Hindi News >>Home >>Odisha Entertainment

Sim Card ଡ୍ରେସ ପିନ୍ଧିଲେ ଏହି ଅଭିନେତ୍ରୀ : ଫ୍ୟାନ୍ସଙ୍କ ଉଡିଲା ହୋସ୍

Bollywood Actress Urfi Javed : ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ(Actress Urfi Javed) । ସେ ନିଜ ବୋଲ୍ଡ ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ବୋଲ୍ଡ ଓ ଅଦ୍ଭୁତ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 24, 2022, 01:57 PM IST

Bollywood Actress Urfi Javed : ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ(Actress Urfi Javed) । ସେ ନିଜ ବୋଲ୍ଡ ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ବୋଲ୍ଡ ଓ ଅଦ୍ଭୁତ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। ଏବେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସିମ୍ କାର୍ଡରେ ତିଆରି ହୋଇଥିବା ଡ୍ରେସକୁ ପିନ୍ଧି ପୁଣି ଟ୍ରୋଲ ହେଇଛନ୍ତି  ଅଭିନେତ୍ରୀ। । ଫଟୋରେ ଦେଖିବାକୁ ମିଳିଛି ଯେ, ଉର୍ଫି କ୍ରପଟପ୍ ଓ ମିନିସ୍କର୍ଟ ପିନ୍ଧିଛନ୍ତି । ତାଙ୍କର ଏ ଡ୍ରସଟି ବିଶେଷ କରି ବ୍ଲୁ ଓ ୟେଲୋ କର୍ଲର ସିମ୍ କାର୍ଡ ତିଆରି ହୋଇଛି। ତେବେ, ଏ ଫଟୋରେ ଫ୍ୟାନସ୍ ଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । ଜଣେ ଫ୍ୟାନସ ଲେଖିଛନ୍ତି ଯେ, " ଗାଇଜ୍ ଆପନି ମନ ପସନ୍ଦ ଅର ମନ୍ ଚାହି ସିମ୍ କାର୍ଡ ଲେ ଲୋ " ।  

ଏହା ପ୍ରଥମ ଥର ନୁହେଁ ଉର୍ଫି ଅସାଧାରଣ ଜିନିଷରେ ତିଆରି ହୋଇଥିବା ପୋଷାକ ପିନ୍ଧିଛନ୍ତି।  ପୂର୍ବରୁ ଭଙ୍ଗା କାଚ, ଅଖା, ସେପଟିପିନରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ  ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ ଅଭିନେତ୍ରୀ ଚାହାତ ଖାନ୍ନା ମଧ୍ୟ ସମାଲୋଚନା କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଣ୍ଟ୍ରୋଭର୍ସି । 

ଏହାବି ପଢନ୍ତୁ : Bipasha Basu Baby Shower : ବ୍ଲାକ୍ ବିୟୁଟିଙ୍କ ଗୋଦଭରାଇ , ସାମିଲ୍ ହେଲେ ବିଟାଉନର ଏହି ସେଲିବ୍ରେଟି

ଗତ କିଛି ଦିନ ତଳେ କଫି ଉଇଥ୍ କରନ ଶୋ'( Koffee With Karan season 7)କୁ ଯାଇଥିଲେ ହ୍ୟାଣ୍ତସମ୍ ହଙ୍କ୍ ରଣବୀର ସିଂ ଓ ଆଲିଆ ଭଟ୍ଟ । ତେବେ, ଶୋରେ କରନ୍ ଓ ରଣବୀରଙ୍କ ମଧ୍ୟରେ କିଛି ସମୟ ଗସିପ୍ ହୋଇଥିଲା। ଏଥିରେ  ଉର୍ଫିଙ୍କ ଫ୍ୟାସନ୍ କଥା ମଧ୍ୟ ଉଠି ଥିଲା। ଦିର୍ଘ ସମୟ ଧରି ଉର୍ଫିଙ୍କ ଫ୍ୟାସନ ବିଷୟରେ ଚର୍ଚ୍ଚା ହୋଇଥିଲା । ଆଉ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର।  ଉର୍ଫି ନିକଟରେ ଏକ ନୂଆ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କ’ଣ ପିନ୍ଧୁଛନ୍ତି ତାହା ବୁଝିବା କଷ୍ଟକର ଥିଲା । ସେକ୍ସି ବିକିନି ପିନ୍ଧି ଉର୍ଫି ତାଙ୍କ ପାଦ ବାନ୍ଧି ଏକ ବୋଲ୍ଡ ଭିଡିଓ ତିଆରି କରିଥିଲେ। ଏହି ଡ୍ରେସଅପରେ ତାଙ୍କର ଚାଲିବା ମଧ୍ୟ କଷ୍ଟକର ଥିବା ଦେଖିବାକୁ ମିଳିଥିଲା। ଗତ ରବିବାର ଇନଷ୍ଟାରେ ସେୟାର କରିଥିବା ଭିଡିଓରେ ଉର୍ଫି ଏକ କଳା ବିକିନି ପିନ୍ଧିଥିଲେ। ବିକିନି ପିନ୍ଧିଥିବା ପରେ ମଧ୍ୟ ଲୋକଙ୍କ ଧ୍ୟାନ ତାଙ୍କ ପାଦରେ ରହିଛି। କାରଣ ଅଭିନେତ୍ରୀ ଉର୍ଫି ତାଙ୍କ  ପାଦରେ ଏକ ଅଦ୍ଭୁତ ନୀଳ ରଙ୍ଗର କପଡା ଗୁଡ଼ାଇ ରଖିଥିବା ଦେଖିବାକୁ ମିଳିଥିଲା। 

Read More
{}{}