ଯେଉଁଥିପାଇଁ 'ଜନ ଗଣ ମନ'ର ବଜେଟ୍ ମଧ୍ୟ ହ୍ରାସ ପାଇଛି। ଉଭୟ ବିଜୟ ଏବଂ ପୁରୀ ଜଗନ୍ନାଥ ଫିଲ୍ମ ଲିଗେର ପାଇଁ ସେମାନଙ୍କ ଫି' ଛାଡିବେ। ବକ୍ସ ଅଫିସରେ ଲିଗରର ବିଫଳତା ହେତୁ ହୋଇଥିବା କ୍ଷତିପୂରଣ ପାଇଁ ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ ଯଦି ଜନ ଗଣ ମନ ବକ୍ସ ଅଫିସରେ ସଫଳ ହୁଏ, ତେବେ ବିଜୟ ଦେବରକୋଣ୍ଡା ଲାଭର ଏକ ଅଂଶ ନେଇପାରନ୍ତି।

ରିପୋର୍ଟ ଅନୁସାରେ ଲିଗେର ବର୍ତ୍ତମାନ ସୁଦ୍ଧା ମାତ୍ର ୪୧ କୋଟିର ବିଜନେସ କରିଛି। ଏହି ଫିଲ୍ମର ବଜେଟ ୧୦୦ କୋଟି ଟଙ୍କା ହୋଇଥିବା ବେଳେ ବିଜୟ ଏଥିରେ ୨୦ କୋଟି ଟଙ୍କା ଚାର୍ଜ କରିଥିଲେ। ଲିଗେରକୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଥିଲେ। ଯାହାକୁ କରଣ ଜୋହରଙ୍କ ଧର୍ମା ପ୍ରଜକ୍ସନ ନିର୍ମାଣ କରିଥିଲା। ଅର୍ଜୁନ ରେଡ୍ଡୀ ଷ୍ଟାରଙ୍କ ବ୍ୟତୀତ ଲିଗେରରେ ରାମେୟା କ୍ରିଷ୍ଣା, ରୋନିତ ରୟ, ମାଇକି ଟାଇସନ ସ୍ପେଶିଆଲ ରୋଲରେ ନଜର ଆସିଥିଲେ।

 

 

Read More
{}{}