Hindi News >>Home >>Odisha Entertainment

Actor Sarath Babu Death: ଆଉ ନାହାଁନ୍ତି ଭେଟେରାନ୍ ଅଭିନେତା ଶରତ ବାବୁ

Actor Sarath Babu Death:  ୭୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତେଲୁଗୁ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଶରତ ବାବୁ(Veteran Actor Sarath Babu)। ଚିକିତ୍ସାଧିନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି (sarath babu death)। ଶରତ ବାବୁଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।  ଏନେଇ ସାଉଥ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।  ପଢନ୍ତୁ ଏହି ରିପୋର୍ଟ।...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 22, 2023, 06:25 PM IST

Actor Sarath Babu Death:  ଆଉ ନାହାଁନ୍ତି ତେଲୁଗୁ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଶରତ ବାବୁ(Veteran Actor Sarath Babu)। ୭୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ସେ ଦିର୍ଘ ଦିନ ହେବ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସୋମବାର ସକାଳେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା ଏବଂ ତାଙ୍କ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି (sarath babu death)। ଶରତ ବାବୁଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଭେଟେରାନ ଅଭିନେତାଙ୍କ ମୃତ୍ୟୁ (sarath babu passed away) ଖବର ପାଇବା ପରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଦୁଖଃ ପ୍ରକାଶ କରିଛନ୍ତି । ଏନେଇ ସାଉଥ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । 

ଶରତ ବାବୁଙ୍କ ଦେହାନ୍ତ ପୂର୍ବରୁ ଗୁଜବ ପ୍ରଚାରିତ ହୋଇଥିଲା: ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିଛୁ ଯେ, ଗତ କିଛି ଦିନ ତଳେ ଶରତ ବାବୁ ଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା। ଏହି ଖବରକୁ ତାଙ୍କ ପରିବାର ଲୋକେ ଖଣ୍ତନ କରିଥିଲେ। ଏବଂ ମିଥ୍ୟା ଖବର କହିବା ସହ ଶରତ ବାବୁ ମେଡିକାଲରେ ଚିକିତ୍ସିତ ହେଉଥିବା ନେଇ ଗଣମାଧ୍ୟମରେ ତାଙ୍କ ପରିବାର ଲୋକେ ପ୍ରତିକ୍ରିୟା ରଖିଥିଲେ। ଏଭଳି ମିଥ୍ୟା ଖବର ପ୍ରଚାର  ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଆଜି ଏହି ଭେଟେରାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। 

 

 

Also Read: Rasagola Price Hike: ମହଙ୍ଗା ହେଲା ପାହାଳ ମିଠା, କାଲିଠୁ ଆଉ ୫ଟଙ୍କାରେ ମିଳିବନି ରସଗୋଲା

Also Read: Madhu Babu Pension Yojana: ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର,ଏଣିକି ଆକାଉଣ୍ଟରେ ନୁହେଁ, ଏହି ଦିନ ମିଳିବ ନଗଦ ଏତିକି ଟଙ୍କା

ଶରତ ବାବୁ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ: ଶରତ ବାବୁ ୧୯୭୩ ମସିହାରେ ଏକ ତେଲୁଗୁ ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ଅଭିନୟ କ୍ୟାରିୟରରେ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଶରତ ବାବୁଙ୍କ ଅଭିନୟର ଯାଦୁ ଦେଶରେ ନୁହେଁ ବିଦେଶରେ ବି ରହିଛି। 

ଶରତ ବାବୁ ନଅ ଥର ନନ୍ଦୀ ପୁରସ୍କାର ପାଇଥିଲେ: ଶରତ ବାବୁଙ୍କ ପ୍ରକୃତ ନାମ(Sathyam Babu Dixithulu) ସତ୍ୟମ୍ ବାବୁ ଦିକ୍ସିଥୁଲୁ । ସେ ସାଧାରଣତଃ ତେଲୁଗୁ ଓ ତାମିଲ୍ ଫିଲ୍ମରେ କାମ କରନ୍ତି। ଏହା ବ୍ୟତିତ ଶରତ କିଛି କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ (Supporting Role) ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା ଭାବରେ ନଅ ଥର  (Nandi Awards) ନନ୍ଦୀ ପୁରସ୍କାର ପ୍ରଦାନ କରାଯାଇଛି ।

 

Read More
{}{}