Hindi News >>Home >>Odisha Entertainment

Vaishali Takkar Suicide Note: Love You ପାପା ମା; ରାହୁଲ ଏତେ କଷ୍ଟ ଦେଇଛି ଯେ...I Quit

ବୈଶାଳୀ ଟକ୍କରଙ୍କ ଆତ୍ମହତ୍ୟା ତାଙ୍କ ଫ୍ୟାନସଙ୍କ ମନରେ ଖୁବ ଦୁଃଖ ଭରିଦେଇଛି। ଆଉ ଏହାମଧ୍ୟରେ ବୈଶାଳୀଙ୍କ ସୁଇସାଇଡ ନୋଟ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ବଡ଼ ଅଭିନେତ୍ରୀ ହୋଇ ମଧ୍ୟ ମାନସିକ ଚାପରେ ରହିବା ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ଏହାମଧ୍ୟରେ ବୈଶାଳୀଙ୍କ ସୁଇସାଇଡ ନୋଟ୍ ବି ଭାଇରାଲ ହେଉଛି। ପୂରା ୫ପୃଷ୍ଠାର ଏହି ନୋଟରେ ତାଙ୍କୁ ଅତ୍ୟାଚାର କରାଯାଇଥିବା ସେ ଲେଖିଛନ୍ତି।  

Advertisement
Vaishali Takkar Suicide Note: Love You ପାପା ମା; ରାହୁଲ ଏତେ କଷ୍ଟ ଦେଇଛି ଯେ...I Quit
Stop
Priyanka Panda |Updated: Oct 18, 2022, 03:42 PM IST

ଇନ୍ଦୋର: ଫେମସ ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର(vaishali Takkar) ଆତ୍ମହତ୍ୟା କରିବା ଖବର ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବୈଶାଳୀଙ୍କ ନିକଟରୁ ଏକ ସୁଇସାଇଡ ନୋଟ ମିଳିବା ପରେ ଏହାକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଏହି ଚିଠିରୁ ଜଣା ପଡ଼ିଛି ଯେ, ଅଭିନେତ୍ରୀ କେତେ ମାନସିକ ଅଶାନ୍ତିରେ ଥିଲେ। ତାଙ୍କ ପଡ଼ୋଶୀ(Neighour) ତାଙ୍କୁ ଏତେ ମାତ୍ରାରେ ହଇରାଣ କରୁଥିଲେ ଯେ, ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କେବଳ ଏତିକି ନୁହେଁ ସେମାନଙ୍କୁ ଦଣ୍ଡ ଦେବାକୁ ମଧ୍ୟ ସେ ଦାବି କରଛନ୍ତି। ଆଉ ଯଦି ଦଣ୍ଡ ନ ମିଳେ ତେବେ ତାଙ୍କ ଆତ୍ମା ଶାନ୍ତି ପାଇବନି ବୋଲି ସେ ସ୍ପଷ୍ଟ ଭାବେ ଲେଖିଛନ୍ତି। 

ଇନ୍ଦୋର ପୋଲିସର ସୂଚନାନୁସାରେ ପ୍ରାୟ ଦିନ ୧୨ଟା ୩୦ରେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ତାଙ୍କ ସହ ହେଉଥିବା ଅତ୍ୟାଚାର ବିଷୟରେ ସେ ଏକ ୫ପେଜର ସୁଇସାଇଡ ନୋଟ(Suicide Note) ଲେଖିଥିଲେ। ପ୍ରଥମେ ସେ ତାଙ୍କ ନୋଟରେ "I Quit Maa. Love you Papa Maa" ବୋଲି ଲେଖିଛନ୍ତି। ପର ଲାଇନରେ ସେ ଜଣେ ଭଲ ଝିଅ ହେବାରେ ସଫଳ ନୁହନ୍ତି ବୋଲି ଲେଖିଛନ୍ତି। ଏହା ପରକୁ ସେ ତାଙ୍କ ପଡ଼ୋଶୀ ରାହୁଲ ଓ ଦିଶାଙ୍କ ବିଷୟରେ ଲେଖିଛନ୍ତି। ରାହୁଲ ଓ ତାଙ୍କ ପରିବାରକୁ ଦଣ୍ଡ ଦେବାକୁ ସେ ତାଙ୍କ ଚିଠିରେ ଲେଖିଛନ୍ତି। ରାଦୁଲ ଓ ଦିଶା ବୈଶାଳୀଙ୍କୁ ଅଢେଇ ବର୍ଷ ହାବ ମାନସିକ ଭାବରେ ଅତ୍ୟାଚାର କରୁଥିବା କଥା ସେ ଏଥିରେ ଲେଖିଛନ୍ତି। ଏହାଛଡ଼ା ତାଙ୍କୁ ଦଣ୍ଡ ନମିଳିଲେ ସେ ଶାନ୍ତିରେ ରହିପାରିବେନି ବୋଲି ବି ସେ ଲେଖିଛନ୍ତି। ଏବଂ ତାଙ୍କ ପିଓନ୍ସି ମିତେଶ ତାଙ୍କୁ କ୍ଷମା କରିବାକୁ ମଧ୍ୟ ସେ ନିଜ ଚିଠିରେ ଲେଖିଛନ୍ତି। 

ବୈଶାଳୀଙ୍କ ପଡ଼ୋଶୀ ରାହୁଲଙ୍କ ବିରୋଧରେ ଏହି ତଥ୍ୟ ମିଳିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ। ରାହୁଲ ବର୍ତ୍ତମାନ ଫେରାର ଥିବା ବେଳ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ। ମଧ୍ୟପ୍ରଦେଶ ଏସିପି ମୋତି-ଉର-ରେହମାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବୈଶାଳୀଙ୍କ ପଡ଼ୋଶୀ ତାଙ୍କୁ ହାରାସ କରୁଥିଲେ। ଯେଉଁ କାରଣ ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ବୈଶାଳୀଙ୍କ ବାହାଘରକୁ ନେଇ ମଧ୍ୟ ରାହୁଲ ଅସୁବିଧା ସୃଷ୍ଟି କରୁଥିବା ଏସିପି କହିଛନ୍ତି। ତେବେ ଏହି କେସରେ ମଧ୍ୟପ୍ରଦେଶ ପୋଲିସ ବୈଶାଳୀଙ୍କ ପଡ଼ୋଶୀ ରାହୁଲ ଓ ଦିଶାଙ୍କୁ ସମନ ଜାରି କରିଛି। ଏହିଘଟଣାକୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗମ୍ଭୀରର ସହିତ ନିଆଯାଇଛି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘଟଣା ସମ୍ପର୍କରେ ପୋଲିସଠାରୁ ସମସ୍ତ ତଥ୍ୟ ବୁଝୁଥିବା ଜଣା ପଡ଼ିଛି। 

Read More
{}{}