Hindi News >>Home >>Odisha Entertainment

ବର୍ଷାଙ୍କ ପିଟିସନ 'ବର୍ଷା'; ଆଇନର ଅବମାନନା କରୁଛନ୍ତି ଅନୁଭବ ମହାନ୍ତି! ପୁଣି କୋର୍ଟ ଗଲେ ପତ୍ନୀ

କଟକ SDJMଙ୍କ କୋର୍ଟରେ ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜ୍ଜୁ କଲେ ବର୍ଷା । ସାମାଜିକ ଗଣମାଧ୍ୟମରେ ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ପିଟିସନରେ ଉଲ୍ଲେଖ । ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 10, 2022, 11:14 AM IST

କଟକ: ପୁଣି ଥରେ ସେଲିବ୍ରେଟି କପଲ ବର୍ଷ ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଚର୍ଚ୍ଚାକୁ ଆସିଛନ୍ତି। ସାଂସଦ ଅନୁଭବ, ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀ ବର୍ଷା ପୁଣି ଥରେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମାନହାନୀ ମାକଦ୍ଦମା ରୁଜୁ କରିଛନ୍ତି। ଶୁକ୍ରବାର ବର୍ଷା, କଟକ SDJMଙ୍କ କୋର୍ଟରେ ପିଟିସନ ଦାଖଲ କରିଥିବା ନେଇ ସୂଚନା ମିଳିଛି।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ କଟକ SDJMଙ୍କ କୋର୍ଟରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବ ତାଙ୍କର ସମ୍ମାନହାନି କରୁଥିବା ପିଟିସନରେ ଉଲ୍ଲେଖ ରହିଛି। ସାଂସଦ ପତିଙ୍କ ଏପରି ହରକତ ପାଇଁ ବର୍ଷାଙ୍କ ବ୍ୟକ୍ତିଗତ ଜୀବନ ତଥା କୋର୍ଟରେ ଚାଲିଥିବା ମାମଲାର ଶୁଣାଣିରେ ପ୍ରଭାବ ପଡୁଛି ବୋଲି ଅଭିଯୋଗ ହେଉଛି। ତେବେ ଏହି ପିଟିସନ ଅନୁଭବଙ୍କ ଅଡୁଆ ବଢାଇପାରେ ବୋଲି ଅନୁମାନ କରାଯାଉଛି।

Also Read: ପୁଣି 'ନିଶା'ରେ ଅନୁଭବଙ୍କ ନୂଆ ଭିଡିଓ, କହିଲେ ନିଜ ଶେଷ ଇଚ୍ଛା

ଅନୁଭବଙ୍କ ସିରିଜ ଭିଡିଓ ପୋଷ୍ଟ ପରେ ସପ୍ତାହେ ପୂର୍ବେ ବର୍ଷା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ମଧ୍ୟ ଅଭିନେତ୍ରୀ ଚରିତ୍ର ହନନ ଅଭିଯୋଗ କରିଥିଲେ। ତେବେ କୋର୍ଟ ଏହି ମାମଲାରେ ଉଭୟ ସେଲିବ୍ରିଟିଙ୍କୁ ତାଗିଦ କରି ସାମାଜିକ ଗଣମାଧ୍ୟମରେ କୌଣସି ବିବାଦୀୟ ପୋଷ୍ଟ ସେୟାର ନକରିବାକୁ କହିଥିଲେ। କିନ୍ତୁ ଅନୁଭବ ମହାନ୍ତି କାହାରି ନାମ ନ ନେଇ ପୂର୍ବଭଳି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି। ଭିଡିଓରେ ପ୍ରତ୍ୟେକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଅଭିନେତା ତାଙ୍କ ପତ୍ନୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେବ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଘରୋଇ କଳହ ଜାରି ରହିଛି। ଛାଡପତ୍ର ମାମଲା କୋର୍ଟରେ ଏବେ ମଧ୍ୟ ସ୍ଥଗିତ ଅଛି। ଗତ ସପ୍ତାହରେ କୋର୍ଟ, ଅନୁଭବଙ୍କ ଦୁଇଟି ପିଟିସନର ଶୁଣାଣି କରିଥିଲେ। ଦୁଇ ମାସ ମଧ୍ୟରେ ବର୍ଷା ତାଙ୍କ ଶ୍ୱଶୁର ଘର ଛାଡିବେ ଓ ଅନୁଭବ ତାଙ୍କୁ ପ୍ରତି ମାସର ୧୦ ତାରିଖ ବା ତାପୂର୍ବରୁ ୩୦ ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କୋର୍ଟଙ୍କ ତାଗିଦ ପରେ ତିନି ଦିନ ତଳେ ଅନୁଭବ ମହାନ୍ତି ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଥିଲେ।

 

Read More
{}{}